ହାଇଦ୍ରାବାଦ: ୟୁରୋ କପର 16ତମ ସଂସ୍କରଣ କୋରୋନା ଭାଇରାସ କାରଣରୁ ଏକ ବର୍ଷ ଯାଏଁ ସ୍ଥଗିତ କରି ଦିଆଯାଇଛି । ନରଓ୍ବେ ଫୁଟବଲ ସଂଘ ଟ୍ବିଟ କରି କହିଛି UEFA ନିଷ୍ପତ୍ତି ନେଇଛି ୟୁରୋ କପ୍ ଆଗାମୀ ବର୍ଷ 11ଜୁନ୍ରେ ଆୟୋଜିତ କରାଯିବ ।

ଫୁଟବଲ ସଂଘର ଟ୍ବିଟରେ ଲେଖିଛି ଯେ, UEFA ନିଷ୍ପତ୍ତି ନେଇଛି ୟୁରୋକୁ 2021 ଯାଏଁ ସ୍ଥଗିତ କରାଯିବ । ଏହା ଏବେ ଆଗାମୀ ବର୍ଷ 11ଜୁନରୁ 11ଜୁଲାଇ ମଧ୍ୟରେ ଖେଳା ଯିବ ।
UEFA ନିଜର ସଦସ୍ୟ ସଂଘ ଓ ୟୁରୋପିଆନ କ୍ଲବ ସଂଘ ଓ ୟୁରୋପିଆନ ଲିଗର ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛି ।