ETV Bharat / sports

Durand Cup: ଆର୍ମୀ ଗ୍ରୀନକୁ ହରାଇ ସେମିରେ ବେଙ୍ଗାଲୁରୁ ଏଫସି - ବେଙ୍ଗାଲୁରୁ ଏଫସି ବନାମ ଆର୍ମୀ ଗ୍ରୀନ

କ୍ବାର୍ଟର-ଫାଇନାଲ ମୁକାବିଲାରେ ଆର୍ମୀ ଗ୍ରୀନକୁ ୩-୨ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଏଫସି ବେଙ୍ଗାଲୁରୁ । ଅଧିକ ପଢନ୍ତୁ...

Durand Cup: Bengaluru register comeback win against Army Green, to face FC Goa in semis
Durand Cup: ଆର୍ମୀ ଗ୍ରୀନକୁ ହରାଇ ସେମିରେ ବେଙ୍ଗାଲୁରୁ ଏଫସି
author img

By

Published : Sep 25, 2021, 8:47 PM IST

କୋଲକାତା: ଚଳିତ ଦୁରନ୍ଦ କପ୍‌ରେ ବେଙ୍ଗାଲୁରୁ ଏଫସିର ଦମଦାର ପ୍ରଦର୍ଶନ ଜାରି । କ୍ବାର୍ଟର-ଫାଇନାଲ ମୁକାବିଲାରେ ଆର୍ମୀ ଗ୍ରୀନକୁ ୩-୨ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଏଫସି ବେଙ୍ଗାଲୁରୁ । ଶନିବାର ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନରେ ଖେଳାଯାଇଥିବା ୧୩୦ତମ ଦୁରନ୍ଦ କପ୍‌ର ଏହି ମ୍ୟାଚ୍‌ରେ ଏକ ସମୟରେ ପଛରେ ଥିବା ବାଙ୍ଗାଲୋର ଦମଦାର ପ୍ରତ୍ୟାବର୍ତ୍ତନ ସହ ଚିତାକର୍ଷକ ବିଜୟ ହାସଲ କରିଛି। ଫଳରେ ବୁଧବାର ଏଫସି ଗୋଆ ସହ ସେମିଫାଇନାଲ ମୁକାବିଲା ଖେଳିବ ବେଙ୍ଗାଲୁରୁ ।

ୟୁଙ୍ଗୟାମ ମୁଇରାଙ୍ଗ, ଲିଓନ ଅଗଷ୍ଟାଇନ ଓ ନାମଗ୍ୟାଲ ଭୁତିଆ BFC ପାଇଁ ୩ଟି ଗୋଲ୍‌ ସ୍କୋର କରିଥିଲେ । ଅନ୍ୟପଟେ ଲାଲାମକିମା ଓ ଭିବିନ ଟି.ଭି ଗ୍ରୀନ ପାଇଁ ପେନାଲିଟି କର୍ଣ୍ଣର ମାଧ୍ୟମରେ ଗୋଲ୍‌ କରିଥିଲେ ।

ମ୍ୟାଚ୍‌ର ପ୍ରଥମ ନବମ ମିନିଟ୍‌ରେ ଲାଲାମକିମା ଗୋଲ୍‌ କରିବା ଫଳରେ ଆର୍ମୀ ଗ୍ରୀନ ୧-୦ରେ ଆଗୁଆ ହୋଇଥିଲା । ମାତ୍ର ବେଙ୍ଗାଲୁରୁ ପକ୍ଷରୁ ମୁଇରାଙ୍ଗ ୨୦ତମ ମିନିଟ୍‌ରେ ଗୋଲ କରିବା ସହ ସ୍କୋର ୧-୧ରେ ବରାବର କରିଥିଲେ । ଏହାପରେ ଅଧିକ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା ବେଙ୍ଗାଲୁରୁ । ଦ୍ବିତୀୟାର୍ଦ୍ଧ ଆରମ୍ଭର କିଛି ମିନିଟ ମଧ୍ୟରେ ଅଗଷ୍ଟାଇନ ବେଙ୍ଗାଲୁରୁ ପାଇଁ ଦ୍ବିତୀୟ ଗୋଲ୍‌ କରିଥିଲେ । ଏହାପରେ ଭୁତିଆ ତୃତୀୟ ଗୋଲ୍‌ କରି ବିଜୟ ନିଶ୍ଚିନ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.