ଲଣ୍ଡନ: କୋରୋନା ବିରୋଧି ଲଢେଇରେ ସହାୟତା ପାଇଁ ଆଗେଇ ଆସିଛନ୍ତି ପ୍ରିମିୟର ଲିଗ ଖେଳାଳି । ନ୍ୟାସନାଲ ହେଲଥ ସର୍ଭିସ(NHS) ନାମକ ଏକ ଚାରିଟିକୁ ପାଣ୍ଠି ଯୋଗାଡ ପାଇଁ ଖେଳାଳିମାନେ ଘୋଷଣା କରିଛନ୍ତି ।
ଜାତୀୟ ସଂଗଠନ NHSCT ଅନ୍ତର୍ଭୁକ୍ତ 150ରୁ ଉର୍ଦ୍ଧ୍ବ ଚାରିଟିକୁ ପାଣ୍ଠି ସଂଗ୍ରହ ପାଇଁ ସହଯୋଗ କରିବ ପ୍ରିମିୟର ଲିଗ । ଡିପାର୍ଟମେଣ୍ଟ ଅଫ ସୋସିଆଲ କେୟାର ଓ ଏନଏଚଏସ ଇଂଲଣ୍ଡ ଓ ଚାରିଟି କମିଶନ ସହ ଏହି ଚାରିଟି ଗୁଡିକ କାର୍ଯ୍ୟ କରୁଛି ।
ୟୁକେରେ କୋରୋନା ସ୍ଥିତି ସଙ୍ଗୀନ ରହିଥିବାବେଳେ, କ୍ରୀଡାବିତଙ୍କ ଏହି ପ୍ରୟାସକୁ ପ୍ରଶଂସା କରାଯାଉଛି ।