ETV Bharat / sports

ମୋହୁନ ବଗାନ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟଙ୍କ ମାତୃ ବିୟୋଗ - ଇଣ୍ଡିଆନ ସୁପର ଲିଗ

ଇଣ୍ଡିଆନ ସୁପର ଲିଗ କ୍ଲବ ଏଟିକେ ମୋହୁନ ବଗାନ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟଙ୍କ ମାତୃ ବିୟୋଗ । ଅଧିକ ପଢନ୍ତୁ...

COVID-19: ATK Mohun Bagan goalkeeper Arindam Bhattacharya's mother passes away
ମୋହୁନ ବଗାନ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟଙ୍କ ମାତୃ ବିୟୋଗ
author img

By

Published : May 10, 2021, 7:37 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ସୁପର ଲିଗ କ୍ଲବ ଏଟିକେ ମୋହୁନ ବଗାନ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟଙ୍କ ମାତୃ ବିୟୋଗ । ଏନେଇ ସୋମବାର ଆଇଏସଏଲ କ୍ଲବ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛି ।

2020-21 ଆଇଏସଏଲ ଗୋଲ୍ଡେନ ଗ୍ଲୋବ ବିଜେତା ଅରିନ୍ଦମ ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟରେ ମା'ଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ସୋମବାର, ପରଲୋକରେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ ମିଡଫିଲ୍ଡର ଫର୍ଚୁନାଟୋ ଫ୍ରାନକୋ । ସୋମବାର ଗୋଆରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଫ୍ରାନକୋଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ସର୍ବ ଭାରତୀୟ ଫୁଟବଲ ମହାସଂଘ । 1962 ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ରହିଥିଲେ ଫ୍ରାଙ୍କୋ । ଫାଇନାଲରେ ଦକ୍ଷିଣ କୋରିଆକୁ 2-1ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ ।

ସୋମବାର ସକାଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟାରେ 3,66,161 ନୂଆ କୋରୋନା ଭାଇରସ ମାମଲା ଚିହ୍ନଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.