ETV Bharat / sports

ଏଟିକେ ମୋହନ ବାଗାନ ସହ ଆଣ୍ଟୋନିଓ ଲୋପେଜଙ୍କ ବଢିଲା ଚୁକ୍ତି

author img

By

Published : Mar 31, 2021, 10:56 PM IST

ଏଟିକେ ମୋହନ ବାଗାନ ସହ ଆଉ ଏକ ବର୍ଷ ଚୁକ୍ତି ବଢ଼ାଇଲେ କୋଚ ଆଣ୍ଟୋନିଓ ଲୋପେଜ ହବାସ। ଏହାକୁ ନେଇ ଏଟିକେ ମୋହନ ବାଗାନ ଟ୍ବିଟ କରି ସୂଚନା ଦେଇଛି। ଅଧିକ ପଢ଼ନ୍ତୁ...

ଆଣ୍ଟୋନିଓ ଲୋପେଜଙ୍କ ଓ ଏଟିକେ ମୋହନ ବାଗାନ ବଢିଲା ଚୁକ୍ତି

ନୂଆଦିଲ୍ଲୀ: ଏଟିକେ ମୋହନ ବାଗାନ ସହ ଆଉ ଏକ ବର୍ଷ ଚୁକ୍ତି ବଢ଼ାଇଲେ କୋଚ ଆଣ୍ଟୋନିଓ ଲୋପେଜ ହବାସ। ଏହାକୁ ନେଇ ଏଟିକେ ମୋହନ ବାଗାନ ଟ୍ବିଟ କରି ସୂଚନା ଦେଇଛି। ଗତ ଆଇଏସଏଲ ଟୁର୍ଣ୍ଣାମେଣ୍ଟରେ ଏଟିକେ ମୋହନ ବାଗାନ ରନର୍ସ ଅପ ହୋଇ ପାରିଥିଲା। ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟିଠୁ ପରାସ୍ତ ହୋଇଥିଲା ଏଟିକେ ମୋହନ ବାଗାନ। ଏଥିରେ କୋଚଙ୍କ ଆଣ୍ଟୋନିଓ ଲୋପେଜ ହବାସଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଥିଲା।

ଏହାକୁ ନେଇ ଏଟିକେ ମୋହନ ବାଗାନ ଟ୍ବିଟ କରି କହିଛି ଯେ, "ଆମ ଫ୍ୟାନମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର। ଏହା ଘୋଷଣା କରି ଆମକୁ ଖୁସି ଲାଗୁଛି ଯେ, କୋଚ ଆଣ୍ଟୋନିଓ ଲୋପେଜ ହବାସଙ୍କ ସହ ଚୁକ୍ତି ଆଉ ଏକ ବର୍ଷ ବଢ଼ାଇ ଦିଆଯାଇଛି।"

ଆଇଏସଏଲର ସପ୍ତମ ସଂସ୍କରଣରେ 115ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ମୋଟ 11ଟି ଦଳ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 298ଟି ଗୋଲ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ କୋରୋନା କଟକଣା ସହ ଏହି ଲିଗ ଆରମ୍ଭ କରାଯାଇଥିଲା। କେବଳ ଖେଳାଳି ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କ କୋରୋନା ଯାଞ୍ଚରେ 17 କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କୋରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ପ୍ରାୟ 18ଟି ବାୟୋବବଲ ତିଆରି ହୋଇଥିଲେ। ଏଥିପାଇଁ 14ଟି ହୋଟେଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.