ETV Bharat / sports

ପ୍ରୋ ଭଲିବଲ ଲିଗ: ପ୍ରଥମ ସଂସ୍କରଣ ଜିତିଲା ଚେନ୍ନାଇ - Pro Volleyball League

ପ୍ରୋ ଭଲିବଲ ଲିଗର ପ୍ରଥମ ସଂସ୍କରଣ ଜିତିଛି ଚେନ୍ନାଇ ସ୍ପାର୍ଟନ୍ସ । ଶୁକ୍ରବାର କଲିକଟ ହିରୋଜକୁ 3-0 ସ୍କୋରରେ ହରାଇ ଏହି କୃତିତ୍ୱ ହାସଲ କରିଛି ଚେନ୍ନାଇ ।

ଫାଇଲ ଫଟୋ(ଟ୍ୱିଟର)
author img

By

Published : Feb 23, 2019, 11:59 PM IST

ଚେନ୍ନାଇ: ଏଠାରେ ଚାଲିଥିବା ପ୍ରୋ ଭଲିବଲ ଲିଗର ପ୍ରଥମ ସଂସ୍କରଣ ଜିତିଛି ଚେନ୍ନାଇ ସ୍ପାର୍ଟନ୍ସ । ଶୁକ୍ରବାର କଲିକଟ ହିରୋଜକୁ 3-0 ସ୍କୋରରେ ହରାଇ ଏହି କୃତିତ୍ୱ ହାସଲ କରିଛି ଚେନ୍ନାଇ । ପ୍ରଥମ ଥର ପାଇଁ ଏହି ଲିଗ ଆରମ୍ଭ ହୋଇଥିବାବେଳେ ଏହାକୁ ଜିତିଛି ଚେନ୍ନାଇ ।

ବିଜୟୀ ଦଳ 15-11, 15-12 ଏବଂ 16-14 ପଏଣ୍ଟରେ କଲିକଟକୁ ପରାସ୍ତ କରିଛି । ଦଳ ପକ୍ଷରୁ ରୁଡି ଭେରହୋଫ 11ଟି ସ୍ପାଇକ ଓ 2ଟି ବ୍ଲକ ସହ ମୋଟ 13 ପଏଣ୍ଟ ସ୍କୋର କରିଥିଲେ । ଏହାସହ ସେ ଲିଗର ଟପ ସ୍କୋରର ତଥା ବେଷ୍ଟ ସ୍ପାଇକର ଆଖ୍ୟା ପାଇଥିଲେ । କଲିକଟ ପକ୍ଷରୁ ଅଜିତ ଲାଲ 9ଟି ସ୍ପାଇକ ସହ ସର୍ବାଧିକ ପଏଣ୍ଟ ହାସଲ କରିଥିଲେ । ସେ ଲିଗର ଶ୍ରେଷ୍ଠ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ ହୋଇଥିଲେ ।

ଏହି ବିଜୟ ସହ ଚେନ୍ନାଇ ସ୍ପାର୍ଟନ୍ସ ଏବର୍ଷ ହେବାକୁ ଥିବା ଏଫଆଇଭିବି ଏସିଆନ ମେନ୍ସ କ୍ଲବ ଭଲିବଲ ଚମ୍ପିଆନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚର ପ୍ରତିଟି ମୁହୂର୍ତ୍ତ ରୋମାଞ୍ଚକର ଥିଲା । ପ୍ରତି ପଏଣ୍ଟ ପାଇଁ ଉଭୟ ଦଳ କଡା ସଙ୍ଘର୍ଷ କରିଥିଲେ । ପ୍ରଥମ ଦୁଇଟି ସେଟକୁ ସହଜରେ ଜିତିନେଇଥିଲା ଚେନ୍ନାଇ । କିନ୍ତୁ ତୃତୀୟ ସେଟ ପାଇଁ ହୋଇଥିଲା କଡା ମୁକାବିଲା । ତେବେ ରୁଡିଙ୍କ ଚତ୍ମକାର ପଏଣ୍ଟ ଯୋଗୁଁ ଚେନ୍ନାଇ ମ୍ୟାଚ ଜିତିନେଇଥିଲା ।

undefined

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.