ବାର୍ସେଲୋନା: ଚଳିତ UEFA ଚମ୍ପିଆନ୍ସ ଲିଗର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ବାର୍ସେଲୋନା । ଷ୍ଟାର ଷ୍ଟ୍ରାଇକର ଲିଓନେଲ ମେସିଙ୍କ ଦମଦାର ପ୍ରଦର୍ଶନ ବଳରେ ବାର୍ସୋଲୋନା 3-1 ଗୋଲରେ ନେପାଲିକୁ ପରାସ୍ତ କରିଛି ।
-
WHAT A GOAL BY MESSI pic.twitter.com/sxak32nFne
— 95 (@PiquebIinder) August 8, 2020 " class="align-text-top noRightClick twitterSection" data="
">WHAT A GOAL BY MESSI pic.twitter.com/sxak32nFne
— 95 (@PiquebIinder) August 8, 2020WHAT A GOAL BY MESSI pic.twitter.com/sxak32nFne
— 95 (@PiquebIinder) August 8, 2020
ମ୍ୟାଚର 23ତମ ମିନିଟରେ ମେସି ଚମତ୍କାର ଗୋଲ କରିଥିଲେ । ଫଳରେ ସମସ୍ତ ପ୍ରତିଯୋଗିତାରେ ଚଳିତ ସିଜିନରେ ମେସିଙ୍କର ଏହା 31ତମ ଗୋଲ ଥିଲା । କ୍ବାର୍ଟର ଫାଇନାଲରେ ବାର୍ସେଲୋନା ବେୟର୍ନ ମୁନୀଚକୁ ଭେଟିବ । ପୂର୍ବରୁ ଚେଲସିୟାକୁ 4-1 ଗୋଲରେ ହରାଇ କ୍ବାର୍ଟର ଫାଇନାଲାରେ ସ୍ତାନ ପକ୍କା କରିଛି ବେୟର୍ନ ।
ବର୍ଷ 2015 ଠାରୁ ବାର୍ସେଲୋନା ପ୍ରଥମ ୟୁରୋପିୟନ କପ ସନ୍ଧାନରେ ରହିଛି । 2014 ପରଠାରୁ ମାତ୍ର ଗୋଟିଏ ଚମ୍ପିଆନ୍ସ ଲିଗ ଟ୍ରଫି ଟାଇଟେଲ ବିଜେତା ରହିଛି କ୍ଳବ । ଗତ ମାସରେ ରିୟଲ ମାଦ୍ରିଦ ଠାରୁ ସ୍ପାନିସ ଲିଗରେ ପରାସ୍ତ ହୋଇଥିଲା ବାର୍ସେଲୋନା ।
ଲିଭରପୁଲ, ମାଦ୍ରିଦ ଓ ଜୁଭେଣ୍ଟସ ପରେ ଷଷ୍ଠ ଟାଇଟେଲ ବିଜେତା ଲକ୍ଷ୍ୟରେ ରହିଛି ବାର୍ସେଲୋନା । ମହାମାରୀ କୋରୋନା ଭାଇରସ ଯୋଗୁଁ ବିନା ଦର୍ଶକରେ UEFA ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ