ବେଙ୍ଗାଲୁରୁ: ଇଣ୍ଡିଆନ ସୁପର ଲିଗର ଆଗାମୀ ସଂସ୍କରଣ ପୂର୍ବରୁ ବେଙ୍ଗାଲୁରୁ ଏଫସିର ବଡ ନିଷ୍ପତ୍ତି । ମୁଖ୍ୟ କୋଚ୍ ମାର୍କୋ ପେଜାଇୟୋଲିଙ୍କ ସହକାରୀ ଭାବେ ନାଉସଦ ମୋଷାଙ୍କ ସହ 3 ବର୍ଷ ପାଇଁ ଚୁକ୍ତି କରିଛି କ୍ଲବ । ଫଳରେ କ୍ଲବର ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମର ମୁଖ୍ୟ ଥିବା ମୋଷାଙ୍କୁ 2023-24 ସଂସ୍କରଣ ପର୍ଯ୍ୟନ୍ତ ମୁଖ୍ୟ କୋଚ୍ଙ୍କ ସହକାରୀ ଭାବେ କାର୍ଯ୍ୟ କରିବାକୁ ଦାୟିତ୍ବ ମିଳିଛି ।
AFC ପ୍ରୋ-ଲିଗ ଲାଇସେନ୍ସ ପ୍ରାପ୍ତ କୋଚ୍ ମୋଷା 2017ରେ ବେଙ୍ଗାଲୁରୁ ଏଫସିରେ ସାମିଲ ହୋଇଥିଲେ । ଯୁବ ଖେଳାଳିଙ୍କୁ ସୁଯୋଗ ସହ କ୍ଲବକୁ ସଫଳତା ପଥରେ ନେବାକୁ ପ୍ରେରିତ କରିବା ପ୍ରମୁଖ କାର୍ଯ୍ୟ ହେବ । ଏକାଧିକ ଯୁବ ଖେଳାଳି ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ଜାତୀୟ ଦଳରେ ସ୍ଥାନ ହାସଲ କରିବେ ବୋଲି ଆଶାବାଦୀ ଥିବା ଅଛନ୍ତି ମୋଷା । "ଗତ ସଂସ୍କରଣରେ ସିନିୟର ଟିମ୍ର ଅନ୍ତରୀଣ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିଲା ।" ଏହି ସମୟ ମଧ୍ୟରେ କ୍ଲବର ଉନ୍ନତି ନେଇ ସମସ୍ତ ପ୍ରୟାସ କରିଥିବା କହିଛନ୍ତି ମୋଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ