ETV Bharat / sports

ଇଣ୍ଡିଆନ ସୁପର ଲିଗ: ବେଙ୍ଗାଲୁରୁ ଏଫ୍‌ସି ଚାମ୍ପିଅନ - ଇଣ୍ଡିଆନ ସୁପର ଲିଗ

ବେଙ୍ଗାଲୁରୁ ବିଜୟ ଗୋଲ କରି ଚାମ୍ପିଅନ ହୋଇଥିଲା। ଆଇଏସ୍‌ଏଲ୍‌ର ଚଳିତ ସଂସ୍କରଣରେ ଗୋଆକୁ କ୍ରମାଗତ ଭାବେ ବେଙ୍ଗାଲୁରୁ ତୃତୀୟ ଥର ପାଇଁ ପରାସ୍ତ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର
author img

By

Published : Mar 18, 2019, 11:47 AM IST

ମୁମ୍ବାଇ: ଚଳିତ ବର୍ଷ ଇଣ୍ଡିଆନ ସୁପର ଲିଗର(ଆଇଏସଏଲ)ର ପଞ୍ଚମ ସଂସ୍କରଣ ଶେଷ ହୋଇଛି । ମ୍ୟାଚର ଅତିରିକ୍ତ 116ତମ ମିନିଟରେ ରାହୁଲ ଭେକେଙ୍କ ଗୋଲ, ଆଉ ଟାଇଟଲ ଜିତି ନେଇଥିଲା ବେଙ୍ଗାଲୁରୁ ଏଫସି । ରବିବାର ମୁମ୍ବାଇର ଫୁଟବଲ ଏରିନା ଠାରେ ଖେଳାଯାଇଥିବା ନିର୍ଣାୟକ ମ୍ୟାଚରେ ଏଫ୍‌ସି ଗୋଆକୁ 1-0 ଗୋଲରେ ପରାଜିତ କରି ଆଇଏସଏଲର ଟାଇଟଲ ଜିତିଛି ବେଙ୍ଗାଲୁରୁ । ସେପଟେ ଗୋଆ ଦ୍ୱିତୀୟ ଥର ପାଇଁ ରନର୍ସଅପ ହୋଇଛି । ଡିମାସ ଡେଗୋଲ୍ଡୋଙ୍କ କର୍ଣ୍ଣରକୁ ଭେକେ ଗୋଲରେ ପରିଣତ କରି ଦଳକୁ ଚାମ୍ପିଅନ କରିଥିଲେ । ବେଙ୍ଗାଲୁରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଆଇଏସଏଲର ଫାଇନାଲରେ ପ୍ରବେଶ କରିଥିଲା । ଗତବର୍ଷ ଫାଇନାଲରେ କିନ୍ତୁ ଚେନ୍ନାଇୟିନ ଏଫସି ଠାରୁ ପରାଜିତ ହୋଇଥିଲା । ଗୋଆ ମଧ୍ୟ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରି ଚାମ୍ପିଅନ ହେବାରୁ ବଞ୍ଚି ହୋଇଛି ।

ଅହମଦ ଜାହୋଙ୍କୁ ଅତିରିକ୍ତ ସମୟର ପ୍ରଥମ ହାଫ ଆଗରୁ ଦ୍ୱିତୀୟ ୟେଲ୍ଲୋ କାର୍ଡ ମିଳିଥିଲା । ଫଳରେ ଗୋଆ ଟିମକୁ ବାଧ୍ୟ ହୋଇ 10 ଜଣ ଖେଳାଳିଙ୍କ ସହ ମ୍ୟାଚ ଖେଳିବାକୁ ପଡିଥିଲା । ଯାହାର ଲାଭ ଉଠାଇ ବେଙ୍ଗାଲୁରୁ ବିଜୟ ଗୋଲ କରି ଚାମ୍ପିଅନ ହୋଇଥିଲା। ଆଇଏସ୍‌ଏଲ୍‌ର ଚଳିତ ସଂସ୍କରଣରେ ଗୋଆକୁ କ୍ରମାଗତ ଭାବେ ବେଙ୍ଗାଲୁରୁ ତୃତୀୟ ଥର ପାଇଁ ପରାସ୍ତ କରିଛି । ଗୋଲଶୂନ୍ୟ ଭାବେ ମ୍ୟାଚ ଶେଷ ହୋଇଥିଲା ।

ଉଭୟ ଟିମ ଗୋଲ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ତେବେ ଗୋଆ କ୍ୟାପ୍ଟେନ ମଣ୍ଡାର ରାଓଙ୍କ ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ସେ ମ୍ୟାଚର 45ତମ ମିନିଟରେ ବାହାର ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସୋଭିୟର ଗାମା ଆସିଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ସଂଘର୍ଷପୂର୍ଣ୍ଣ ଖେଳ ଆରମ୍ଭ ହୋଇଥିଲା । 47ତମ ମିନିଟରେ ଗୋଆର ଅହମଦ ଜାହୋ ଓ ବାଙ୍ଗାଲୁରୁର ଅଲେଜାନ୍ଦ୍ରୋ ଗାର୍ଶିଆଙ୍କୁ ୟେଲ୍ଲୋ କାର୍ଡ ମିଳିଥିଲା । 58 ଓ 59ତମ ମିନିଟରେ ଗୋଆ ଦୁଇଟି ଭଲ ମୁଭ କରିଥିଲା କିନ୍ତୁ ଗୋଲ କରିବାରେ ସଫଳ ହୋଇପାରିନଥିଲା । ସେପଟେ ବେଙ୍ଗାଲୁରୁ ଟିମ ମଧ୍ୟ ଚେଷ୍ଟା ଜାରି ରଖି 81ତମ ମିନିଟରେ ଗୋଲର ଖୁବ ନିକଟତର ହୋଇ ଗୋଲ କରିପାରିନଥିଲା । ଏହିପରି ଭାବେ ନିର୍ଦ୍ଧାରିତ ସମୟରେ ମ୍ୟାଚ 0-0 ରେ ସମାପ୍ତ ହେଲା । ଅତିରିକ୍ତ ସମୟରେ ଉଭୟ ଟିମ ଥକିଯାଇଥିବା ଦେଖାଯାଇଥିଲା । ତେବେ ଖେଳର 116ତମ ମିନିଟରେ ଭେକେହ୍କ ହେଡର ଦ୍ୱାରା ହୋଇଥିବା ଗୋଲ ବେଙ୍ଗାଲୁରୁକୁ ବିଜୟ କରାଇଥିଲେ ।

ଉଭୟ ବିଜେଡି ଓ ବିଜେପି ପିଲାଳିଆମୀ ବ୍ୟବହାର କରୁଛନ୍ତି।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେଡି ଓ ବିଜେପି ଭୟଭୀତ ବୋଲି କଟାକ୍ଷ କରିଛି ରାଜ୍ୟ କଂଗ୍ରେସ।ବିଜେଡି ଓ ବିଜେପି ପିଲାଳିଆମୀ ଛାଡି ବାସ୍ତବତା ଓ ସତ୍ୟର ସାମ୍ନା କରୁ ବୋଲି ଶନିବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପରାମର୍ଶ ଦେଇଛନ୍ତି।ଗତକାଲି ବରଗଡ଼ ସମାବେଶ ରେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗ ଯଥା ଉତ୍କଟ ବେକାରୀ ସମସ୍ୟା, ରାଜ୍ୟରେ ଖାଲି ପଡିଥିବା ଦେଢ଼ ଲକ୍ଷ ପଦବୀ, ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ଟଙ୍କା ଫେରସ୍ତ ନ ପାଇବା ଓ ଖଣି ଦୁର୍ନୀତି କୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିବା ରାଜ୍ୟ ରେ ବିଜେଡି ସରକାର ଓ କେନ୍ଦ୍ର ସରକାର ର ହୋମୱର୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଗୃନ୍ୟ ରାଜନୀତିର ଜ୍ୱଳନ୍ତ ଉଦାହରଣ ବୋଲି କଂଗ୍ରେସ କହିଛି।ରାଜ୍ୟରେ ଆବଶ୍ୟକୀୟ ଭେଷଜ ବିଶେଷଜ୍ଞ ନାହାନ୍ତି, ଶିଶୁରୋଗ ବିଶେଷଜ୍ଞ ପଦବୀ ୬୮% ଖାଲି ପଡ଼ିଛି।ସ୍ତ୍ରୀ ଓ ପ୍ରସୂତି ବିଭାଗ, ରଞ୍ଜନ ରଶ୍ମି ବିଭାଗ ରେ ପଦବୀ ଖାଲି ପଡ଼ିଛି ତେଣୁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଅତ୍ୟନ୍ତ ଦୁର୍ବଳ ବୋଲି ସତ୍ୟ ପ୍ରକାଶ କରିଛନ୍ତି।ରାଜ୍ୟରେ ଯେତେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଶିଳ୍ପ କଂଗ୍ରେସ ସମୟରେ ହୋଇଥିଲା ୧୯ ବର୍ଷର ବିଜେଡି ସରକାର ଠିକ ଭାବେ ତାକୁ ଦାଇତ୍ୱ ନେଇ ନାହାନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି। 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.