ETV Bharat / sports

‘ଖୁବଶୀଘ୍ର ଭାରତୀୟ ଫୁଟବଲ ଦଳର କୋଚ ନିଯୁକ୍ତ ହେବେ’ - aiff

ଅଖିଳ ଭାରତୀୟ ଫୁଟବଲ୍‌ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି, ଭାରତୀୟ ଫୁଟବଲ ଦଳର କୋଚ ଚୟନ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ ହେବ।

ଫାଇଲ ଫଟୋ
author img

By

Published : Apr 8, 2019, 11:45 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ଫୁଟବଲ୍‌ ଦଳର ମୁଖ୍ୟ କୋଚ ଚୟନ ପ୍ରକ୍ରିୟା ଶେଷ ହେବ। ଅଖିଳ ଭାରତୀୟ ଫୁଟବଲ୍‌ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଏ ନେଇ ସୂଚନା ଦେଇଛନ୍ତି । ଏଆଇଏଫ୍‌ଏଫ୍‌କୁ ଏହି ପଦ ନିମନ୍ତେ 250ରୁ ଊର୍ଦ୍ଧ୍ବ ଆବେଦନ ପତ୍ର ମିଳିଛି । ଏହି ଆବେଦନର ଅନ୍ତିମ ତାରିଖ 29 ମାର୍ଚ୍ଚ ଥିଲା।

football
ଫଟୋ ସୌଜନ୍ୟ:ସୋସିଆଲମିଡିଆ@ଟ୍ବିଟର

ସୂଚନାଥାଉକି, ଏଏଫ୍‌ସି ଏସିଆ କପ୍‌ରେ ଭାରତ ନକ୍‌ ଆଉଟ୍‌ ମ୍ୟାଚ୍‌ରେ ପହଞ୍ଚି ପାରିନଥିଲା । ଏହାପରେ ଷ୍ଟିଫେନ୍‌ କାଷ୍ଟେନଟାଇନ କୋଚ୍‌ ପଦରୁ ଇସ୍ତଫା ଦେଇ ଦେଇଥିଲେ। ସେବେଠାରୁ ଏହି ପଦ ଖାଲି ପଡିଛି ।
ତେବେ ଆବେଦନକାରୀଙ୍କ ମଧ୍ୟରେ 35 ଜଣ ହେଉଛନ୍ତି ୟୁରୋପ ଓ ଅନ୍ୟ ଦେଶର ଜଣାଶୁଣା କୋଚ୍‌।

ପଟେଲ କହିଛନ୍ତି ଯେ, ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟତା ଭିତ୍ତିରେ କୋଚ ଚୟନ ପ୍ରକ୍ରିୟା ସମ୍ପନ୍ନ ହେବ। ଶୀଘ୍ର ହିଁ ଏହି ପଦରେ ନିଯୁକ୍ତି ଦିଆଯିବ। ସମ୍ଭବତଃ ଏହି ମାସର ଶେଷ ସୁଦ୍ଧା ନୂଆ କୋଚ ଯୋଗ ଦେବେ।

ଖବରମୁତାବକ, ଭାରତୀୟ ଟିମ୍‌ର କୋଚ୍‌ ନିମନ୍ତେ ଇଟାଲୀର ଜିୟୋଓ୍ବାନ୍ନୀ ଡି ବିୟାସୀ, ସ୍ବିଡେନ୍‌ର ହକାନ ଏରିକ୍ସନ, ଫ୍ରାଞ୍ଚର ରେମଣ୍ଡ ଡୋମେନେକ ଓ ଇଂଲଣ୍ଡର ସେମ୍‌ ଆଲାର୍ଡିସ ପ୍ରମୁଖଙ୍କ ନାମ ଆଗଧାଡିରେ ରହିଛି ।

Intro:Body:

ମୁମ୍ବାଇ: ବଲିଉଡ ପାୱାର କପୁଲ ରଣବୀର-ଦୀପିକା ବିବାହ ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ। ଉଭୟଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ। କାରଣ ଉଭୟ ଉଭୟଙ୍କୁ ଏତେମାତ୍ରାରେ ସମର୍ଥନ କରିଥାନ୍ତି ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉଭୟଙ୍କୁ ଯୋଡିକୁ କାହା ନଜର ନଲାଗୁ। ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ବୋଲି ଜଣେଇବାକୁ କୌଣସି ମୌକା ହାତଛଡା କରନ୍ତିନାହିଁ। ଏବେ ମଧ୍ୟ ଠିକ ସେମିତି କିଛି ନଜର ଆସିଛି, ଯାହା ଦେଖି ଖାଲି ରଣବୀର ନୁହେଁ ଫ୍ୟାନମାନେ ମଧ୍ୟ ବେଶ ଖୁସି।

କଥା କଣକି, ରଣବୀର ଏବେ କ୍ରିକେଟର କପିଲ ଦେବଙ୍କ ବାୟୋପିକ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କପିଲ ଦେବଙ୍କଠାରୁ କ୍ରିକେଟ ଶିଖୁଛନ୍ତି। ଆଉ ଭିଡିଓଟି ଦେଖି ପ୍ରଶଂସକ ଯେତିକି ଖୁସି, ପତ୍ନୀ ଦୀପିକାଙ୍କ ଖୁସି କିନ୍ତୁ ଦ୍ବିଗୁଣିତ। 

ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି, 'ତୁମେ ଯେତେ ଶିଖିବା କଥା ଶିଖିଯାଅ କାରଣ ଏହି ଦିନ ପୁଣିଥରେ ଫେରିବନାହିଁ। ମୁଁ ତୁମ ପାଇଁ ଗର୍ବିତ।' ପ୍ରକାଶ ଥାଉକି, ରଣବୀର 1983 ବିଶ୍ବ କପକୁ ନେଇ ଆଧାରିତ ଫିଲ୍ମରେ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ପୁରା କାଷ୍ଟ ସୁଟିଂ ପାଇଁ ଖୁବଶିଘ୍ର ଲଣ୍ଡନ ଯିବେ। ଫିଲ୍ମର ନିର୍ଦ୍ଦେଶନା କବିର ଖାନ ଦେଉଥିବାବେଳେ ଏହା 2020ରେ ରିଲିଜ ହେବ ବୋଲି ପ୍ରକାଶ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.