ETV Bharat / sports

ବିଶ୍ବକପ ପାଇଁ ଦଳରେ ମିଳିଲାନି ସ୍ଥାନ, କାଉଣ୍ଟି କ୍ରିକେଟ ଖେଳିବେ ଚହଲ

author img

By ETV Bharat Odisha Team

Published : Sep 7, 2023, 9:30 AM IST

କାଉଣ୍ଟି କ୍ରିକେଟ ଖେଳିବେ ଚହଲ । କେଣ୍ଟ କାଉଣ୍ଟି କ୍ଲବ ପାଇଁ ସେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବେ । ଅଧିକ ପଢନ୍ତୁ

Chahal play three County Championship games

ହାଇଦ୍ରାବାଦ: ଏସିଆ କପ ପରେ ଦିନିକିଆ ବିଶ୍ବକପ ସ୍କ୍ବାଡରୁ ବାଦ ପଡିଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ। ଏପରି ସ୍ଥିତିରେ ସେ ଏକ ବଡ ପଦକ୍ଷେପ ନେଇଛନ୍ତି । ବିଦେଶ ଲିଗ ମ୍ୟାଚରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଭାରତୀୟ କ୍ରିକେଟର । କାଉଣ୍ଟି କ୍ରିକେଟ ଖେଳିବେ ଚହଲ । କେଣ୍ଟ କାଉଣ୍ଟି କ୍ଲବ ପାଇଁ ସେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବେ । ଏନେଇ କେଣ୍ଟ ପକ୍ଷରୁ ସେ ଚୁକ୍ତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚହଲଙ୍କ ଅଲୋଡ଼ା ରେକର୍ଡ: ଟି-20ରେ ଖାଇଛନ୍ତି ସର୍ବାଧିକ ଛକା, ଇଶ୍‌ ସୋଢ଼ିଙ୍କ ସମକକ୍ଷ

ପୂର୍ବରୁ ବାମହାତୀବୋଲର ଅର୍ଶଦୀପ ସିଂ ଜୁନ୍ ଏବଂ ଜୁଲାଇରେ କାଉଣ୍ଟି ଚାମ୍ପିଅନସିପ୍ ପ୍ରତିଯୋଗିତାରେ କ୍ଲବ ପାଇଁ ଖେଳିଥିଲେ । ମୋଟ ଆଠ ଇନିଂସରେ ସେ 13 ୱିକେଟ୍ ନେଇଥିଲେ । ସେହିପରି ମୁମ୍ବାଇର ଷ୍ଟାର କ୍ରିକେଟର ପୃଥ୍ବୀ ଶ' କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଛନ୍ତି । ସେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳିଥିଲେ । 2021ରେ ଇଂଲିଶ କାଉଣ୍ଟି କ୍ରିକେଟ ଲାଙ୍କାଶାୟର ଦଳରେ ସାମିଲ ହୋଇଥିଲେ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର । ରୟାଲ ଲଣ୍ଡନ କପ 2021 ଟୁର୍ଣ୍ଣାମେଣ୍ଟରେ ଲାଙ୍କାଶାୟର ପାଇଁ ଖେଳିଥିଲେ ଶ୍ରେୟସ ଆୟର । ଏକ ବିବୃତ୍ତିରେ ଚହଲ କହିଛନ୍ତି ଯେ, କାଉଣ୍ଟି କ୍ରିକେଟ ଖେଳିବା ମୋ ପାଇଁ ଏକ ଚ୍ୟାଲେଞ୍ଜ । ମୁଁ କାଉଣ୍ଟି ଖେଳିବାକୁ ଅପେକ୍ଷା କରିଛି ।

ଏହା ମଧ୍ୟ ପଢନ୍ତୁ-ନର୍ଥମ୍ପଟନସାୟାର ପକ୍ଷରୁ ଖେଳିବେ ପୃଥ୍ବୀ ଶ'

ଚଳିତ ବର୍ଷ ଭାରତ ପକ୍ଷରୁ ଚହଲ ମାତ୍ର 2ଟି ଦିନିକିଆ ଖେଳି 3ଟି ଓ୍ବିକେଟ ନେଇଥିଲେ । ଏସିଆ କପରେ ଚହଲଙ୍କୁ ସ୍ଥାନ ମିଳିନଥିବା ବେଳେ ଅକ୍ଟୋବର5 ରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପରେ ମଧ୍ୟ ଚହଲଙ୍କୁ ସ୍ଥାନ ମିଳିନି । ଏପରି ସ୍ଥିତିରେ ସେ ବିଦେଶରେ କାଉଣ୍ଟି କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ICC World Cup 2023: 15 ଜଣିଆ ଦଳ ଘୋଷଣା କଲେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ବିଶ୍ବକପ ପରେ ଅବସର ନେବେ ଡି'କକ୍

ଚହଲ ଭାରତ ପକ୍ଷରୁ 33ଟି ପ୍ରଥମ ମ୍ୟାଚ ଖେଳି 87ଟି ଓ୍ବିକେଟ ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ସେ କୌଣସି ଟେଷ୍ଟ ମ୍ୟାଚ ଖେଳିନାହାନ୍ତି । ସେହିପରି 7ଟି ଦନିକିଆ ମ୍ୟାଚ ଖେଳି 121ଟି ଓ୍ବିକେଟ ହାସଲ କରିଥିବା ବେଳେ 80ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳି 96ଟି ଓ୍ବିକେଟ ନେଇଛନ୍ତି ଚହଲ । ବର୍ତ୍ତମାନ ଏସିଆ କପ ଜାରି ରହିଥିବା ବେଳେ ଆଗକୁ ଦିନିକିଆ ବିଶ୍ବକପ ଖେଳାଯିବ । କିନ୍ତୁ ଏସିଆ କପରେ ଚହଲଙ୍କୁ ସ୍ଥାନ ମିଳିନଥିବା ବେଳେ ବିଶ୍ବକପରେ ମଧ୍ୟ ସ୍ଥାନ ମିଳିନାହିଁ । ଯେଉଁଥି ପାଇଁ ସେ କେଣ୍ଟ ପକ୍ଷରୁ ମ୍ୟାଚ ଖେଳିବାକୁ ନିସ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.