ETV Bharat / sports

ଜାଣନ୍ତୁ ଟେଷ୍ଟ କ୍ରିକେଟର ବିଶ୍ବ ଚମ୍ପିଆନ ଟିମ୍‌କୁ କେଉଁ ଟ୍ରଫି ମିଳିବ ? - ଅନ୍ତର୍ଜାତୀୟ କ୍ରିକେଟ ପରିଷଦ

ଆଇସିସିର ଘୋଷଣା, ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ବିଜେତା ଟିମକୁ ମିଳିବ ଟେଷ୍ଟ ଗଦା । ଅଧିକ ପଢନ୍ତୁ...

WTC final: Winner to take home purse of USD 1.6 million along with Test Championship mace
ଜାଣନ୍ତୁ ଟେଷ୍ଟ କ୍ରିକେଟର ବିଶ୍ବ ଚମ୍ପିଆନ ଟିମ୍‌କୁ କେଉଁ ଟ୍ରଫି ମିଳିବ ?
author img

By

Published : Jun 14, 2021, 7:31 PM IST

Updated : Jun 14, 2021, 10:01 PM IST

ଦୁବାଇ: ବହୁ ପ୍ରତିକ୍ଷିତ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍‌କୁ ଆଉମାତ୍ର 4 ଦିନ । କ୍ରିକେଟର ସର୍ବପୁରାତନ ଓ ଲମ୍ବା ଫର୍ମାଟକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅଧିକ ପ୍ରତିଯୋଗୀତାମୂଳକ କରିବାର ଯୋଜନାରୁ ହୋଇଛି ଟେଷ୍ଟ ଚମ୍ପିଆନସିପ୍‌ ଜନ୍ମ । ତେବେ ଆଇସିସି ଇଭେଣ୍ଟ ହୋଇଥିବାରୁ ଫାଇନାଲରେ ବିଜେତା ଟିମକୁ କେଉଁ ଟ୍ରଫି ମିଳିବ, କେତେ ପୁରସ୍କାର ରାଶି ମିଳିବ ସେନେଇ ଫ୍ୟାନ୍ସଙ୍କ ମନରେ ଉତ୍ସାହ ରହିଥିଲା । ମାତ୍ର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଫ୍ୟାନ୍ସଙ୍କ ଏହି ପ୍ରତୀକ୍ଷାର ଶେଷ କରିବା ସହ ସୋମବାର ବିଜେତା ଟ୍ରଫି ଓ ପୁରସ୍କାର ରାଶି ଘୋଷଣା କରିଛି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଲଢେଇ ହେବ । କ୍ରିକେଟର ଲମ୍ବା ଫର୍ମାଟରେ ବିଶ୍ବ ଚମ୍ପିଆନ ବିଜେତା ଟିମ୍‌କୁ ଆଇସିସି ଟେଷ୍ଟ ଚମ୍ପିଆନସିପ ଗଦା ଓ 1.6 ମିଲିୟନ ଆମେରିକୀୟ ଡଲାର(12 କୋଟି ଟଙ୍କା) ମିଳିବ । ଦୁଇ ବର୍ଷ ଧରି ଖେଳାଯାଇଥିବା ପ୍ରତିଯୋଗିତା ମୋଟ 9ଟି ଟିମ ମଧ୍ୟରେ ଖେଳାଯାଇଥିଲା । ଫାଇନାଲରେ ପରାଜିତ ଟିମକୁ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିବାରୁ 80,000ଆମେରିକୀୟ ଡଲାର(6 କୋଟି ଟଙ୍କା) ମିଳିବ ।

ଆଇସିସି ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିବା ଟିମ୍‌କୁ 450,000 ଆମେରିକୀୟ ଡଲାର ଓ 4ର୍ଥ ସ୍ଥାନରେ ରହିଥିବା ଟିମକୁ 350,000 ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିବ । ସେହିପରି ପଞ୍ଚମ ସ୍ଥାନରେ ରହିଥିବା ଟିମକୁ 200,000 ଆମେରିକୀୟ ଡଲାର ପ୍ରଦାନ କରାଯିବ । ବାକି 4ଟି ଟିମ୍‌କୁ ପ୍ରତ୍ୟେକ 100,000 ଆମେରିକୀୟ ଡଲାର ମିଳିବ ।

ପୂର୍ବରୁ ଆଇସିସି ପୁରୁଷ ଟେଷ୍ଟ ଟିମ ମାନ୍ୟତାର ଶୀର୍ଷରେ ଥିବା ଟିମକୁ ମିଳୁଥିବା ଟେଷ୍ଟ ଗଦା ବର୍ତ୍ତମାନ WTC ବିଜେତାଙ୍କୁ ମିଳିବ । ତେବେ ଫାଇନାଲ ମ୍ୟାଚ ଡ୍ର କିମ୍ବା ଟାଇ ହେଲେ ଉଭୟ ଟିମ ବିଜେତା ଘୋଷିତ ହେବେ ଓ ଟେଷ୍ଟ ଗଦା ଉଭୟଙ୍କୁ ପ୍ରଦାନ କରାଯିବ । ପୁରସ୍କାର ରାଶି ମଧ୍ୟ ସେୟାର କରିବେ ।

ଇଂଲିସ ଲକ୍‌ଜୁରୀ କମ୍ପାନୀ ଥୋମାସ ଲାଇଟ ଏହି ଗଦାକୁ ଡିଜାଇନ କରିଛି । ଟେଷ୍ଟ କ୍ରିକେଟର ମୌଳିକ ତତ୍ବ ଓ ପ୍ରତିଯୋଗୀ ଦେଶ ମାନଙ୍କୁ ଏଥିରେ ସ୍ଥାନ ମଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 14, 2021, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.