ETV Bharat / sports

WTC final: ବର୍ଷା ବାଧକ, ଧୋଇଗଲା ପ୍ରଥମ ସେସନ୍ - first session rained out

ବର୍ଷା ଧୋଇନେଲା WTC ଫାଇନାଲର ପ୍ରଥମ ସେସନ, ଟସ୍‌ରେ ବିଳମ୍ବ । ଅଧିକ ପଢନ୍ତୁ...

WTC final: Toss delayed, first session rained out
ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ବର୍ଷା ବାଧକ
author img

By

Published : Jun 18, 2021, 3:10 PM IST

Updated : Jun 18, 2021, 3:15 PM IST

ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲର ପ୍ରଥମ ଦିନର ପ୍ରଥମ ସେସନ ବର୍ଷାରେ ଧୋଇଯାଇଛି । ସାଉଥାମ୍ପଟନରେ ସକାଳୁ ପାଗ ଖରାପ ସହ ପଡିଆରେ ବର୍ଷା ହୋଇଥିଲା । ଫଳରେ ପିଚ୍‌କୁ କଭର କରାଯାଇଛି ବର୍ଷା ବନ୍ଦ ହେବାକୁ ଅପେକ୍ଷା ରହିଛି । ଖରାପ ପାଗ ଯୋଗୁଁ ଟସ୍‌ରେ ମଧ୍ୟ ବିଳମ୍ବ ହୋଇଛି ।

"ଦୁର୍ଭାଗ୍ୟବଶତଃ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ଦିନର ପ୍ରଥମ ସେସନ ଖେଳ ହୋଇପାରିବ ନାହିଁ ।" ଟ୍ବିଟ ଯୋଗେଁ ବିସିସିଆଇ ଏହା ଘୋଷଣା କରିଛି ।

କେବଳ ପ୍ରଥମ ଦିନ ନୁହେଁ ବରଂ ସ୍ଥାନୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସଂପୂର୍ଣ୍ଣ 5 ଦିନ ପାଗ ସାଉଥାମ୍ପଟନରେ ମେଘୁଆ ରହିବ । ସେଥିପାଇଁ ପୂର୍ବରୁ ଆଇସିସି ଜୁନ 23କୁ ରିଜର୍ଭ ଦିନ ରଖିଛି । କୌଣସି ଦିନର ଖେଳ ଅସମାପ୍ତ ହେଲେ ରିଜର୍ଭ ଦିନରେ ଏହାର ଭରଣା ହେବ । ତେବେ ଯଦି ବିନା ଫଳାଫଳରେ ମ୍ୟାଚ୍‌ ଶେଷ ହୁଏ ଉଭୟ ଟିମ ଟେଷ୍ଟ ଚମ୍ପିଆନସିପ ସେୟାର କରିବେ ।

ପାଗ ମେଘୁଆ ଥିବାରୁ ଟସ୍‌ର ଭୁମିକା ଗୁରୁତ୍ବପୂର୍ଣ୍ଣ ହୋଇଛି । ଭାରତ ପୂର୍ବରୁ ଚୁଡାନ୍ତ ଏକାଦଶ ଘୋଷଣା କରିସାରିଥିବାବେଳେ, ନ୍ୟୁଜିଲାଣ୍ଡର ଚୁଡାନ୍ତ ଏକଦାଶ ଉପରେ ନଜର ରହିଛି । ଭାରତ ଟିମ ଘୋଷଣା କରିସାରିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ଜଣେ ସ୍ପିନରଙ୍କ ବଦଳରେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2021, 3:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.