ସାଉଥମାମ୍ପଟନ: କ୍ରିକେଟ ପ୍ରେମୀଙ୍କ ନିରାଶ । ବାତିଲ ହେଲା WTC ଫାଇନାଲର ପ୍ରଥମ ଦିନ ଖେଳ । ହାମ୍ପସାୟର ବାଓଲରେ ବର୍ଷା ସାମାନ୍ୟ ଥମିବା ପରେ ଭାରତୀୟ ସମୟ ସନ୍ଧ୍ୟା 7.30ରେ ଅମ୍ପାୟର ପଡିଆ ଅନୁଧ୍ୟାନ କରିବା ନେଇ ସ୍ଥିର ହୋଇଥିଲା । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ରେ ବାଧକ ସାଜିବା ପରେ ଟସ୍ରେ ବିଳମ୍ବ ସହ ପ୍ରଥମ ସେସନ ଖେଳ ସଂପୂର୍ଣ୍ଣ ଧୋଇଯାଇଥିଲା ।
-
UPDATE - Unfortunately, play on Day 1 has been called off due to rains. 10.30 AM local time start tomorrow.#WTC21
— BCCI (@BCCI) June 18, 2021 " class="align-text-top noRightClick twitterSection" data="
">UPDATE - Unfortunately, play on Day 1 has been called off due to rains. 10.30 AM local time start tomorrow.#WTC21
— BCCI (@BCCI) June 18, 2021UPDATE - Unfortunately, play on Day 1 has been called off due to rains. 10.30 AM local time start tomorrow.#WTC21
— BCCI (@BCCI) June 18, 2021
ତେବେ ବର୍ଷା ସାମାନ୍ୟ କମ୍ ହେବାପରେ ଗ୍ରାଉଣ୍ଡ ଷ୍ଟାଫ ଯୁଦ୍ଧକାଳୀନ ଭିତ୍ତିରେ ପଡିଆରୁ ପାଣି କାଢିବାରେ ଲାଗିପଡିଥିଲେ। ମାତ୍ର ଓଦା ପଡିଆ ଯୋଗୁଁ ପ୍ରଥମ ଦିନର ସଂପୂର୍ଣ୍ଣ ଖେଳ ବାତିଲ ଘୋଷଣା ହୋଇଛି ।
ତେବେ ରିଜର୍ଭ ଦିନ ରଖାଯାଇଥିବା ଜୁନ 23ରେ ପ୍ରଥମ ଦିନର ପ୍ରଭାବିତ ଖେଳ ହେବାନେଇ ଘୋଷଣା ହୋଇପାରେ । ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଟର ପାଗ ମେଘୁଆ ଓ ପବନ ବହୁଥିବା ନେଇ ଟ୍ବିଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ