ETV Bharat / sports

WTC Final Day 4 Stumps: ଭାରତ ୧୬୪/୩, ବିଜୟ ପାଇଁ ଆବଶ୍ୟକ ଆଉ ୨୮୦

author img

By

Published : Jun 10, 2023, 11:02 PM IST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ର ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଆଜିର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି । ଅଧିକ ପଢ଼ନ୍ତୁ

WTC Final Day 4 Stumps
WTC Final Day 4 Stumps

ଲଣ୍ଡନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ର ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଆଜିର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି । ଏହା ସହିତ ଏହି ଆଇସିସି ଟ୍ରଫି ହାତେଇବା ପାଇଁ ଭାରତକୁ ପଞ୍ଚମ ତଥା ଶେଷ ଦିନରେ ଆଉ ୨୮୦ ରନ୍‌ର ଆବଶ୍ୟକତା ରହିଛି । ଆଜିର ଖେଳ ଶେଷ ସୁଦ୍ଧା ବିରାଟ କୋହଲି ୪୪ ଓ ଆଜିଙ୍କ୍ୟ ରାହାଣେ ୨୦ ରନ କରି ପିଚ୍‌ରେ ମହଜୁଦ ରହିଛନ୍ତି ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା । ଏହା ସହିତ ଭାରତଠାରୁ ୨୯୬ ରନ ଆଗରେ ରହି ମଜବୁତ ସ୍ଥିତିରେ ରହିଥିଲା କଙ୍ଗାରୁ ଦଳ । ତେବେ ଆଜି ଚତୁର୍ଥ ଦିନ ଖେଳ ଆରମ୍ଭରୁ ସେଟ୍‌ ବ୍ୟାଟର ଲାବୁସାନେଙ୍କୁ ଉମେଶ ଯାଦବ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ କାମେରନ ଗ୍ରୀନ ଓ ଆଲେକ୍ସ କ୍ୟାରୀ ଦୀର୍ଘ ସମୟ ମୋର୍ଚ୍ଚା ସମ୍ଭାଳିଥିଲେ । ହେଲେ ସେମାନଙ୍କ ଭାଗିଦାରୀ ଭାଙ୍ଗିବାକୁ ଯାଇ ଗ୍ରୀନଙ୍କୁ କ୍ଲିନ୍‌ ବୋଲ୍ଡ୍‌ କରିଦେଇଥିଲେ ଜାଡେଜା । ଏହାପରେ ମିଚେଲ ଷ୍ଟାର୍କ୍‌ ଆଲେକ୍ସ କ୍ୟାରୀଙ୍କୁ ଭରପୁର ସାଥ୍‌ ଦେଇଥିଲେ । ହେଲେ ଲମ୍ବା ପାଳି ଖେଳିବା ପୂର୍ବରୁ ୪୧ ରନ ସଂଗ୍ରହ କରିଥିବା ବେଳେ ଷ୍ଟାର୍କ୍‌ଙ୍କୁ ସାମି ଆଉଟ କରିଦେଇଥିଲେ । ଆଲେକ୍ସ କ୍ୟାରୀଙ୍କ ୬୬ ରନ ବଳରେ ଅଷ୍ଟ୍ରେଲିଆ ୨୭୦ ରନ କରି ପାଳି ଡିକ୍ଲାର୍‌ କରିଦେଇଥିଲା ।

ଏହାପରେ ଭାରତକୁ ବିଜୟ ପାଇଁ ୪୪୪ ରନ ଆବଶ୍ୟକ ରହିଥିଲା । ପ୍ରଥମରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲ୍‌ ଆକ୍ରମଣାତ୍ମକ ପନ୍ଥା ଆପଣାଇଥିଲେ । ହେଲେ ପ୍ରଥମେ ଗିଲଂ ୧୯ ବଲରୁ ମାତ୍ର ୧୮ ରନ କରି ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା 6୦ ବଲରୁ ୪୩ ରନ କରି ପାଭିଲିୟନ ଫେରିଯାଇଥିଲେ । ପୂଜାରା ମଧ୍ୟ ଦଳ ପାଇଁ ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ ମାତ୍ର ୨୭ ରନ କରି ଆଉଟ ହୋଇଥିଲେ । ସେପଟେ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଆଜି ଭାରତୀୟ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । କୋହଲି ୬୦ ବଲରୁ ୪୪ ଓ ରାହାଣେ ୫୯ ବଲରୁ ୨୦ ରନ କରି ଅପରାଜିତ ରହିଥିବା ବେଳେ ଶେଷ ଦିନରେ ଭାରତକୁ ବିଜୟ ପାଇଁ ଆଉ ୨୮୦ ରନର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.