ETV Bharat / sports

WPL ଓଡିଶା ମହିଳା କ୍ରିକେଟର ପାଇଁ ଆଣିବ ନୂଆ ସୁଯୋଗ: ପବନ ଅଗ୍ରୱାଲ

author img

By

Published : Feb 8, 2023, 4:33 PM IST

ଚଳିତ ବର୍ଷ WPL 2023 ପାଇଁ 409 ଜଣ ଖେଳାଳି ତାଲିକା ଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ ମହିଳା ପ୍ରିମିୟର ଲିଗ ନିଲାମୀ ପ୍ରକ୍ରିୟା ସାମିଲ ହୋଇଛନ୍ତି ୭ ଓଡିଆ ଖେଳାଳି । ଅଧିକ ପଢନ୍ତୁ

ପବନ ଅଗ୍ରୱାଲ
ପବନ ଅଗ୍ରୱାଲ
WPL ଓଡିଶା ମହିଳା କ୍ରିକେଟର ପାଇଁ ଆଣିବ ନୂଆ ସୁଯୋଗ : ପବନ ଅଗ୍ରୱାଲ

କଟକ: ମହିଳା ପ୍ରିମିୟର ଲିଗ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୭ ଓଡିଆ ଖେଳାଳି । ମାଧୁରୀ ମେହେଟ୍ଟା, ରୋସନାରା ଖାନ, କାଜଲ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଏସ.ବି ଲରେନ୍ସ, ସୁଜାତା ମଲ୍ଲିକ, ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କ ନାମ ଏହି ନିଲାମୀ ପ୍ରକ୍ରିୟା ପାଇଁ ତାଲିକା ଭୁକ୍ତ ହୋଇଛି । ଚଳିତ ବର୍ଷ WPL 2023 ପାଇଁ 409 ଜଣ ଖେଳାଳି ତାଲିକା ଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ 246 ଭାରତୀୟ ଖେଳାଳି ହୋଇଥିଲା ବେଳେ 163 ବିଦେଶୀ ଖେଳାଳି ରହିଛନ୍ତି । BCCI ପ୍ରଥମ ଥର ପାଇଁ ଏହି ମହିଳା ପ୍ରିମିୟର ଲିଗ ଆୟୋଜନ କରୁଛି । ଏହା ମାର୍ଚ୍ଚ 4 ରୁ 26 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ । ଏହି ପ୍ରିମିୟର ଲିଗରେ ମୋଟ 22 ଟି ମ୍ୟାଚ ଖେଳାଯିବ । ସେପଟେ ଓଡିଶା କ୍ରିକେଟ ସଙ୍ଘ ପାଇଁ ଏକ ଖୁସିର ଖବର । କାରଣ ପ୍ରଥମ ଥର ପାଇଁ BCCIର ଏହି ମେଗା ଆୟୋଜନରେ 7 ଓଡ଼ିଆ ମହିଳା କ୍ରିକେଟରଙ୍କ ନାମ ନିଲାମ ତାଲିକାରେ ସାମିଲ କରାଯାଇଛି ।

"ଏହି ଲିଗରେ ଯଦି କୌଣସି ପ୍ରାଞ୍ଚାଇଜ ଓଡ଼ିଆ କ୍ରିକେଟରମାନଙ୍କୁ କିଣନ୍ତି ତେବେ ନିଶ୍ଚୟ ତାହା OCA ପାଇଁ ଏକ ଗ୍ରୀନ ସିଗ୍ନାଲ ହେବ । କାରଣ WPLରେ ଅନେକ ଭାରତୟ ଓ ବିଦେଶୀ ଖେଳାଳି ନଜର ଆସିବେ । ସେମାନଙ୍କଠୁ ଶିଖିବା ଓ ମଇଦାନରେ ପାଳି ସମ୍ଭାଳିବା ପରେ ନିଶ୍ଚୟ ଟିମ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରି ପରିବେ ଏହି ମହିଳା କ୍ରିକେଟର । ବିଗତ ଦିନମାନଙ୍କରେ ଏହି 7 ଜଣ ଖେଳାଳି BCCIର ଘରୋଇ ମ୍ୟାଚରେ ଅନେକ ଭଲ ପ୍ରଦର୍ଶନ ଦେଖାଇ ସାରିଛନ୍ତି । ତେବେ ମହିଳା ପ୍ରିମିୟର ଲିଗ ପାଇଁ ଏହି ୭ ମହିଳା କ୍ରିକେଟରଙ୍କୁ ନେଇ ଅନେକ ଆଶା ରହିଛି," ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।

BCCIର ସୂଚନା ଅନୁଯାୟୀ ଏହି ନିଲାମୀ ପ୍ରକ୍ରିୟା ପାଇଁ ୧୫୨୫ ମହିଳା କ୍ରିକେଟର ପଞ୍ଜିକରଣ କରିଥିଲେ । ଯେଉଁଥିରେ ୪୦୯ ମହିଳା କ୍ରିକେଟରଙ୍କୁ ନିଲାମୀ ପାଇଁ ସର୍ଟଲିଷ୍ଟ କରାଯାଇଛି । ଏଥିରେ ୨୪୬ ଭାରତୀୟ ଖେଳାଳି ରହିଛନ୍ତି । ସେହିପରି ୧୬୩ ବିଦେଶୀ ମହିଳା କ୍ରିକେଟର ରହିଛନ୍ତି । ଏହା ସହିତ ୮ ଜଣ ପ୍ଲେୟର ଏସୋସିଏଟ ଦେଶରୁ ରହିଛନ୍ତି । ମହିଳା ପ୍ରିମିୟର ଲିଗରେ ହେବାକୁ ଥିବା ପ୍ରଥମ ନିଲାମୀ ପ୍ରକ୍ରିୟାରେ ୨୦୨ କେପ୍ଡ ମହିଳା କ୍ରିକେଟର ସାମିଲ ହେବାକୁ ଥିବା ବେଳେ ୧୯୯ ଅନକେପ୍ଡ ମହିଳା କ୍ରିକେଟର ସାମିଲ ହେବେ । ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ୫ ଟି ଫ୍ରାଞ୍ଚାଇଜ ଅଂଶ ଗ୍ରହଣ କରିଛନ୍ତି । ତେବେ ସର୍ଟଲିଷ୍ଟ ହୋଇଥିବା ୪୦୯ ଖେଳାଳିଙ୍କ ମଧ୍ୟରୁ ୯୦ ଜଣ ମହିଳା କ୍ରିକେଟର ନିଲାମ ହେବ । ଏଥିରେ ପ୍ରାୟ ୩୦ ସ୍ଲଟ ବିଦେଶୀ ଖେଳାଳି ନିଲାମ ହୋଇପାରିବେ । ଏନେଇ ଫେବୃଆରୀ ୧୩ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ପ୍ରଥମ ନିଲାମୀ ପ୍ରକ୍ରିୟା ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.