ETV Bharat / sports

WPL 2023: ଉଦଘାଟନୀ ଉତ୍ସବରେ ଜଲୱା ଦେଖାଇବେ କ୍ରିତି-କିଆରା, ମୁହାଁମୁହିଁ ହେବେ ଗୁଜୁରାଟ-ମୁମ୍ବାଇ

ମହିଳା ଆଇପିଏଲର ଉଦଘାଟନି ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଓ ମୁମ୍ବାଇ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ହେବ ଉଦଘାଟନ ଉତ୍ସବ । ଝୁମାଇବେ କ୍ରିତି ଓ କିଆରା । ଅଧିକ ପଢନ୍ତୁ

author img

By

Published : Mar 4, 2023, 7:34 AM IST

Etv Bharat
Etv Bharat

ମୁମ୍ବାଇ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ଆଇପିଏଲର ପ୍ରଥମ ସଂସ୍କରଣ । ମଇଦାନକୁ ଓହ୍ଲାଇବେ ମହିଳା ଆଇପିଏଲ ଟିମ । ମହିଳା ଖେଳାଳୀଙ୍କ ବ୍ୟାଟରୁ ଛକା ଚଉକାର ବର୍ଷାରେ କମ୍ପିବ ଷ୍ଟାଡିୟମ । ଆଜି ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜୁରାଟ ଜାଏଣ୍ଟସ । ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ସନ୍ଧ୍ୟା 7ଟା 30 ମିନିଟ ସମୟରେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଛି । ଯେଉଁଥିରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ, କିଆରା ଆଡଭାନୀ ଓ ଏପି. ଧିଲୋନ ମୁଖ୍ୟ ଆକର୍ଷଣ ସାଜିବେ । ସନ୍ଧ୍ୟା 5ଟା 30 ମିନିଟ ସମୟରେ ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ଯାହା 2ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ।

ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ମୋଟ 5ଟି ଦଳ ରହିଛି । ସେମାନଙ୍କ ମଧ୍ୟରେ ମୋଟ 22ଟି ମ୍ୟାଚ ଖେଳାଯିବ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । 2ଟି ମ୍ୟାଚର ଟିକେଟ ମୂଲ୍ୟ 100 ଟଙ୍କା ରହିଥିବା ବେଳେ ମହିଳା ଓ ଯୁବତୀ ମାନେ ମାଗଣାରେ ମ୍ୟାଚ ଦେଖି ପାରିବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ସ୍ପୋର୍ଟ 18 ନେଟଓ୍ବାର୍କ ଓ ଜିଓ ସିନେମା ଆପରେ ମାଚ୍ୟର ସିଧାପ୍ରସାରଣ କରାଯିବ ।

ଚଳିତ ମହିଳା ପ୍ରିମିୟର ଲିଗ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜୁରାଟ ଜାଏଣ୍ଟସ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ୟୁପି ଓ୍ବାରିୟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ରହିଛି । ଏଥିରେ ସବୁଠୁ ଅଧିକ ଦାମ ଗୁଜୁରାଟ ଜାଏଣ୍ଟସ ଟିମର । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ରହିଛି ମୁମ୍ବାଇ ଟିମ । ଯାହାକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ପ୍ରଥମ ସଂସ୍କରଣର ପ୍ରଥମ ମ୍ୟାଚରେ ବିଜୟୀ ହେବାକୁ ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ମୁମ୍ବାଇ ଚିମ । ସେହିପରି ବେଥ ମୁନିଙ୍କ ନେତୃତ୍ବରେ ଗୁଜୁରାଟ ଦଳ ମଧ୍ୟ ଆଜିର ମ୍ୟାଚ ହାତେଇବା ନେଇ ଲକ୍ଷ୍ୟ ରଖିଛି ।

ତେବେ ଆଜିଠୁ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ 23 ଧରି ଜାରି ରହିବ । ମାର୍ଚ୍ଚ 26 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । WPL ପ୍ରଥମ ସଂସ୍କରଣ ପାଇଁ ଫେବୃଆରୀ 13 ତାରିଖରେ ନିଲାମ ପ୍ରକ୍ରିୟା ହୋଇଥିଲା । ମୋଟ 30 ଜଣ ବିଦେଶୀ ଖେଳାଳି କ୍ରୟ ହୋଇଥିଲେ । ନିଲାମୀରେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧନା ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.