ETV Bharat / sports

T20 WC: ଫାଇନାଲ୍‌ରେ ଭାରତ-ପାକିସ୍ତାନ ଲଢେଇ ଚାହାନ୍ତି ପାକିସ୍ତାନ କୋଚ୍‌ - ଭାରତ ବନାମ ପାକିସ୍ତାନ

ଦୁଇ ଟିମ ଚଳିତ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ପୁଣି ଭେଟ ହୁଅନ୍ତୁ ଓ ବନ୍ଧୁତାର ବାର୍ତ୍ତା ବାଣ୍ଟନ୍ତୁ ବୋଲି କହିଛନ୍ତି ପାକିସ୍ତାନ କୋଚ୍‌ । ଅଧିକ ପଢନ୍ତୁ...

Would be great if India, Pakistan meet again in final: Saqlain Mushtaq
T20 WC: ଫାଇନାଲ୍‌ରେ ଭାରତ-ପାକିସ୍ତାନ ଲଢେଇ ଚାହାନ୍ତି ପାକିସ୍ତାନ କୋଚ୍‌
author img

By

Published : Oct 28, 2021, 10:12 PM IST

ଦୁବାଇ: ଭାରତ ଓ ପାକିସ୍ତାନ ଉଭୟ ଚଳିତ ଟି-୨୦ ବିଶ୍ବକପର ଫାଇନାଲ ଖେଳନ୍ତୁ । ଏହା କହିଛନ୍ତି ପାକିସ୍ତାନ କୋଚ୍‌ ସକଲେନ ମୁସ୍ତାକ୍‌ । ଦୁଇ ଟିମ ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଭେଟ ହୁଅନ୍ତୁ ଓ ବନ୍ଧୁତାର ବାର୍ତ୍ତା ବାଣ୍ଟନ୍ତୁ ବୋଲି କହିଛନ୍ତି ପାକିସ୍ତାନ କୋଚ୍‌ ।

ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା । ସକଲେନଙ୍କ ଅନୁଯାୟୀ, ଉଭୟ ଟିମର ଖେଳାଳି ବନ୍ଧୁତା ଓ ମାନବିକତାର ବାର୍ତ୍ତା ବାଣ୍ଟିଛନ୍ତି ।

ଚିର ପ୍ରତିନ୍ଦ୍ବନ୍ଦୀ ଭାରତ ସହ ମେଗା ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଆଉ ଏକ ମ୍ୟାଚ୍‌ ପାକିସ୍ତାନ ଚାହୁଁଛି ପ୍ରଶ୍ନର ଉତ୍ତରରେ ସକଲେନ କହିଛନ୍ତି, "ଯଦି ଭାରତ ଫାଇନାଲରେ ପ୍ରବେଶ କରେ ତେବେ ଏହା ଏକ ବଡ କଥା ହେବ, କାରଣ ପାକିସ୍ତାନ ଟିମ ତାଙ୍କୁ ପରାସ୍ତ କରିଛି ବୋଲି ନୁହେଁ, ବରଂ ଭାରତ ଏକ ଶକ୍ତିଶାଳୀ ଟିମ । ଭାରତକୁ ସମସ୍ତେ ବିଶ୍ବକପ ଟ୍ରଫି ଜିତିବାର ପ୍ରମୁଖ ଦାବିଦାର କହିଛନ୍ତି । ଆଉ ଗୋଟିଏ ମ୍ୟାଚ୍‌ ଖେଳିଲେ ସଂପର୍କ ଆହୁରି ଭଲ ହେବ ।"

"ପୂର୍ବ ମ୍ୟାଚ୍‌ରେ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି ଯେପରି ଭାବେ ପାକିସ୍ତାନ ଖେଳାଳିଙ୍କ ସହ ଉତ୍ତମ ବ୍ୟବହାର ଦେଖାଇଥିଲେ, ଏହା ବାର୍ତ୍ତା ଯାଇଥିଲା ଯେ, ବନ୍ଧୁତାର ବିଜୟ ଓ ଶତ୍ରୁତାର ପରାଜୟ ହେଉ । ଆମେମାନେ ସମସ୍ତେ ମଣିଷ, ପରସ୍ପରଙ୍କୁ ଭଲପାଉ, ସମ୍ମାନ କରୁ । ଏହା କେବଳ ଏକ ମ୍ୟାଚ୍‌ ଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.