ETV Bharat / sports

World Test Championship : ପ୍ରଥମ ଟେଷ୍ଟ ବିଜୟ ପରେ ଭାରତର ପଏଣ୍ଟରେ ଉନ୍ନତି, ଫାଇନାଲରେ ପହଁଞ୍ଚିବା ରାସ୍ତା ସହଜ - ବିଶ୍ବ ଟେଷ୍ଟ ଚମ୍ପିଆନସିପ 2023

ପ୍ରଥମ ଟେଷ୍ଟର ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଭାରତକୁ ଫାଇଦା ମିଳିଛି । ଅଧିକ ପଢନ୍ତୁ

ପ୍ରଥମ ଟେଷ୍ଟ ବିଜୟ ପରେ ଭାରତର ପଏଣ୍ଟରେ ଉନ୍ନତି

author img

By

Published : Dec 18, 2022, 10:47 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ ବଳରେ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ୧୮୮ ରନରେ ପରାସ୍ତ କରିଛି । ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି । ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର ୨୨ ତାରିଖରେ ଖେଳାଯିବ । ତେବେ ପ୍ରଥମ ଟେଷ୍ଟର ବିଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଭାରତକୁ ଫାଇଦା ମିଳିଛି ।

ଭାରତର ପଏଣ୍ଟରେ ଉନ୍ନତି
ଭାରତର ପଏଣ୍ଟରେ ଉନ୍ନତି

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଭାରତ ଏହି ବିଜୟ ପରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପରାଜୟ ପରେ ଭାରତକୁ ଫାଇଦା ମିଳିଛି । ଟିମ୍‌ ଇଣ୍ଡିଆ ଟେଷ୍ଟ ଚମ୍ପିଆନସିପ ସିଜିନରେ ୧୩ ମୁକାବିଲାରୁ ୭ଟିରେ ବିଜୟୀ ଲାଭ କରିଛି । ଚାରୋଟି ମ୍ୟାଚରେ ପରାଜୟବରଣ କରିଛି । ସେହିପରି ଦୁଇଟି ମ୍ୟାଚ଼ ଡ୍ର ରହିଛି । ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୧୩ଟି ଟେଷ୍ଟ ମ୍ୟାଚରୁ ୯ଟି ଟେଷ୍ଟ ମ୍ୟାଚରେ ବିଜୟ ଲାଭ କରିଛି । ଏହି ତାଲିକାରେ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ଦଳ ରହିଛି । ଚତୁର୍ଥ ସ୍ଥାନରେ ଶ୍ରୀଲଙ୍କା ରହିଛି । ପଞ୍ଚମ ସ୍ଥାନରେ ଇଂଲଣ୍ଡ ରହିଛି ।

ଭାରତ ପାଖରେ ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପହଁଞ୍ଚିବା ପାଇଁ ରାସ୍ତା ସହଜ ହୋଇଛି । ଫାଇନାଲ ଟିକଟ ହାତେଇବା ପାଇଁ ଟିମ୍ ଇଣ୍ଡିଆକୁ ୫ଟି ମ୍ୟାଚରୁ ୪ଟି ମ୍ୟାଚ ଜିତିବାକୁ ପଡିବ । ବାଂଲାଦେଶ ବିପକ୍ଷରେ ଭାରତର ଆଉ ଗୋଟିଏ ଟେଷ୍ଟ ମ୍ୟାଚ ବାକି ରହିଛି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଘରୋଇ ମାଟିରେ ଫେବୃଆରୀ-ମାର୍ଚ୍ଚ ମାସରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଭାରତ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତିବା ପାଇଁ ଲକ୍ଷ୍ୟ ରଖିବ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ମ୍ୟାଚରୁ ୩ ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ସ୍ଥାନ ପକ୍କା କରିପାରେ ।

କଣ ରହିଛି ପଏଣ୍ଟ ଟେବୁଲ ନିୟମ

ବିଶ୍ବ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଫାଇନାଲ ମ୍ୟାଚ ଜୁନରେ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ଏହି ଚମ୍ପିଆନସିପର ଏହି ନିୟମ ରହିଛି କି ବିଜୟୀ ଟିମକୁ ୧୨ ପଏଣ୍ଟ, ଡ୍ର ହେଲେ ୪ ପଏଣ୍ଟ ଏବଂ ମୁକାବିଲା ଟାଇ ହେଲେ ୬ ପଏଣ୍ଟ ମିଳିବ । ପଏଣ୍ଟ ଟେବୁଲରେ ଦଳର ବିଜୟ ଅନୁସାରେ ମାନ୍ୟତା ନିର୍ଦ୍ଧାରଣ ହୋଇଥାଏ । ପୂର୍ବ ଥର ଖେଳାଯାଇଥିବା ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.