ETV Bharat / sports

World Test Championship: ସିରିଜ ଜିତିବା ପରେ ଭାରତର ପାଇଁ ଫାଇନାଲ ରାସ୍ତା ସହଜ ! - ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲ

ଦ୍ବିତୀୟ ଟେଷ୍ଟ ମ୍ୟାଚରେ ୩ ୱିକେଟରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ବିଜୟ ସହିତ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଭାରତୀୟ ଦଳର ସ୍ଥିତି ମଜବୁତ ହୋଇଛି । ଅଧିକ ପଢନ୍ତୁ

ବାଂଲାଦେଶ ବିପକ୍ଷ  ଟେଷ୍ଟ ସିରିଜ ବିଜୟ ପରେ ଭାରତୀୟ ଦଳ

author img

By

Published : Dec 26, 2022, 7:01 AM IST

ହାଇଦ୍ରାବାଦ: ବାଂଲାଦେଶ ମାଟିରେ ୨-୦ ରେ ଟେଷ୍ଟ ସିରିଜ କ୍ଲିନ ସ୍ବିପ କରିଛି ଭାରତ । ଦ୍ବିତୀୟ ଟେଷ୍ଟ ମ୍ୟାଚରେ ୩ ୱିକେଟରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ବିଜୟ ସହିତ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଭାରତୀୟ ଦଳର ସ୍ଥିତି ମଜବୁତ ହୋଇଛି । ଭାରତ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି ।

ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପୂର୍ବରୁ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଥିଲା । ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପରାଜୟ ପରେ ଏବଂ ଭାରତ ବାଂଲାଦେଶ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ସମୀକରଣ ବଦଳି ଯାଇଛି । ଟିମ ଇଣ୍ଡିଆ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ୫୮.୯୩ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଟିମ ଇଣ୍ଡିଆ ୮ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪ଟି ଟେଷ୍ଟ ମ୍ୟାଚରେ ପରାଜିତ ହୋଇଛି । ସେହିପରି ୨ଟି ଟେଷ୍ଟ ମ୍ୟାଚ ଡ୍ର ରହିଛି ।

କଣ ରହିଛି ସମୀକରଣ

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଶୀର୍ଷ ୨ ଟି ଟିମ ଫାଇନାଲ ମ୍ୟାଚ ଖେଳିବା ପାଇଁ କ୍ବାଲିଫାଏ କରିବେ । ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ୪ ଟି ଟେଷ୍ଟ ମ୍ୟାଚ ଖେଳିବ । ଯଦି ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪-୦ରେ ପରାସ୍ତ କରିଦିଏ ତାହାଲେ ଭାରତ ୬୮.୧ ପଏଣ୍ଟ ହାସଲ କରିବାରେ ସଫଳ ହୋଇପାରିବ । ଏହା ସହିତ ଭାରତ ଫାଇନାଲରେ ସ୍ଥାନ ପକ୍କା କରି ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.