ETV Bharat / sports

World Cup 2023: ବିଶ୍ବକପରେ ସବୁଠାରୁ ଲମ୍ବା ଛକା ମାରିଲେ ଡେରେଲ ମିଚେଲ

author img

By ETV Bharat Odisha Team

Published : Nov 16, 2023, 12:23 PM IST

ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ଶତକୀୟ ପାଳି ଖେଳି ଥିଲେ ସୁଦ୍ଧ ନିଜ ଦଳକୁ ବିଜୟୀ କରାଇ ପାରିନଥିଲେ ଡେରେଲ ମିଚେଲ । କିନ୍ତୁ ସେ ସବୁଠାରୁ ଲମ୍ବା ଛକା ମାରିବାରେ ଏକ ନମ୍ବର ସ୍ଥାନରେ ରହିଲେ। ଅଧିକ ପଢନ୍ତୁ

Daryl Mitchell
Daryl Mitchell

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ରେକର୍ଡ କରିଛନ୍ତି ଡେରେଲ ମିଚେଲ । ଚଳିତ ବିଶ୍ବକପରେ ସବୁଠାରୁ ଲମ୍ବା ଛକା ମାରିବାରେ ଏକ ନମ୍ବର ସ୍ଥାନରେ ନ୍ୟୁଜିଲାଣ୍ଡର ଏହି ମିଡିଲ ବ୍ୟାଟର । 27ତମ ଓଭରରେ ରବିନ୍ଦ୍ର ଜାଡେଜାଙ୍କ ଶେଷ ବଲରେ ବ୍ୟାଟ୍‌ ଉଠାଇ ଲମ୍ବା ଛକା ମାରିଥିଲେ ସେ । ତାଙ୍କର ଏହି ସଟ୍‌ ଦର୍ଶକ ବସିଥିବା ଗ୍ୟାଲେରିରେ ପଡ଼ିଥିବା ବେଳେ ଏହାର ଦୂରତା 107 ମିଟର ରହିଥିଲା । ପୂର୍ବରୁ ନେଦଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳି ଭାରତୀୟ ଖେଳାଳି ଶ୍ରେୟସ ଆୟର ସବୁଠାରୁ ଲମ୍ବା ଛକା ମାରିଥିଲେ। ଯାହାର ଲମ୍ବ 106 ମିଟର ରହିଥିଲା । ବର୍ତ୍ତମାନ ସେ ଲମ୍ବା ଛକା ମାରିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଗ୍ଲେନ ମ୍ୟାଗ୍ସଓ୍ବେଲ । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ ମ୍ୟାଚରେ 104 ମିଟର ପର୍ଯ୍ୟନ୍ତ ଲମ୍ବା ଛକା ମାରିଥିଲେ।

ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯାଇଥିଲା । ପ୍ରଥମେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଖେଳାଳି ନ୍ୟୁଜିଲାଣ୍ଡ ବୋଲରଙ୍କ ବଲରେ ଗୋଟିଏ ପରେ ଗୋଟିଏ ସଟ ମାରି ମାରି ଚାଲିଥିଲେ । ନିର୍ଦ୍ଧାରିତ 50 ଓଭରରେ ଦଳ 4 ଓ୍ବିକେଟ ହରାଇ ଦଳ 398ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଖେଳାଳି । ଓପନିଂ ଯୋଡ଼ି ଡେଭନ କନୱେ ଓ ରାଚିନ ରବିନ୍ଦ୍ର 13ରନ କରି ପାଭିଲିଅନକୁ ଫେରିଥିବା ବେଳେ କେନ ୱିଲିୟମସନ ଓ ଡେରାଇଲ ମିଚେଲ ପାଳି ସମ୍ଭାଳିଥିଲେ । କିନ୍ତୁ 69 ରନ୍‌ କରି ଆଉଟ ହୋଇଥିଲେ ଓ୍ବିଲିୟମସନ ।

ଏହା ମଧ୍ୟ ପଢନ୍ତୁ-World Cup semifinal: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମି ଟକ୍କର, ପ୍ରଥମଥର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ପ୍ରୋଟିଆଜ ଟିମ

ଡେରାଇଲ ମିଚେଲ ସଂଘର୍ଷପୂର୍ଣ୍ଣ ପାଳି ଖେଳି ଶତକ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ଗୋଟିଏ ପରେ ଗୋଟିଏ ବଲ୍‌କୁ ସେ ସଟ୍‌ ମାରି ଗ୍ରାଉଣ୍ଡ ବାହାରକୁ ରାସ୍ତା ଦେଖାଉଥିଲେ। ଖେଳର ମଧ୍ୟମ ଓଭର ଯଥା 27ତମ ଓଭର ଜାଡେଜା ବୋଲିଂ କରୁଥିବା ବେଳେ ଶେଷ ବଲରେ ସବୁଠାରୁ ଲମ୍ବା ଛକା ମାରିଥିଲେ ଡେରେଲ ମିଚେଲ । 119 ବଲରୁ 134 ରନ୍‌ କରି ଆଉଟ ହୋଇଥିଲେ ମିଚେଲ, ମହମ୍ମଦ ଶାମି ତାଙ୍କୁ ଆଉଟ କରିଥିଲେ । ବିଶ୍ୱକପରେ 10ଟି ମ୍ୟାଚ ଖେଳି 2 ଶତକ ହାସଲ କରିଛନ୍ତି ମିଚେଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.