ETV Bharat / sports

SA vs PAK: ଦୃଢ ସ୍ଥିତିକୁ ଫେରିଲା ପାକିସ୍ତାନ, ସାଉଥ ଆଫ୍ରିକା ଆଗରେ ୨୭୧ ରନ୍‌ ଟାର୍ଗେଟ

ଦଳକୁ ସୁଦଢ ସ୍ଥିତିରେ ପହଞ୍ଚାଇଲେ ସୌଦ ଶାକିଲ ଓ ଶାଦବ ଖାନ । ପାକିସ୍ତାନ ୪୬.୪ ସୁଦ୍ଧା ସମସ୍ତ ୱିକେଟ ହରାଇ ସାଉଥ ଆଫ୍ରିକା ଆଗରେ ରଖିଲା ୨୭୧ ରନ୍‌ ଟାର୍ଗେଟ । ଅଧିକ ପଢନ୍ତୁ

SA vs PAK
SA vs PAK
author img

By ETV Bharat Odisha Team

Published : Oct 27, 2023, 6:38 PM IST

Updated : Oct 27, 2023, 6:47 PM IST

ଚେନ୍ନାଇ: ଆଜି (ଶୁକ୍ରବାର) ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଚେପକ ଷ୍ଟାଡିୟମରେ ଜାରି ରହିଛି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ୨୬ତମ ଲିଗ୍‌ । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ୪୬.୪ ସୁଦ୍ଧା ୨୭୦ ରନ୍‌ କରି ଅଲଆଉଟ୍‌ ହୋଇଛନ୍ତି । ସମସ୍ତ ୱିକେଟ ପତନ ସତ୍ତ୍ବେ ବିପକ୍ଷ ଟିମ ସାଉଥ ଆଫ୍ରିକା ଆଗରେ ଏକ ଭଲ ଟାର୍ଗେଟ ରଖିଛି ପାକିସ୍ତାନ । କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିବା ପାକିସ୍ତାନ ଆଜି ଭଲ ପ୍ରଦର୍ଶନ କରିଛି । ପାକିସ୍ତାନୀ ପ୍ଲେୟାର ସୌଦ ଶାକିଲ ଓ ଶାଦବ ଖାନ ଭଲ ପ୍ରଦର୍ଶନ କରିଛନ୍ତି । ସେପଟେ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ବାବର ଆଜମ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେପଟେ ସାଉଥ ଆଫ୍ରିକା ବୋଲର୍‌ ତାବରୈଜ ସାମସିଙ୍କୁ ମିଳିଛି ସର୍ବାଧିକ ୪ ୱିକେଟ ।

ମ୍ୟାଚ୍‌ ପ୍ରାରମ୍ଭରୁ ଫେଲ୍‌ ମାରିଥିଲେ ପାକିସ୍ତାନ ଓପନର୍‌ ଅବଦୁଲ୍ଲା ଶାଫିକ ଓ ଇମାମ-ଉଲ-ହକ୍‌ । ଉଭୟ ଓପନର୍‌ ଅର୍ଦ୍ଧଶତକ ମଧ୍ୟ କରିପାରିନଥିଲେ । ଫାଷ୍ଟ ଡାଉନ ପରେ ଅଧିନାୟକ ବାବର ଆଜମ ଅର୍ଦ୍ଧଶତକ (୫୦) କରି ଆଉଟ୍‌ ହୋଇଥିଲେ । ମାତ୍ର ବ୍ୟାଟର୍‌ ସୌଦ ଶାକିଲ ଓ ଶାଦବ ଖାନ ଟିମକୁ ଦୃଢ ସ୍ଥିତିରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ସୌଦ ଶାକିଲ ସର୍ବାଧିକ ୫୨ ରନ୍‌ କରିଥିବା ବେଳେ ଶାଦବ ଖାନ ୪୩ ରନ‌୍‌ କରିଛନ୍ତି । ସୌଦ ୫୨ ବଲ୍‌ ଖେଳି ୭ଟି ଚୌକା ସହ ଏହି ରନ୍‌ ସଂଗ୍ରହ କରିଥିଲେ । ସେହିପରି ଶାଦବ ୩୬ ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ସହ ୪୩ ରନ୍‌ରେ ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ- World Cup 2023: ପାକିସ୍ତାନ ବନାମ ସାଉଥ ଆଫ୍ରିକା, ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରିଜୱାନ ୨୭ ବଲ୍‌ ଖେଳି ୩୧ ରନ୍‌ କରିଥିବା ବେଳେ ଇଫ୍ତିଖାର ଅହମ୍ମଦ ୩୧ ବଲ୍‌ରେ ୨୧ ରନ୍‌ ସଂଗ୍ରହ କରିଥିଲେ । ଟିମର କୌଣସି ପ୍ଲେୟାର ବଡ଼ ସ୍କୋର କରିନଥିଲେ ସୁଦ୍ଧା ପାକିସ୍ତାନ ଏକ ଭଲ ସ୍କୋର କରିପାରିଛି । ସାଉଥ ଆଫ୍ରିକା ଆଗରେ ୨୭୧ ରନ୍‌ ଟାର୍ଗେଟ ରହିଛି । ତେବେ ପ୍ରଥମ ଇନିଂସରେ ସାଉଥ ଆଫ୍ରିକା ବୋଲର ଆକ୍ରମଣାତ୍ମକ ବୋଲିଂ କରିଥିଲେ । ତାବରୈଜ ସାମସି ୧୦ ଓଭର ବୋଲିଂ କରି ୬୦ ରନ୍‌ ଦେବା ସହ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ତାଙ୍କ ପରେ ମାର୍କୋ ଜାନସେନ ୯ ଓଭର ବୋଲିଂ କରି ୪୩ ରନ୍‌ ଦେବା ସହ ୩ଟି ୱିକେଟ ନେଇଥିଲେ । ସେହିପରି ଲୁଙ୍ଗି ନିଗିଡିଙ୍କୁ ଗୋଟିଏ ଓ ଗେରାଲ୍ଡ କୋଏଟେଜଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ଏଡେନ ମାର୍କ୍ରମ ଓ କେଶବ ମହାରାଜଙ୍କୁ ଗୋଟିଏ ବି ୱିକେଟ ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2023, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.