ETV Bharat / sports

ବିଶ୍ବକପରେ ରୋହିତଙ୍କ ଚମକ; ପ୍ରଥମ 10 ଓଭରରେ କରନ୍ତି ବିସ୍ଫୋରକ ବ୍ୟାଟିଂ - ବିଶ୍ବକପରେ ରୋହିତଙ୍କ ଚମକ

ବିଶ୍ବକପରେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିନିଧିତ୍ବକୁ ବେଶ ପ୍ରଶଂସା କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ହିଟମ୍ୟାନ ନିଜ ବ୍ୟକ୍ତିଗତ ସ୍କୋରକୁ ଧ୍ୟାନ ନ ଦେଇ ଟିମକୁ ଏକ ଭଲ ଆରମ୍ଭ ଦେବାରେ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

Rohit Sharma
Rohit Sharma
author img

By ETV Bharat Odisha Team

Published : Nov 18, 2023, 11:26 AM IST

ହାଇଦ୍ରାବାଦ: ବିଶ୍ବକପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଭୂମିକାକୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ । ତାଙ୍କ ନେତୃତ୍ବରେ ବିଶ୍ବକପରେ ଭାରତ ସମସ୍ତ ମ୍ୟାଚରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟରେ ହିଟମ୍ୟାନ ନିଜ ବ୍ୟକ୍ତିଗତ ସ୍କୋରକୁ ଧ୍ୟାନ ନଦେଇ ଟିମକୁ ଏକ ଭଲ ଆରମ୍ଭ ଦେବାରେ ଲକ୍ଷ୍ୟ ରଖିଛନ୍ତି । ଗୋଟିଏ ଦୁଇଟି ମ୍ୟାଚକୁ ଛାଡି ଦେଲେ ବାକି ମ୍ୟାଚରେ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା । ରଣନୀତି ବଜାୟ ରଖି ରୋହିତ ଇନିଂସର ପ୍ରଥମ ୧୦ ଓଭର ଆଟାକିଂ ବ୍ୟାଟିଂ କରନ୍ତି । ଫଳରେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ବିନା ଚାପରେ ଭଲ ପ୍ରଦର୍ଶନ କରନ୍ତି । ଯାହାଫଳରେ ଭାରତ ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ ।

ବିଶ୍ବକପରେ ରୋହିତଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଛି । ପୂର୍ବରୁ ରୋହିତଙ୍କ ଅଧିନାୟକତ୍ବକୁ ସମାଲୋଚନା କରାଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ପ୍ରଶଂସା କରାଯାଉଛି । ହିଟମ୍ୟାନ ରୋହିତଙ୍କ ନେତୃତ୍ବ ସାଙ୍ଗକୁ ବିଶ୍ବକପରେ ଜବରଦସ୍ତ ବ୍ୟାଟିଂ କରି ସେ ଫର୍ମକୁ ଫେରିଥିଲେ । କ୍ରୀଡାପ୍ରେମୀ ରୋହିତଙ୍କୁ ପିଚରେ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳୁଥିବା ଦେଖିବାକୁ ପାଇଥିଲେ । ବିଶ୍ବକପରେ ଯଦି କିଏ ଅଧିକ ଛକା ମାରିଛନ୍ତି ସେ ହେଉଛନ୍ତି ରୋହିତ ଶର୍ମା । ଫାଇନାଲ ମୁକାବିଲାରେ ମଧ୍ୟ ସେ ଏକ ଭଲ ଇନିଂସ ଖେଳିବେ ବୋଲି ସମସ୍ତଙ୍କ ଆଶା ।

ଏହା ମଧ୍ୟ ପଢନ୍ତୁ-ରୋହିତ ଶର୍ମା ପ୍ରଥମ ୧୦ ଓଭରରେ ମ୍ୟାଚ୍‌ ପଲଟେଇ ଦିଅନ୍ତି: ଆକାଶ ଚୋପ୍ରା

ଅତ୍ୟନ୍ତ କଠିନ ପରିସ୍ଥିତିରୁ ବାହାରି କିଭଳି ଦଳ ଭଲ ପ୍ରଦର୍ଶନ କରିବ ତାହା ରୋହିତ ଶର୍ମାଙ୍କୁ ଜଣା । ରିସ୍କ ନେବା ପରିବର୍ତ୍ତେ କିଭଳି ଦଳ ବିଜୟୀ ହେବ ତା' ଉପରେ ସେ ଅଧିକ ଧ୍ୟାନ ଦିଅନ୍ତି । ତାଙ୍କର ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଅନ୍ୟ ବ୍ୟାଟରମାନେ ଚାପ ମୁକ୍ତ ହୋଇ ବ୍ୟାଟିଂ କରିଥାନ୍ତି । ଯାହାଫଳରେ ଦଳୀୟ ସ୍କୋର ଭଲ ହୋଇଥାଏ । ବିଶ୍ବକପରେ ରୋହିତ ଶର୍ମା ଅତିକମରେ ତିନି ଥର 1ରୁ 10 ଓଭର ପାଓ୍ବାର ପ୍ଲେ ସମୟରେ 90ରୁ ଅଧିକ ରନ କରିଛନ୍ତି । 10 ଓଭର ମଧ୍ୟରେ ଭଲ ରନ କରିବା ସେ ହେଉଛନ୍ତି ବିଶ୍ବକପର ଏକ ମାତ୍ର ଖେଳାଳି । ପ୍ରଥମ 10 ଓଭର ସେ ଏପରି ସଟ ଖେଳନ୍ତି ଯେ, ସାମ୍ନାରେ ଥିବା ବ୍ୟାଟରଙ୍କୁ ମଧ୍ୟ ରନ ନେବାକୁ ସୁଯୋଗ ମିଳେନି । ପ୍ରଥମ 10 ଓଭରରେ ସବୁଠାରୁ ଅଧିକ ଛକା ଚଉକା ମାରିଥିବା ଖେଳାଳି ହେଉଛନ୍ତି ରୋହିତ ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଦମଦାର ପାଳି ଆରମ୍ଭ କରିଥିଲେ । ପ୍ରଥମ 10 ଓଭରରେ ସେ ଛକା ଚୌକାର ବର୍ଷା କରିଥିଲେ । ନ୍ୟୁଜିଲାଣ୍ଡର ବୋଲରଙ୍କ ପ୍ରତିଟି ବଲକୁ ଅତି ସହଜରେ ସେ ବଡ ବଡ ସଟ୍ ମାରୁଥିଲେ । 29 ବଲରେ ସେ 47 ରନ କରି ଆଉଟ ହୋଇଥିଲେ ମଧ୍ୟ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ଏଥିରେ 4ଟି ଚୌକା ଓ 4ଟି ଛକା ସାମିଲ ରହିଛି । ସେ ବ୍ୟକ୍ତିଗତ ସ୍କୋର ବଦଳରେ ଦଳ କେମିତି ଭଲ ସ୍ଥିତିରେ ପହଞ୍ଚିବ ଓ ଅନ୍ୟ ବ୍ୟାଟରମାନେ କିଭଳି ଚାପ ମୁକ୍ତ ହୋଇ ଖେଳିବେ ତାହା ଉପରେ ସେ ଅଧିକ ଧ୍ୟାନ ଦିଅନ୍ତି । 2019 ବିଶ୍ୱକପରେ ସେ ପାଞ୍ଚଟି ଶତକ ହାସଲ କରିଥିଲେ ।

ବିଶ୍ୱକପ୍ 2023 ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଶ୍ରେଷ୍ଟ 5 ବ୍ୟାଟରଙ୍କ ତାଲିକାରେ ରହିଛନ୍ତି ରୋହିତ ଶର୍ମା । ବିରାଟ କୋହଲି ବିଶ୍ବକପରେ ସର୍ବାଧିକ 711 ରନ୍ ସଂଗ୍ରହ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା 550 ରନ କରି ପଞ୍ଚମ ସ୍ଥାନରେ ରହିଛନ୍ତି । ବିଶ୍ବକପରେ 10ଟି ମ୍ୟାଚ ଖେଳି ରୋହିତ ଗୋଟିଏ ଶତ ହାସଲ କରିଥିବା ବେଳେ 3ଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କର ଷ୍ଟ୍ରାଇକ ରେଟ ରହିଛି 124.15 । ରୋହିତ ଆଫଗାନିସ୍ତାନ ବିପକ୍ଷରେ ମାତ୍ର 84 ବଲରେ ଶତକ ହାସଲ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.