ETV Bharat / sports

womens Asia Cup Final: ସପ୍ତମ ଥର ମହିଳା ଏସିଆ କପ ହାତେଇଲା ଭାରତ - womens Asia Cup

ମହିଳା ଏସିଆ କପ ୨୦୨୨ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ଟିମ ଇଣ୍ଡିଆ ଏସିଆ କପ ଟାଇଟଲ ହାସଲ କରିଛିି ।

ସପ୍ତମ ଥର ମହିଳା ଏସିଆ କପ ହାତେଇଲା ଭାରତ
ସପ୍ତମ ଥର ମହିଳା ଏସିଆ କପ ହାତେଇଲା ଭାରତ
author img

By

Published : Oct 15, 2022, 4:13 PM IST

ହାଇଦ୍ରାବାଦ: ମହିଳା ଏସିଆ କପ ୨୦୨୨ ଟାଇଟଲ ହାସଲ କଲା ଭାରତ । ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ହରମନପ୍ରୀତ କୌର ଦଳ ଚମ୍ପିଆନ ହୋଇଛି । ସପ୍ତମ ଥର ପାଇଁ ମହିଳା ଏସିଆ କପ ହାତେଇବାରେ ସଫଳ ହୋଇଛି ଭାରତ । ଭାରତକୁ ୬୬ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ଏହାର ଜବାବରେ ଭାରତ ସ୍ମୃତି ମାନନ୍ଧାଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୮.୩ ଓଭରରେ ୨ ୱିକେଟ ହରାଇ ୭୧ ରନ କରି ଏସିଆ କପ ହାତେଇବାରେ ସଫଳ ହୋଇଛି ।

ଏସିଆ କପରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚରେ ଭାରତର ସହଜ ବିଜୟ । ୬୬ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲେ ଓପନର ସେଫାଳି ବର୍ମା ଓ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା । ସ୍ମୃତି ମାନ୍ଧନାଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ମାତ୍ର ୮.୩ ଓଭରରେ ଟାର୍ଗେଟ ହାସଲ କରିବାକୁ ସଫଳ ହୋଇଛି । ୩.୪ ଓଭରରେ ଭାରତର ପ୍ରଥମ ୱିକେଟ ପଡିଥିଲା । ସେଫାଳି ବର୍ମା ୫ ରନ କରି ପାଭଲିୟନ ଫେରିଥିଲେ । ତୃତୀୟ ବ୍ୟାଟିଂ ଅର୍ଡରେ ଆସିଥିବା ଜେମିମି ରେଡ୍ରିଗସ ମଧ୍ୟ ୨ ରନ କରି ଆଉଟ ହୋଇଯାଇଥିଲେ । ଏହା ପରେ ଅଧିନାୟିକା ହରମନପ୍ରୀତ କୌର କ୍ରିଜରେ ସ୍ମୃତି ମାନ୍ଧନାଙ୍କ ସହିତ ପାଳି ସମ୍ଭାଳି ଥିଲେ । ସ୍ମୃତି ମାନ୍ଧନା ମାତ୍ର ୨୫ ବଲରୁ ୬ ଟି ଚୌକା ଏବଂ ୩ ଟି ଛକା ସହିତ ୫୧ ରନର ଦମଦାର ଇନିଂସ ଖେଳିଥିଲେ । ସେହିପରି ହରମନପ୍ରୀତ କୌର ୧୧ ରନ କରି ଅପରାଜିତ ରହିଥିଲେ । ଉଭୟଙ୍କ ପାର୍ଟନରସିପରେ ଭାରତ ୮.୩ ଓଭରରେ ୨ ୱିକେଟ ହରାଇ ୭୧ ରନ କରିଥିଲା ।

ସେପଟେ ଫାଇନାଲ ମ୍ୟାଚରେ ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବୋଲରଙ୍କ ଘାତକ ବୋଲିଂ ଫଳରେ ଶ୍ରୀଲଙ୍କାର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ଓଶାଡି ରାନା ସିଙ୍ଗେ ଏବଂ ଇନୋକା ରାନାୱିରାଙ୍କ ବ୍ୟାଟିଂ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା । ଶ୍ରୀଲଙ୍କାର ଏହି ଦୁଇ ବ୍ୟାଟରଙ୍କୁ ଛାଡିଦେଲେ ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସଫଳ ହୋଇପାରିନଥିଲେ । ସେପଟେ ରେନୁକା ସିଂହଙ୍କ ଘାତକ ୩ ଓଭର ବୋଲିଂ କରି ମାତ୍ର ୫ ରନ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ରାଜେଶ୍ବରୀ ଗାଏକ୍ବାଡ ଏବଂ ସ୍ନେହା ରଣା ୨ ଟି ଲେଖାଏଁ ୱିକେଟ ହାତେଇଥିଲେ । ସେପଟେ ଦିପ୍ତି ଶର୍ମା ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ରେନୁକା ସିଂହ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.