ETV Bharat / sports

ପୁମା ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ହେଲେ ହରମନପ୍ରୀତ କୌର

author img

By

Published : Jan 31, 2023, 9:25 AM IST

ପୁମା ଇଣ୍ଡିଆ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ହରମନପ୍ରୀତ କୌରଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି । ଅଧିକ ପଢନ୍ତୁ

ହରମନପ୍ରୀତ କୌର
ହରମନପ୍ରୀତ କୌର

ହାଇଦ୍ରାବାଦ: ଖେଳ ସାମଗ୍ରୀ ତିଆରି କରୁଥିବା ବ୍ରାଣ୍ଡ ପୁମା ଇଣ୍ଡିଆ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟିକା ହରମନପ୍ରୀତ କୌରଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି । ଏନେଇ ହରମନପ୍ରୀତ ପୁମା ଇଣ୍ଡିଆ ବ୍ରାଣ୍ଡର ଜୋତା, ପୋଷାକ ଏବଂ ଅନ୍ୟ ସାମଗ୍ରୀର ପ୍ରଚାରପ୍ରସାର କରିବେ । ୨୦୨୩ ବର୍ଷରେ ଏହି ଅଭିଯାନରେ ସାମିଲ ରହିବେ ହରମନପ୍ରୀତ କୌର ।

ପୁମା ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ପରେ ହରମନପ୍ରୀତ କହିଛନ୍ତି "ପୁମା ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ହେବା ନେଇ ସେ ବେଶ୍ ଖୁସି ଅଛନ୍ତି । ବହୁତ ଲୋକଙ୍କୁ ଏକଥା ଜଣା ନାହିଁ କି ବର୍ଷ ୨୦୧୩ରେ ମୁଁ ମୋର ପ୍ରଥମ ଦିନିକିଆ ଶତକରେ ପୁମାର ଜୋତା ପିନ୍ଧିଥିଲି । ମୁଁ ମୋର କ୍ୟାରିଅର ଆରମ୍ଭରୁ ଏହି ବ୍ରାଣ୍ଡ ସାମଗ୍ରୀର ବ୍ୟବହାର କରି ସାରିଛି । ଠିକ୍ ୧୦ ବର୍ଷ ପରେ ପୁମାର ଚେହେରା ଭାବରେ ମୋତେ ସାମିଲ କରାଯାଇଛି । ମୁଁ ଦେଶରେ ସବୁଠୁ ବଡ଼ ଖେଳ ବ୍ରାଣ୍ଡ କମ୍ପାନୀ ସହିତ ଜଡିତ ହୋଇ ବେଶ୍ ଉତ୍ସାହିତ ଅଛି ।" ପୁମା ଷ୍ଟାର ବ୍ୟାଟର ବିରାଟ କୋହଲି, ଷ୍ଟାର ବକ୍ସର ଏମସି ମେରୀକମ, ଫୁଟବଲ ଷ୍ଟାର ନେମାର ଏବଂ ସୁନିଲ ଛେତ୍ରୀ, କ୍ରିକେଟର ହରଲୀନ ଦେଓଲଙ୍କ ସହ ମଧ୍ୟ ଚୁକ୍ତି କରିଛି ।

ଦକ୍ଷିଣ ଆଫ୍ରିକାରେ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ଟି୨୦ ବିଶ୍ବକପ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟିକା ହରମନପ୍ରୀତ କହିଛନ୍ତି ଯେ, ତାଙ୍କ ଟିମ ମୈଦାନରେ କେବଳ କ୍ରିକେଟର ଭାବେ ଆନନ୍ଦ ନେବାକୁ ଚାହେଁ । ଇଷ୍ଟ୍‌ ଲଣ୍ଡନରେ ଜାରି ରହିଥିବା ତ୍ରିକୋଣୀୟ ସିରିଜ ଆଗାମୀ ବିଶ୍ବକପ ପାଇଁ ବେଶ୍ ସହାୟକ ହେବ । ପରିସ୍ଥିତି ଅନୁସାରେ ଦଳର ତ୍ରୁଟିକୁ ସୁଧାରିବାକୁ ଏକ ସୁଯୋଗ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି "ମୋତେ ଲାଗୁଛି ଆମେ କିଛି ବର୍ଷ ହେବ ଆମର ଯାତ୍ରା ଜାରି ରଖିଛୁ । ଏବେ ଆମେ ବହୁତ କିଛି ଜିନିଷକୁ ନେଇ ଚିନ୍ତା କରିବା ବନ୍ଦ କରିଦେଇଛୁ । ଏଥିରେ ସଫଳ ହେବୁ ନା ବିଫଳ ରହିବୁ ତାହାକୁ ନେଇ ଆମେ ଚିନ୍ତା କରୁନୁ । ଆଉ ମୋତେ ଲାଗେ ଆମକୁ ତ୍ରୁଟି ସୁଧାରିବା ପାଇଁ ସବୁଦିନ ସୁଯୋଗ ମିଳିଥାଏ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.