ETV Bharat / sports

India vs WestIndies T20I: ଇଣ୍ଡିଜ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍‌ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୮ ରନ କରିଛି । ସେପଟେ ୧୮୯ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଛି ୱେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ

India vs West Indies T20I: ଇଣ୍ଡିଜ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ

author img

By

Published : Aug 7, 2022, 10:18 PM IST

Updated : Aug 7, 2022, 10:33 PM IST

ଫ୍ଲୋରିଡା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଛି ଟି-୨୦ ସିରିଜର ଶେଷ ମ୍ୟାଚ୍‌ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ୍‌ କରିଛି ଭାରତ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବ୍ୟାଟିଂ ଆରମ୍ଭ କରିଥିଲେ ଯୁବ ବ୍ୟାଟର୍‌ ଇଶାନ କିଶନ ଓ ଶ୍ରେୟସ ଆୟର । ତେବେ ଇଶାନଙ୍କୁ ଆଶାନୁରୂପ ସଫଳତା ମିଳିପାରି ନଥିବା ବେଳେ ଶ୍ରେୟସ ଆୟର ନିଜର ଚମତ୍କାର ପାଳି ଖେଳି ୪୦ ବଲରୁ ୬୪ ରନ ସଂଗ୍ରହ କରିଥିଲେ । ୧୬ ବଲରୁ ୨୮ ରନ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରନ୍‌ ଆଉଟ ହୋଇଥିଲେ ।

ସେପଟେ ୱେଷ୍ଟଇଣ୍ଡିଜ ପକ୍ଷରୁ ଓଡିଏନ ସ୍ମିଥ ୪ ଓଭରରେ ୩୩ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେସନ ହୋଲ୍ଡର, ଡୋମିନିକ ଡ୍ରେକ୍ସ ଓ ହେଡେନ ୱାଲ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଭାରତ ଆଗୁଆ କବଜା କରିସାରିଥିବା ବେଳେ ଶେଷ ମ୍ୟାଚ୍‌ ଜିତି ସିରିଜ ଶେଷ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ନିକୋଲସ ପୁରନଙ୍କ ୱେଷ୍ଟଇଣ୍ଡିଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2022, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.