ETV Bharat / sports

ଆଇପିଏଲ ଶେଷ ପରେ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଫେରାଇବ ବିସିସିଆଇ - ଆଇପିଏଲ 2021

ବିଦେଶୀ ଖେଳାଳିଙ୍କୁ ବିସିସିଆଇର ବଡ ଆଶ୍ବାସନା । ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ, ଆଇପିଏଲ ଖେଳୁଥିବା ସମସ୍ତ ବିଦେଶୀ ଖେଳାଳିଙ୍କୁ ନିଜ ଦେଶରେ ସୁରକ୍ଷିତ ପହଞ୍ଚାଇବାକୁ ବିସିସିଆଇର ଘୋଷଣା । ଅଧିକ ପଢନ୍ତୁ...

We'll ensure you reach home seamlessly: BCCI assures foreign players at IPL
ଆଇପିଏଲ ଶେଷ ପରେ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଫେରାଇବ ବିସିସିଆଇ
author img

By

Published : Apr 27, 2021, 4:32 PM IST

Updated : Apr 27, 2021, 5:19 PM IST

ନୂଆଦିଲ୍ଲୀ: ବିଦେଶୀ ଖେଳାଳିଙ୍କୁ ବିସିସିଆଇର ବଡ ଆଶ୍ବାସନା । ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ ଆଇପିଏଲ ଖେଳୁଥିବା ସମସ୍ତ ବିଦେଶୀ ଖେଳାଳିଙ୍କୁ ନିଜ ଦେଶରେ ସୁରକ୍ଷିତ ପହଞ୍ଚାଇବାକୁ ସମସ୍ତ ବ୍ୟବସ୍ଥା କରିବ ବୋର୍ଡ ।

3ଜଣ ଅଷ୍ଟ୍ରେଲିଆ ଖେଳାଳି ଭାରତରେ ବଢୁଥିବା କୋରୋନା ସଂକଟରେ ଭୟଭୀତ ହୋଇ ଟୁର୍ଣ୍ଣାମେଣ୍ଟରୁ ଓହରିବାର ଦିନକ ପରେ ବିସିସିଆଇର ଏହ ବଡ ବୟାନ ସାମ୍ନାକୁ ଆସିଛି ।

ଆଣ୍ଡ୍ରିୟୁ ଟାଇ(ରାଜସ୍ଥାନ ରୟାଲ୍ସ) , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କେନ ରିଚାର୍ଡସନ ଓ ଆଡାମ ଜାମ୍ପା ଆଇପିଏଲ ଅଧାରୁ ଓହରିଯାଇଛନ୍ତି । ପ୍ରାୟ ଦୁଇ ସପ୍ତାହ ଧରି ଟୁର୍ଣ୍ଣାମେଣ୍ଚ ସୁରୁଖୁରୁ ଭାବେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ସଫଳତାର ସହ ଖେଳାଯିବା ସତ୍ତ୍ବେ ଖେଳାଳିମାନେ ଭୟଭୀତ ହେବା ଚିନ୍ତାର କାରଣ ହୋଇଛି ।

"ଟୁର୍ଣ୍ଣାମେଣ୍ଟ ଶେଷ ପରେ କିପରି ନିଜ ଘରକୁ ଫେରିବେ ସେନେଇ ଅନେକ ଚିନ୍ତିତ ଥିବା ଆମେ ବୁଝିପାରୁଛୁ । ମାତ୍ର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମେ ପ୍ରତିଶ୍ରୁତି ଦେଉଛୁ, ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ ସୁରକ୍ଷିତ ଭାବେ ଆପଣଙ୍କ ସ୍ବଦେଶ ପହଞ୍ଚାଇବୁ । ବିସିସିଆଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଓ ସରକାରୀ ଅଧିକାରୀଙ୍କ ସହ ବିଦେଶୀ ଖେଳାଳିଙ୍କୁ ସ୍ବଦେଶ ଫେରିବାର ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା ଜାରି ରହିଛି ।" ବିସିସିଆଇ ସିଇଓ ହେମାଙ୍ଗ ଅମିନ ଖେଳାଳିଙ୍କ ଉଦ୍ଦେଶ୍ୟରେ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ।

ବିସିସିଆଇ ପାଇଁ ଟୁର୍ଣ୍ଣାମେଣ୍ଟ ସେପର୍ଯ୍ୟନ୍ତ ଶେଷ ହୋଇନାହିଁ, ଯେପର୍ଯ୍ୟନ୍ତ ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ଘରେ ପହଞ୍ଚିନାହାନ୍ତି ବୋଲି କହିଛି ବିସିସିଆଇ ।

ଭାରତରେ ଦୈନିକ କୋରୋନା ସଂକ୍ରମଣ ମାମଲା ଗତ କିଛି ଦିନ ଧରି 3 ଲକ୍ଷରୁ ଅଧିକ ରହିଛି । ଆବଶ୍ୟକୀୟ ମେଡିସିନ ଓ ଅକ୍ସିଜାନର ଅଭାବ ଯୋଗୁଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଏହି ସଂକଟରେ ସାମ୍ନା କରିବାକୁ ଅସମର୍ଥ ହୋଇଛି ।

ଅଷ୍ଟ୍ରେଲିଆ ମଙ୍ଗଳବାର ଭାରତକୁ ମେ' 15 ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାତ୍ରୀବାହୀ ବିମାନ ଭାରତକୁ ସିଧାସଳଖ ଉଡାଣକୁ ରଦ୍ଦ କରିଛି ।

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ 30ରେ ଅହମ୍ମଦାବାଦରେ ଖେଳାଯିାବ ନେଇ ସୂଚୀ ରହିଛି ।

ଚଳିତ ଆଇପିଏଲରେ ଆଉ 14ଜଣ ଅଷ୍ଟ୍ରେଲିଆ ଖେଳାଳି ରହିଛନ୍ତି । ଷ୍ଟିଭ ସ୍ମିଥ (ଦିଲ୍ଲୀ କ୍ୟାପିଟାଲ୍ସ), ଡେଭିଡ ୱାର୍ଣ୍ଣର(ସନରାଇଜର୍ସ ହାଇଦ୍ରାବାଦ), ପାଟ୍‌ କମିନ୍ସ(କୋଲକାତା ନାଇଟ ରାଇଡର୍ସ) ଓ କୋଚ୍‌ ରିକି ପଣ୍ଟିଂ(ଦିଲ୍ଲୀ କ୍ୟାପିଟାଲ୍ସ) ଓ ସାଇମନ କ୍ୟାଟିଚ୍‌(ଆରସିବି) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2021, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.