ETV Bharat / sports

ଦ୍ବିତୀୟ ଇଂନିସରେ ବ୍ୟାଟିଂ ବିଫଳତା ପାଇଁ ହାତରୁ ମ୍ୟାଚ ହରାଇବାକୁ ପଡିଲା : ବୁମରା

ଏଜବେଷ୍ଟନରେ ପଞ୍ଚମ ଟେଷ୍ଟ ହାରିବା ପରେ ଭାରତର କାର୍ଯ୍ୟ ନିର୍ବାହୀ ଅଧିନାୟକ ଜଶପ୍ରିତ ବୁମରା କହିଛନ୍ତି ଦ୍ବିତୀୟ ଇଂନିସରେ ବ୍ୟାଟିଂ ବିଫଳତା ପାଇଁ ପଞ୍ଚମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିବାକୁ ପଡିଲା । ପ୍ରଥମ ଇନିଂସରେ ବ୍ୟାଟିଂ ଏବଂ ବୋଲିଂର ପ୍ରଦର୍ଶନ ଉଚିତ ରହିଥିଲା । ଖେଳ ମଧ୍ୟ ଭାରତ ନିୟନ୍ତ୍ରଣରେ ରହିଥିଲା । ହେଲେ ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ଫେଲ ମାରିଥିଲା । ଅଧିକ ପଢନ୍ତୁ

ଦ୍ବିତୀୟ ଇଂନିସରେ ବ୍ୟାଟିଂର ବିଫଳତା ପାଇଁ ହାତରୁ ମ୍ୟାଚ ହରାଇବାକୁ ପଡିଲା : ବୁମରା

author img

By

Published : Jul 5, 2022, 9:16 PM IST

ହାଇଦ୍ରାବାଦ: ଏଜବେଷ୍ଟନରେ ପଞ୍ଚମ ଟେଷ୍ଟ ହାରିବା ପରେ ଭାରତର କାର୍ଯ୍ୟ ନିର୍ବାହୀ ଅଧିନାୟକ ଜଶପ୍ରିତ ବୁମରା କହିଛନ୍ତି ଦ୍ବିତୀୟ ଇଂନିସରେ ବ୍ୟାଟିଂ ବିଫଳତା ପାଇଁ ପଞ୍ଚମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିବାକୁ ପଡିଲା । ପ୍ରଥମ ଇନିଂସରେ ବ୍ୟାଟିଂ ଏବଂ ବୋଲିଂର ପ୍ରଦର୍ଶନ ଠିକ୍ ରହିଥିଲା । ଖେଳ ମଧ୍ୟ ଭାରତ ନିୟନ୍ତ୍ରଣରେ ରହିଥିଲା । ହେଲେ ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ଫେଲ୍ ମାରିଥିଲା । ଏହା ସହିତ ଦ୍ବିତୀୟ ଇନିଂସରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନଙ୍କୁ ରୋକିବାକୁ ସଫଳ ହୋଇପାରି ନଥିଲେ ବୋଲର । ଯାହା ଫଳରେ ଭାରତ ହାତରେ ମ୍ୟାଚ ଥାଇ ମଧ୍ୟ ଇଂଲଣ୍ଡର ଦ୍ବିତୀୟ ଇନିଂସ ବ୍ୟାଟିଂ ଭାରତ ଠାରୁ ମ୍ୟାଚ ଛଡାଇ ନେଇଥିଲା । ଜୋ ରୁଟ ଏବଂ ଜନୀ ବେୟାରଷ୍ଟୋଙ୍କ ଦମଦାର ଶତକ ଭାରତକୁ 7 ୱିକେଟରେ ହରାଇବାକୁ ସହାୟକ ହୋଇଥିଲା ।

ଇଂଲଣ୍ଡ ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ତଥା ଦ୍ବିତୀୟ ଇନିଂସରେ 378ରନର ଟାର୍ଗେଟକୁ ପୁରା କରି ନେଇଥିଲା । ଯାହା ଫଳରେ ଜୋ ରୁଟ 173 ବଲରୁ ଗୋଟିଏ ଛକା 19 ଚୌକା ମାରି 142 ରନ କରି ଅପରାଜିତ ରହିଛନ୍ତି । ସେହିପରି ଜନି ବେୟାରଷ୍ଟୋ 145 ବଲରୁ ଗୋଟିଏ ଛକା ମାରି 15ଟି ଚୌକା ସହିତ 114 ରନ କରି ଅପରାଜିତ ରହିଛନ୍ତି ।

ସିରିଜ 2-2 ରେ ଡ୍ର ରହିଛି । ଉଭୟ ଦଳ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଇନିଂସରେ ଓପନର ଏବଂ ମିଡିଲ ଅର୍ଡର ବ୍ୟାଟର ଫେଲ ମାରିବା ପରେ ୱିକେଟ କିପର ରିଷଭ ପନ୍ତ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ଶତକ ଦଳର ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲା ।

ତାଙ୍କ ନେତୃତ୍ବ ବାବଦରେ ବୁମରା କହିଛନ୍ତି ଏହା ଏକ ନୂଆ ଚ୍ୟାଲେଞ୍ଜ ଥିଲା । ମୋତେ ନେତୃତ୍ବ ନେବାକୁ ଭଲ ଲାଗେ । ଦଳର ନେତୃତ୍ବ ନେବା ସମ୍ମାନର କଥା । ଏହି ଅଧିନାୟକ ଦାୟିତ୍ବ ମୋ ପାଇଁ ନୂଆ ଅଭିଜ୍ଞତା ଆଣିଦେଇଛି ।

ସେହିପରି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ କହିଛନ୍ତି ବ୍ୟାଟର ମାନଙ୍କୁ ସବୁ ଶ୍ରେୟ ଦିଆଯିବ । ଦ୍ବିତୀୟ ଇନିଂସରେ ଜନୀ ବେୟାରଷ୍ଟୋ ଏବଂ ଜୋ ରୁଟଙ୍କ ଦମଦାର ଶତକ ବାସ୍ତବରେ ପ୍ରଶଂସନୀୟ । ସେମାନଙ୍କ ପାର୍ଟନରସିପ ଦଳକୁ ଜିତାଇବାରେ ସଫଳ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଟେଷ୍ଟ କ୍ରିକେଟକୁ ନୂଆ ଜୀବନ ଦେବାକୁ ଚାହୁଁଛୁ । ଟେଷ୍ଟ କ୍ରିକେଟରେ ନୂତନତା ଆଣିବାକୁ ଚାହୁଁଛୁ । ଯାହା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ । ଆମେ ନୂଆ ପ୍ରଶଂସକ ଚାହୁଁଛୁ । ଟେଷ୍ଟ କ୍ରିକେଟରେ ଛାପ ଛାଡିବାକୁ ଚାହୁଁଛୁ ।

ସେହିପରି ପ୍ରଥମ ଏବଂ ଦ୍ବିତୀୟ ଇନିଂସରେ ଶତକ ହାସଲ କରିଥିବା ତଥା ପଞ୍ଚମ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ଜନୀ ବେୟାରଷ୍ଟୋ କହିଛନ୍ତି, 'ସେ କେବେବି ଅସଫଳତାକୁ ଡରି ନାହାନ୍ତି । ଏବେ ସମୟ ମୋ ପାଇଁ ବହୁତ ଭଲ ରହିଛି । ନିକଟରେ କିଛି ସମୟ ମୋ ପାଇଁ କଠିନ ରହିଥିଲା । ଏହି ପଞ୍ଚମ ଟେଷ୍ଟର ପାଞ୍ଚ ଦିନ ମୋ ପାଇଁ ବହୁତ ଭଲ ଅନୁଭୂତି ଆଣିଦେଇଛି । ଯାହା ଏବେ ସମାପ୍ତ ହୋଇଛି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.