ହାଇଦ୍ରାବାଦ : ଅକ୍ଟୋବରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବ କପ ପାଇଁ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଖେଳିବ । ତେବେ ଟି-୨୦ ବିଶ୍ବକପ ବ୍ୟାଟିଂ କ୍ଷେତ୍ରକୁ କ୍ରିକେଟ ବିଶେଷଜ୍ଞ ଆଲୋଚନା ଆଉ ପର୍ଯ୍ୟାଲୋଚନା ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ୱାସିମ ଜାଫର ଭାରତୀୟ ବ୍ୟାଟିଂ ସ୍ଥିତିକୁ ନେଇ ନିଜର ମତବ୍ୟକ୍ତ କରିଛନ୍ତି ।
-
I still think opening the inns is where we could see the best of Pant in T20. Provided Rohit is ok to bat @ 4. MS took a punt on Rohit before CT in 2013, and the rest is history. Time for Rohit to take a punt on Pant. KL, Pant, VK, Rohit, Sky would be my top five. #INDvAUS #T20WC
— Wasim Jaffer (@WasimJaffer14) September 13, 2022 " class="align-text-top noRightClick twitterSection" data="
">I still think opening the inns is where we could see the best of Pant in T20. Provided Rohit is ok to bat @ 4. MS took a punt on Rohit before CT in 2013, and the rest is history. Time for Rohit to take a punt on Pant. KL, Pant, VK, Rohit, Sky would be my top five. #INDvAUS #T20WC
— Wasim Jaffer (@WasimJaffer14) September 13, 2022I still think opening the inns is where we could see the best of Pant in T20. Provided Rohit is ok to bat @ 4. MS took a punt on Rohit before CT in 2013, and the rest is history. Time for Rohit to take a punt on Pant. KL, Pant, VK, Rohit, Sky would be my top five. #INDvAUS #T20WC
— Wasim Jaffer (@WasimJaffer14) September 13, 2022
ପୂର୍ବତନ କ୍ରିକେଟର ୱାସିମ ଜାଫର କହିଛନ୍ତି ଯୁବ ବ୍ୟାଟର ଋଷଭ ପନ୍ତ ଚାରି ନମ୍ବର କିମ୍ବା ପାଞ୍ଚ ନମ୍ବର ବ୍ୟାଟିଂ ଅର୍ଡରେ ନ ଆସି ସେ ଟିମ ଇଣ୍ଡିଆ ତରଫରୁ ଓପନିଂ କରିବା ଦରକାର । ଏହା କହିବା ସହିତ ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉଦାହରଣ ଦେଇ କହିଛନ୍ତି ୨୦୧୩ ମସିହାରୁ ରୋହିତ ଶର୍ମାଙ୍କୁ ମ୍ୟାଚରେ ଓପନିଂ କରିବା ପାଇଁ ସୁଯୋଗ ଦେଇ ରୋହିତ ଶର୍ମାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ । ଋଷଭ ପନ୍ତ ମିଡିଲ ଅର୍ଡରରେ ସଂଘର୍ଷ କରୁଛନ୍ତି । ତାଙ୍କର ବ୍ୟାଟିଂ କରିବାରେ କୌଶଳକୁ ଟି-୨୦ ମ୍ୟାଚ ପାଇଁ ଉପଯୁକ୍ତ । ତେଣୁ ମ୍ୟାଚରେ ଓପନିଂ କରିବା ତାଙ୍କ ପାଇଁ ଉପଯୁକ୍ତ ହେବ ବୋଲି କହିଛନ୍ତି ୱାସିମ ଜାଫର କହିଛନ୍ତି । ସେହିପରି ଓପନର କେଏଲ ରାହୁଲଙ୍କ ପ୍ରଦର୍ଶନକୁ ନେଇ ୱାସିମ ଜାଫର କହିଛନ୍ତି ତାଙ୍କର ବିଶ୍ବକପରେ ତାଙ୍କର ଓପନିଂ ଫର୍ମ ଉପରେ ଏତେଟା ଭରଷା ଆସୁ ନାହିଁ । ସେ ଆହତ ସମସ୍ୟା ଦେଇ ଗତି କରିବା ପରେ ଟି-୨୦ ଫର୍ମାଟରେ ବଡ ଇନିଂସ ଖେଳିବାରେ ବିଫଳ ରହିଛନ୍ତି ।
ଭାରତୀୟ ଟି୨୦ ବିଶ୍ବକପ ପାଇଁ ସ୍କ୍ବାଡ୍
ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ(ଭାଇସ୍ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଜଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।