ETV Bharat / sports

India’s Tour Of Ireland: ଭାରତୀୟ କ୍ରିକେଟ ଟିମ୍ କୋଚ ଦାୟିତ୍ୱ ସମ୍ଭାଳିବେ Laxman !

ଭାରତୀୟ କ୍ରିକେଟ ଟିମ୍ କୋଚ୍ ଦାୟିତ୍ବ ନେବେ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଟିମ୍ ସହ ଜୁନ 26 ରେ ଆୟରଲ୍ୟାଣ୍ଡ ଗସ୍ତ କରିବେ । ଅଧିକ ପଢନ୍ତୁ

author img

By

Published : May 18, 2022, 7:03 PM IST

Updated : May 18, 2022, 7:27 PM IST

ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ କୋଚ ହେବେ VVS Laxman

ହାଇଦ୍ରାବାଦ: ଖୁବଶ୍ରୀଘ୍ର ଭାରତୀୟ କ୍ରିକେଟ ଟିମ୍ କୋଚ୍ ଦାୟିତ୍ବ ନେଇପାରନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଆସନ୍ତାମାସ 26 ତାରିଖରେ ଲକ୍ଷ୍ମଣ ଭାରତୀୟ ଟିମ୍‌ ସହ ଆୟରଲ୍ୟାଣ୍ଡ ଗସ୍ତ କରିବେ । ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବା ନେଇ ସୂଚୀ ରହିଛି । ତେଣୁ ସେ ଆୟରଲ୍ୟାଣ୍ଡ ଗସ୍ତ କରିବେ ନାହିଁ । ତାଙ୍କ ପରିବର୍ତ୍ତେ ଲକ୍ଷ୍ମଣ କୋଚ ଭାବେ ଟିମ୍ ସହ ରହିବେ ।

ତେବେ ଜୁନ୍‌ ଶେଷ ସପ୍ତାହରେ ଭାରତୀୟ କ୍ରିକେଟ ଟିମ୍ ୨ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ସମାନ ସମୟରେ ଅନ୍ୟଏକ ଟିମ୍ ଇଂଲଣ୍ଡରେ ଲେଇସଷ୍ଟର ସହ ଅଭ୍ୟାସ ମ୍ୟାଚ ଖେଳିବ । ଏହାପରେ ଜୁଲାଇ 1 ରୁ 5ପର୍ଯ୍ୟନ୍ତ କୋରୋନା କାରଣରୁ ବନ୍ଦ ଥିବା ଟେଷ୍ଟ ମ୍ୟାଚ ଖେଳିବ । ମ୍ୟାଚ ସ୍ଥଗିତ ରହିବା ପୂର୍ବରୁ 2-1 ରେ ଆଗୁଆ ଥିଲା ଭାରତୀୟ ଟିମ୍ । ପ୍ରଥମ ମ୍ୟାଚ ବିଜୟ ସହ ଟିମ୍ ସିରିଜ କବଜା ଲକ୍ଷ୍ୟରେ ରହିବ । ସେପଟେ ଜୁନ୍ ୨୬ ଓ ୨୮ ତାରିଖରେ ଟି-୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଫଳରେ ବିସିସିଆଇ ଲକ୍ଷ୍ମଣଙ୍କୁ ଭାରତୀୟ ଟିମ୍ ସହ ଆୟରଲ୍ୟାଣ୍ଡ ପଠାଇବ । ଲକ୍ଷ୍ମଣ ବର୍ତ୍ତମାନ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ର କାମଚଳା ନିର୍ଦ୍ଦେଶକ ଅଛନ୍ତି । ଏହାପୂର୍ବରୁ IPL ର ଏକ ସିଜିନରେ ମଧ୍ୟ ସନ୍ ରାଇଜର୍ସ ହାଇଦ୍ରାବାଦ କୋଚ ଦାୟିତ୍ବ ତୁଲାଇଥିଲେ । ଇଣ୍ଡିଆ ଡୋମେଷ୍ଟିକ ଟିମ୍ ବେଙ୍ଗଲର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ଏଥିସହ ଅଣ୍ଡର-19 ବିଶ୍ବକପ ବିଜେତା ଟିମ ଦାୟିତ୍ବରେ ମଧ୍ୟ ଥିଲେ ।

Last Updated : May 18, 2022, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.