ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ନାମକୁ ନେଇ ଆରମ୍ଭ ହୋଇଛି 'ଇଣ୍ଡିଆ' ବନାମ 'ଭାରତ' ଚର୍ଚ୍ଚା । ସମସ୍ତେ ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ନିଜର ମତାମତ ଦେଉଛନ୍ତି । ଏହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ଭିନ୍ନ ପ୍ଲାଟ୍ଫର୍ମରେ ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ । ଭାରତରେ ହେବାକୁଥିବା ଦିନିକିଆ ବିଶ୍ବକପ୍ ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଥିବାବେଳେ ଏଥର ଜର୍ସିରେ 'ଇଣ୍ଡିଆ' ନୁହେଁ, 'ଭରତ' ଲେଖିବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ସେହୱାଗ । ଏହାସହ ତାଙ୍କୁ ରାଜନୀତିକୁ ଆସି ସାଂସଦ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି ଅଫର୍ ଦେଇଥିବା ମଧ୍ୟ ନାଁ ନନେଇ କହିଛନ୍ତି ସେହୱାଗ । ହେଲେ ରାଜନୀତିରେ ତାଙ୍କର ଆଦୌ ଇଚ୍ଛା ନଥିବା କହିଛନ୍ତି ।
-
Team India nahin #TeamBharat.
— Virender Sehwag (@virendersehwag) September 5, 2023 " class="align-text-top noRightClick twitterSection" data="
This World Cup as we cheer for Kohli , Rohit , Bumrah, Jaddu , may we have Bharat in our hearts and the players wear jersey which has “Bharat” @JayShah . https://t.co/LWQjjTB98Z
">Team India nahin #TeamBharat.
— Virender Sehwag (@virendersehwag) September 5, 2023
This World Cup as we cheer for Kohli , Rohit , Bumrah, Jaddu , may we have Bharat in our hearts and the players wear jersey which has “Bharat” @JayShah . https://t.co/LWQjjTB98ZTeam India nahin #TeamBharat.
— Virender Sehwag (@virendersehwag) September 5, 2023
This World Cup as we cheer for Kohli , Rohit , Bumrah, Jaddu , may we have Bharat in our hearts and the players wear jersey which has “Bharat” @JayShah . https://t.co/LWQjjTB98Z
ବିଶ୍ବକପ୍ ୨୦୨୩ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି । ଏହି ଅବସରରେ ବିସିସିଆଇ ସୋସିଆଲ ମିଡିଆରେ ଦଳର ଏକ ଫଟୋ ମଧ୍ୟ ସେୟାର କରିଛି । ଏଥିରେ ବିସିସିଆଇ ଲେଖିଛି, "ବିଶ୍ବକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ।" କିନ୍ତୁ ବିସିସିଆଇର ଏହି ଟ୍ବିଟକୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହ୍ବାଗ ପସନ୍ଦ କରିନାହାନ୍ତି । ସେ ବିସିସିଆଇର ଏହି ଟ୍ବିଟକୁ ରିପ୍ଲଇ ଦେଇ ଲେଖିଛନ୍ତି, "ଟିମ୍ ଇଣ୍ଡିଆ ନୁହେଁ, ଟିମ୍ ଭରତ । ଏହି ବିଶ୍ବକପ୍ରେ ଆମେ ଚିୟର କରୁଥିବା କୋହଲି, ରୋହିତ, ବୁମରା, ଜାଡୁ ଭାରତକୁ ହୃଦୟରେ ରଖି ଖେଳନ୍ତୁ ।"
ଏହା ମଧ୍ୟ ପଢ଼ନ୍ତୁ...‘ଇଣ୍ଡିଆ’ ନାଁ ପରିବର୍ତ୍ତନ ଚର୍ଚ୍ଚା; ବିଗ ବିଙ୍କ ଟ୍ବିଟ୍, କହିଲେ ‘ଭାରତ ମାତା କି ଜୟ’
ତେବେ ଏତିକିରେ ସରିଯାଇନି ଆଜିର ସେହ୍ବାଗ-ଚର୍ଚ୍ଚିତ କାହାଣୀ । ସେହ୍ବାଗଙ୍କର ଏହି ପୋଷ୍ଟରେ ଜଣେ ପ୍ରଶଂସକ ରିପ୍ଲାଇ ଦେଇ ଗୌତମ ଗମ୍ଭୀରଙ୍କ ପୂର୍ବରୁ ସେହ୍ବାଗ ଜଣେ ସାଂସଦ ହେବା ଉଚିତ ଥିଲା ବୋଲି ଲେଖିଛନ୍ତି । ଯାହାର ପ୍ରତ୍ୟୁତ୍ତରରେ ସେହ୍ବାଗ ରାଜନୀତି ପ୍ରତି ରୁଚି ନଥିବା ଲେଖିଛନ୍ତି । ହେଲେ ବିଗତ ଦୁଇ ନିର୍ବାଚନରେ ଦେଶର ସବୁଠାରୁ ବଡ଼ ଦୁଇ ଦଳ ପକ୍ଷରୁ ତାଙ୍କୁ ସାଂସଦ ଭାବେ ନିର୍ବାଚନ ଲଢ଼ବା ପାଇଁ ଅଫର୍ ମଧ୍ୟ ଆସିଥିବା କହିଛନ୍ତି ସେହ୍ବାଗ ।" ଉଲ୍ଲେଖଯୋଗ୍ୟ, ଏବେ ଦେଶରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଏନ୍ଡିଏ ବିରୋଧି ମେଣ୍ଟ ଗଠନ କରି ଏକାଠି ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିରୋଧୀ ମେଣ୍ଟର ନାମ ରଖାଯାଇଛି 'ଇଣ୍ଡିଆ', ଯାହାକୁ ଶାସକ ଦଳ ବିଜେପି ବିରୋଧ କରିଥିଲା । ସେବେଠାରୁ ହିଁ 'ଇଣ୍ଡିଆ' ବଦଳରେ ଦେଶର ନାମ 'ଭାରତ' ବ୍ୟବହାର ପାଇଁ କୁହଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ