ETV Bharat / sports

୨ୟ ଟି୨୦ରେ ଫେରିବେ କୋହଲି, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ - India vs Afghanistan 2nd T20I

Virat Kohli T20I Comeback: ଆଫଗାନିସ୍ତାନ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌ରେ ଫେରିବେ କିଙ୍ଗ୍‌ କୋହଲି । ୧୪ ମାସ ପରେ ଖେଳିବେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ । ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ । ଅଧିକ ପଢ଼ନ୍ତୁ

୨ୟ ଟି୨୦ରେ ଫେରିବେ କୋହଲି
୨ୟ ଟି୨୦ରେ ଫେରିବେ କୋହଲି
author img

By ETV Bharat Odisha Team

Published : Jan 13, 2024, 6:43 PM IST

ହାଇଦ୍ରାବାଦ: ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ହୋଇଛି । ଆସନ୍ତାକାଲି (ରବିବାର) ଦ୍ବିତୀୟ ମ୍ୟାଚ୍‌ ଜିତି ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଦୀର୍ଘ ୧୪ ମାସର ବ୍ୟବଧାନ ପରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଟି୨୦ ଖେଳିବାକୁ କମ୍‌ବ୍ୟାକ୍‌ କରିଥିଲେ ରୋହିତ ଶର୍ମା । ଏଥର ଦ୍ବିତୀୟ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିବେ କିଙ୍ଗ୍‌ କୋହଲି । ତେବେ କୋହଲିଙ୍କ ଟି୨୦ କମ୍‌ବ୍ୟାକ୍‌କୁ ନେଇ ସମସ୍ତେ ଯେତିକି ଉତ୍ସାହିତ, ଅଧିନାୟକ ରୋହିତଙ୍କ ପାଇଁ ସେତିକି ଚିନ୍ତା ବଢ଼ିଯାଇଛି । କାରଣ କୋହଲିଙ୍କୁ ସ୍ଥାନ ଦେବାକୁ ହେଲେ ବିଜୟୀ ଦଳରୁ ଜଣେ ଖେଳାଳିଙ୍କୁ ବାଦ ଦେବାକୁ ହେବ ।

ଆଫଗାନିସ୍ତାନ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌ ଖେଳିବେ କିଙ୍ଗ୍‌ କୋହଲି । ଦୀର୍ଘ ୧୪ ମାସ ପରେ ଅନ୍ତର୍ଜାତୀୟ ଟି୨୦କୁ କରିବେ କମ୍‌ବ୍ୟାକ୍‌ । ଯାହା କ୍ୟାପ୍ଟେନ୍‌ ରୋହିତ ଶର୍ମାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ବିରାଟ ଫେରିଲେ ବିଜୟୀ ଦଳରେ ଏକ ବଡ଼ ପରିବର୍ତ୍ତନ କରିବାକୁ ହେବ । ତେଣୁ କେଉଁ ଖେଳାଳିଙ୍କୁ ବାଦ୍‌ ଦବେ, ତାହା ଏବେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଚୟନ କମିଟି ପାଇଁ ଚିନ୍ତାର ବିଷୟ ପାଲଟିଛି । କୋହଲି ଟି୨୦ ବିଶ୍ବକପ୍‌ ୨୦୨୨ ସେମିଫାଇନାଲ୍‌ରେ ଶେଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ୨୦୨୪ ଟି୨୦ ବିଶ୍ବକପ୍‌ ଖେଳିବାକୁ ହେଲେ ଏହି ୨ ଟି୨୦ ମ୍ୟାଚ୍‌ ଖେଳିବା ମଧ୍ୟ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ଏହା ମଧ୍ୟ ପଢ଼ନ୍ତୁ...୧୫୦ ତମ ଟି୨୦ ଖେଳିବେ ରୋହିତ, ଭାଙ୍ଗିବେ ଏକାଧିକ ରେକର୍ଡ

ତେବେ ବିରାଟ କୋହଲି ପୂର୍ବ ପରି ୩ୟ ସ୍ଥାନରେ ଖେଳିପାରନ୍ତି । କିଛି କ୍ଷେତ୍ରରେ ସେ ୪ର୍ଥରେ ଖେଳିବାର ସମ୍ଭାବନା ମଧ୍ୟ ରହିଛି । ଏଭଳି ହେଲେ ବାମହାତୀ ଯୁବ ବ୍ୟାଟର ତିଲକ ବର୍ମା ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା ସମ୍ଭାବନା ରହିଛି । ହେଲେ ପ୍ରଥମ ମ୍ୟାଚ୍‌ରେ ତିଲକ ଭଲ ପ୍ରଦର୍ଶନ କରିଥିଲେ । ଏଭଳି ସ୍ଥିତିରେ ତିଲକଙ୍କୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି କ୍ୟାପ୍ଟେନ୍‌ । ଏହା ବ୍ୟତୀତ ଯୁବ ଓପନର ଶୁଭମନ ଗିଲ୍‌ଙ୍କୁ ମଧ୍ୟ ବାଦ ଦିଆଯାଇପାରେ । କାରଣ ଗିଲ୍‌ଙ୍କ ଲଗାତାର ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଛନ୍ତି ଚୟନକର୍ତ୍ତା । ତାଙ୍କ ସ୍ଥାନରେ ଯୁବ ବାମହାତୀ ଓପନର ଯଶସ୍ବୀ ଜୟସ୍ବାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.