ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ଶେଷ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନରେ ପହଞ୍ଚିଛି ଟିମ ଇଣ୍ଡିଆ । ଫଳରେ ପ୍ରଥମ ପାଳିରେ ୪୮୦ ରନ କରିଥିବା କଙ୍ଗାରୁ ଦଳଠାରୁ ଏବେ ୧୯୧ ରନ ଦୂରରେ ରହିଛି ଭାରତ । ତେବେ ତୃତୀୟ ଦିବସ ଭାରତୀୟ ତଥା ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ବେଶ ଖୁସିର ଦିନ ଥିଲା । ପ୍ରାୟ ୧୪ ମାସ ପରେ କିଙ୍ଗ କୋହଲି ଟେଷ୍ଟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ଘରୋଇ ମୈଦାନରେ ୪୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି ରନ ମେସିନ କୋହଲି ।
-
Milestone 🚨 - 𝟒𝟎𝟎𝟎 𝐓𝐞𝐬𝐭 𝐫𝐮𝐧𝐬 𝐚𝐭 𝐡𝐨𝐦𝐞 𝐚𝐧𝐝 𝐠𝐨𝐢𝐧𝐠 𝐬𝐭𝐫𝐨𝐧𝐠 🫡🫡#INDvAUS #TeamIndia | @imVkohli pic.twitter.com/W6lPx7savd
— BCCI (@BCCI) March 11, 2023 " class="align-text-top noRightClick twitterSection" data="
">Milestone 🚨 - 𝟒𝟎𝟎𝟎 𝐓𝐞𝐬𝐭 𝐫𝐮𝐧𝐬 𝐚𝐭 𝐡𝐨𝐦𝐞 𝐚𝐧𝐝 𝐠𝐨𝐢𝐧𝐠 𝐬𝐭𝐫𝐨𝐧𝐠 🫡🫡#INDvAUS #TeamIndia | @imVkohli pic.twitter.com/W6lPx7savd
— BCCI (@BCCI) March 11, 2023Milestone 🚨 - 𝟒𝟎𝟎𝟎 𝐓𝐞𝐬𝐭 𝐫𝐮𝐧𝐬 𝐚𝐭 𝐡𝐨𝐦𝐞 𝐚𝐧𝐝 𝐠𝐨𝐢𝐧𝐠 𝐬𝐭𝐫𝐨𝐧𝐠 🫡🫡#INDvAUS #TeamIndia | @imVkohli pic.twitter.com/W6lPx7savd
— BCCI (@BCCI) March 11, 2023
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ୫ ଚୌକା ବଳରେ ନିଜ ଟେଷ୍ଟ କ୍ୟାରିୟରର ୨୯ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ତେବେ ତାଙ୍କ ପାଇଁ ଏହି ଅର୍ଦ୍ଧଶତକ ଏଥିପାଇଁ ମହତ୍ତ୍ବପୂର୍ଣ୍ଣ, କାରଣ ସେ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ କୋହଲିଙ୍କ ଫର୍ମକୁ ନେଇ ଆଲୋଚନା କରୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି କୋହଲି । ତେବେ ଏହି ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ କୋହଲି ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଘରୋଇ ମୈଦାନରେ ୪୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି ।
-
🏏 @imVkohli 🆚 Mitchell Starc
— BCCI (@BCCI) March 11, 2023 " class="align-text-top noRightClick twitterSection" data="
Quality shots on display 👌👌#TeamIndia 🇮🇳 | #INDvAUS | @mastercardindia pic.twitter.com/4J9vHV9GGm
">🏏 @imVkohli 🆚 Mitchell Starc
— BCCI (@BCCI) March 11, 2023
Quality shots on display 👌👌#TeamIndia 🇮🇳 | #INDvAUS | @mastercardindia pic.twitter.com/4J9vHV9GGm🏏 @imVkohli 🆚 Mitchell Starc
— BCCI (@BCCI) March 11, 2023
Quality shots on display 👌👌#TeamIndia 🇮🇳 | #INDvAUS | @mastercardindia pic.twitter.com/4J9vHV9GGm
ଭାରତରେ ୪୦୦୦ ଟେଷ୍ଟ ରନ ସଂଗ୍ରହ କରିବାରେ କୋହଲି ପଞ୍ଚମ ଭାରତୀୟ କ୍ରିକେଟର ହୋଇଛନ୍ତି । ସେ ଭାରତରେ ସମୁଦାୟ ଖେଳିଥିବା ୫୦ ମ୍ୟାଚ୍ର ୭୭ ପାଳିରୁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି ୭୭ ପାଳିରେ ସେ ୧୩ ଶତକ ଓ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୨୪୫ ରନ ରହିଛି । ଭାରତରେ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ ସଂଗ୍ରହ କରିବାରେ ପୂର୍ବତନ ଭାରତୀୟ ବ୍ୟାଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୀର୍ଷସ୍ଥାନରେ ରହିଛନ୍ତି । ସେ ଭାରତରେ ସମୁଦାୟ ୯୪ ଟେଷ୍ଟ ମ୍ୟାଚ୍ର ୧୫୩ ପାଳିରୁ ୨୨ ଶତକ ଓ ୩୨ ଅର୍ଦ୍ଧଶତକ ବଳରେ ୭୨୧୬ ରନ ସଂଗ୍ରହ କରିଛନ୍ତି ।
ତେବେ ବିଶ୍ବ କ୍ରିକେଟର ଟେଷ୍ଟ ମ୍ୟାଚ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିରୋଟ କୋହଲିଙ୍କ ବ୍ୟାଟ ବହୁ ଦିନରୁ ଶାନ୍ତ ରହିଥିଲା । ଏନେଇ ତାଙ୍କ ଫର୍ମକୁ ନେଇ ଅନେକ ସମୟରେ ସେ ସମାଲୋଚନାର ଶିକାର ହେଉଥିଲେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଏହି ଜରୁରୀ ମୁକାବିଲାରେ ବହୁମୂଲ୍ୟ ଅର୍ଦ୍ଧଶତକ ହାଲସ କରି ସେ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ଏହା ପୂର୍ବରୁ କୋହଲି ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ୧୨ ଚୌକା ଓ ଗୋଟିଏ ଛକା ବଳରେ ୭୯ ରନର ପାଳି ଖେଳିଥିଲେ । ଏହାପରେ ପ୍ରାୟ ୧୪ ମାସ ପରେ ସେ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।
କ୍ରିକେଟ୍ର କିଙ୍ଗ୍ ବିରୋଟ କୋହଲି ଏବେ ପର୍ଯ୍ୟନ୍ତ ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସମୁଦାୟ ୧୦୭ ଟେଷ୍ଟ ମ୍ୟାଚ୍, ୨୭୧ ଦିନିକିଆ ଓ ୧୧୫ ଟି୨୦ ମ୍ୟାଚ୍ ଖେଳି ସାରିଛନ୍ତି । ଟେଷ୍ଟରେ କୋହଲି ୪୮.୧୨ ହାରରେ ୮,୨୩୦ ରନ, ଦିନିକିଆରେ ୫୭.୬୯ ହାରରେ ୧୨,୮୦୯ ରନ ଓ ଟି୨୦ରେ ୫୨.୭୩ ହାର ଓ ୧୩୭.୯୬ ଷ୍ଟ୍ରାଇକ ରେଟରେ ୪୦୦୮ ରନ ସଂଗ୍ରହ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ