ହାଇଦ୍ରାବାଦ: ଷ୍ଟାର ବ୍ୟାଟର ବିରାଟ କୋହଲି ଇଶ୍ବରଙ୍କୁ ଧନ୍ୟବାଦ ଦେଇ ଟ୍ବିଟରରେ ପରିବାର ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭୋମିକା କୋହଲିଙ୍କ ସହିତ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ପୁରା ପରିବାର ଏକ ସମୁଦ୍ର କୂଳରେ ସମୟ ବିତାଉଥିବାର ନଜର ଆସିଛି । ଏହି ଷ୍ଟାର ଦମ୍ପତି କ୍ୟାମେରା ଆଡକୁ ପିଠି କରି ଝିଅର ହାତ ଧରିଥିବାର ନଜର ଆସିଛନ୍ତି ।
-
Rabba bakshiyan tu enniyan meherbaniyan, hor terto kuch ni mangda, bas tera shukar ada kardan 🙏🙇🏻♂️❤️ pic.twitter.com/FuOGkjkBYD
— Virat Kohli (@imVkohli) January 9, 2023 " class="align-text-top noRightClick twitterSection" data="
">Rabba bakshiyan tu enniyan meherbaniyan, hor terto kuch ni mangda, bas tera shukar ada kardan 🙏🙇🏻♂️❤️ pic.twitter.com/FuOGkjkBYD
— Virat Kohli (@imVkohli) January 9, 2023Rabba bakshiyan tu enniyan meherbaniyan, hor terto kuch ni mangda, bas tera shukar ada kardan 🙏🙇🏻♂️❤️ pic.twitter.com/FuOGkjkBYD
— Virat Kohli (@imVkohli) January 9, 2023
ବିରାଟ ଏହି ଫଟୋକୁ ପଞ୍ଜାବୀ କ୍ୟାପସନ ଦେଇ ଟ୍ବିଟରରେ ପୋଷ୍ଟ କରିଛନ୍ତି । ସେଥିରେ ଲେଖାଥିଲା, "ରବ୍ବା ବକ୍ସିୟାଁ ତୁ ଏନ୍ନିୟାନ ମେହେରବାନିୟଁ । ହାରେ ତେତୋ କୁଛ ନି ମାଙ୍ଗଦା । ବସ ତେରା ଶୁକର ଆଦା କରଦନ ।" ଏହାର ଅର୍ଥ ହେଉଛି "ହେ ଈଶ୍ବର ଆପଣ ଆମକୁ ସବୁବେଳେ ଆପଣଙ୍କ ଆର୍ଶୀବାଦରେ ଘଣ୍ଟ ଘୋଡାଇ ରଖିଛନ୍ତି । ଆପଣଙ୍କ ଆର୍ଶୀବାଦ ପାଇ ଆମର ଆଉ ଅନ୍ୟ କୌଣସି ଇଚ୍ଛା ନାହିଁ । ମୁଁ କେବଳ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ।" ଏହା ପୂର୍ବରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଝିଅ ଭୋମିକା କୋହଲି ସହିତ ବୃନ୍ଦାବନ ଯାଇଥିଲେ । ବୃନ୍ଦାବନ ଆଶ୍ରମରେ ଏହି ଷ୍ଟାର ଦମ୍ପତିଙ୍କ ପୂଜା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଅନୁଷ୍କା ଶର୍ମା ଓ ବିରାଟ କୋହଲି ବର୍ଷ ୨୦୧୭ ଡିସେମ୍ବର ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ଷ ୨୦୨୧ରେ ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ବିରାଟଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଏହି ସମୟରେ ସେ ନିଜ ପରିବାର ସହିତ ଛୁଟି କାଟିଥିବାର ନଜର ଆସିଥିଲେ ।
ଆସନ୍ତାକାଲିଠାରୁ (ମଙ୍ଗଳବାର) ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ମାଟିରେ ତିନି ଟିକିଆ ଦିନିକିଆ ସିରିଜ ଖେଳିବ । ପ୍ରଥମ ଦିନିକିଆ ଗୌହାଟୀରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୧୨ ତାରିଖ କୋଲକାତାରେ ଖେଳାଯିବ । ତୃତୀୟ ଦିନିକିଆ ଜାନୁଆରୀ ୧୫ ତାରିଖ ତ୍ରିଭେନ୍ଦ୍ରମରେ ଖେଳାଯିବ । ପ୍ରଥମ ଦିନିକିଆ ମ୍ୟାଚ ପାଇଁ ବିରାଟ କୋହଲି ଟିମ ଇଣ୍ଡିଆ ସହିତ ଗୌହାଟୀ ଯାତ୍ରା କରିଛନ୍ତି ।