ETV Bharat / sports

ICC Test Rankings: ଉଠିଲେ କୋହଲି, ଖସିଲେ ରୋହିତ - ଟେଷ୍ଟ ରାଙ୍କିଂର ସପ୍ତମ ସ୍ଥାନରେ ପହଞ୍ଚିଲେ କୋହଲି

ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ମାନ୍ୟତା । ଏହି ମାନ୍ୟତା ମୁତାବକ ପୂର୍ବତନ ଟେଷ୍ଟ ଅଧନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ

ICC Test Rankings: ଉଠିଲେ କୋହଲି ଖସିଲେ ରୋହିତ

author img

By

Published : Jan 19, 2022, 4:54 PM IST

ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ମାନ୍ୟତା । ଏହି ମାନ୍ୟତା ମୁତାବକ ପୂର୍ବତନ ଟେଷ୍ଟ ଅଧନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି । ସେହିଭଳି ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୭୯ ରନ୍‌ କରିଥିବା ବେଳେ ଦ୍ବିତୀୟ ଇନିଂସରେ ୨୯ ରନ୍‌ କରିଥିଲେ କୋହଲି । ଫଳରେ ସେ ଦୁଇଟି ସ୍ଥାନ ଉପରକୁ ଉଠି ପାରିଛନ୍ତି ।

ସେପଟେ ଶେଷ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଋଷଭ ପନ୍ତ ୧୦ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ରହିଛନ୍ତି । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଦମଦାର ବୋଲିଂ କରିଥିବା ଫାଷ୍ଟ ବୋଲର ଜଶପ୍ରୀତ ବୁମରା ୩ଟି ସ୍ଥାନ ଉପରକୁ ଉଠି ୧୦ ସ୍ଥାନରେ ରହିଛନ୍ତି । ବୋଲର ରାଙ୍କିଂରେ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ବେଳେ ପ୍ୟାଟ୍‌ କମିନ୍ସ ଟପ୍‌ରେ ରହିଛନ୍ତି ।

ସେପଟେ ସଦ୍ୟ ସମାପ୍ତ ହୋଇଥିବା ଆସେସ ସିରିଜ୍‌ ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ରାଙ୍କିଂରେ ମଧ୍ୟ ଉନ୍ନତି ହୋଇଛି । ଅଷ୍ଟ୍ରେଲିଆ ଅଲରାଉଣ୍ଡର କ୍ୟାମେରନ ଗ୍ରିନ୍‌ ୨୩ଟି ସ୍ଥାନ ଉପରକୁ ଉଠି ୬୬ତମ ସ୍ଥାନରେ ରହିଛନ୍ତି । ସେ ବୋଲର ତାଲିକାରେ ମଧ୍ୟ ୧୩ଟି ସ୍ଥାନ ଉପରକୁ ଉଠି ୬୨ତମ ସ୍ଥାନରେ ରହିଛନ୍ତି । ସ୍କଟ୍‌ ବୋଲାଣ୍ଡ ୪୯ରୁ ୪୩ତମ ସ୍ଥାନରେ ପହଞ୍ଚିଛନ୍ତି ।

ଇଂଲଣ୍ଡ ଓପନର ଜ୍ୟାକ୍‌ କ୍ରାୱଲି ୬୮ଶ ସ୍ଥାନରେ ରହିଛନ୍ତି । ଫାଷ୍ଟ ବୋଲର ଷ୍ଟୁଆର୍ଡ ବ୍ରଡ୍‌ ଦୁଇଟି ସ୍ଥାନ ଉପରକୁ ଉଠି ୧୨ଶ ସ୍ଥାନରେ ରହିଛନ୍ତି । ସେପଟେ ରବିନସନ ଗୋଟିଏ ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛନ୍ତି । ସେହିଭଳି ମାର୍କ ଉଡ୍‌ ମଧ୍ୟ ୩୧ଶ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.