ETV Bharat / sports

କୋହଲିଙ୍କ ପାଇଁ ଆସୁଛି ରେକର୍ଡ ବ୍ରେକିଂ ସିଜିନ୍‌; ଭାଙ୍ଗିବେ ସଚିନ-ଗାଭାସ୍କରଙ୍କ ରେକର୍ଡ

Virat Kohli may break several Record: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା କୋହଲିଙ୍କ ପାଇଁ ହୋଇପାରେ ରେକର୍ଡ ବ୍ରେକିଂ ସିଜିନ୍‌ । ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକରଙ୍କ ଏକାଧିକ ରେକର୍ଡ ଭାଙ୍ଗିବାର ମିଳିବ ସୁଯୋଗ । ଅଧିକ ପଢ଼ନ୍ତୁ

କୋହଲି ଭାଙ୍ଗିବେ ସଚିନ-ଗାଭାସ୍କରଙ୍କ ରେକର୍ଡ
କୋହଲି ଭାଙ୍ଗିବେ ସଚିନ-ଗାଭାସ୍କରଙ୍କ ରେକର୍ଡ
author img

By ETV Bharat Odisha Team

Published : Jan 15, 2024, 11:03 PM IST

ହାଇଦ୍ରାବାଦ: ଭାରତୀୟ ଦଳର ଭେଟେରାନ ବ୍ୟାଟର ବିରାଟ କୋହଲି ଏବେ ନିଜର ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଦୀର୍ଘ 14 ମାସ ପରେ ଟି20 ଦଳକୁ ଫେରିଥିବା କୋହଲି ନିଜର ପ୍ରଥମ ମ୍ୟାଚ୍‌ରେ ହିଁ ଏହାକୁ ପ୍ରମାଣିତ କରିଛନ୍ତି । ଏବେ ବିରାଟ କୋହଲିଙ୍କ ପାଇଁ ଆସୁଛି ରେକର୍ଡ ବ୍ରେକିଂ ସିଜିନ୍‌ । ଜାନୁଆରୀ 25ରୁ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିବ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା । ଏହି ଶୃଙ୍ଖଳାରେ ଏକାଧିକ ରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲିଙ୍କ ନିକଟରେ ସୁଯୋଗ ରହିବ । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ଶୃଙ୍ଖଳାରେ କୋହଲି ପ୍ରଦର୍ଶନ କରିଥିବା ଫର୍ମକୁ ଦେଖିଲେ ଜଣାପଡ଼ୁଛି, କୋହଲିଙ୍କ ପାଇଁ ଏସବୁ ରେକର୍ଡ ଭାଙ୍ଗିବା ବିଶେଷ କଷ୍ଟ ହେବନି ।

2000 ରନ ପୂରଣ କରିବେ କୋହଲି: ଇଂଲଣ୍ଡ ବିପକ୍ଷ ଟେଷ୍ଟରେ 2000 ରନ ପୂରଣ କରିବେ କୋହଲି । ସେ ଏହି ମାଇଲ ଖୁଣ୍ଟରୁ କେବଳ 9 ରନ ଦୂରରେ ରହିଛନ୍ତି । କୋହଲିଙ୍କ ପୂର୍ବରୁ ଭାରତ ଏବଂ ଇଂଲଣ୍ଡର କେବଳ 4 ଜଣ ଖେଳାଳି ଟେଷ୍ଟ୍‌ କ୍ରିକେଟ୍‌ରେ 2000 ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ଇଂଲଣ୍ଡ ବିପକ୍ଷରେ 53 ପାଳିରୁ 2535 ରନ ସଂଗ୍ରହ କରିଛନ୍ତି । ସେହିଭଳି ଭାରତ ବିପକ୍ଷରେ ସର୍ବାଧିକ ଟେଷ୍ଟ ରନ କରିଥିବା ଇଂରାଜୀ ପ୍ଲେୟରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଜୋ ରୁଟ୍‌ । ସେ ଭାରତ ବିପକ୍ଷରେ 45 ଟେଷ୍ଟ ପାଳିରୁ 2526 ରନ ସଂଗ୍ରହ କରିଛନ୍ତି । ଏହି ତାଲିକାରେ 2ୟ ଭାରତୀୟ ଭାବେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ରହିଛି । 67 ଟେଷ୍ଟ ପାଳିରୁ ଗାଭାସ୍କର ଇଂଲଣ୍ଡ ବିପକ୍ଷରେ 2483 ରନ ସଂଗ୍ରହ କରିଛନ୍ତି । ଏହି ଭାରତୀୟ କିମ୍ବଦନ୍ତୀ ତାଲିକାରେ ନିଜ ନାଁ ଯୋଡ଼ିବାକୁ ଯାଉଛନ୍ତି କିଙ୍ଗ୍‌ କୋହଲି । ସେ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ 50 ପାଳି ଖେଳି 1991 ଟେଷ୍ଟ ରନ୍‌ ସ୍କୋର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...3ୟ ଟି-20 ଖେଳିବାକୁ ଚିନ୍ନାସ୍ବାମୀରେ ଓହ୍ଲାଇବେ କୋହଲି, ଏମିତି ରହିଛି ରେକର୍ଡ

ଏହା ବ୍ୟତୀତ ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କରଙ୍କର ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ କୋହଲିଙ୍କୁ ମିଳିବ । ଘଲରୋଇ ଗ୍ରାଉଣ୍ଡରେ ଗାଭାସ୍କର ଇଂଲଣ୍ଡ ବିପକ୍ଷରେ 1331 ରନ ସଂଗ୍ରହ କରିଛନ୍ତି । ସେହିଭଳି ବିରାଟ କୋହଲି ଭାରତୀୟ ମାଟିରେ ଇଂଲଣ୍ଡ ବିପକ୍ଷରେ 1015 ରନ କରିଛନ୍ତି । ଏଭଳି ସ୍ଥିତିରେ କୋହଲିଙ୍କୁ ଏହି ସିରିଜ୍‌ ସମୟରେ ଗାଭାସ୍କରଙ୍କୁ ପଛରେ ପକାଇବାର ସୁଯୋଗ ମିଳିବ । କୋହଲିଙ୍କର ସାମ୍ପ୍ରତିକ ଫର୍ମକୁ ଦେଖିଲେ ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ସଚିନ୍‌ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଦେବା ଅସମ୍ଭବ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.