ETV Bharat / sports

କୋହଲିଙ୍କ ମାଇଲଷ୍ଟୋନ, ଟି୨୦ ବିଶ୍ବକପ କ୍ୟାରିଅରରେ ୧୦୦୦ ରନ ପୂରଣ - ବିରାଟ କୋହଲିଙ୍କ ବିଶ୍ବକପ ରେକର୍ଡ

ବିରାଟ କୋହଲିଙ୍କ ଆଉ ଏକ ମାଇଲଷ୍ଟୋନ । T20 ବିଶ୍ବକପରେ ୧୦୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ବିରାଟ କୋହଲି । ଅଧିକ ପଢନ୍ତୁ

କୋହଲିଙ୍କ ମାଇଲଷ୍ଟୋନ, ଟି୨୦ ବିଶ୍ବକପରେ ଅତିକ୍ରମ କଲେ ୧୦୦୦ ରନ୍

author img

By

Published : Oct 30, 2022, 9:26 PM IST

Updated : Oct 30, 2022, 9:45 PM IST

ହାଇଦ୍ରାବାଦ: କିଙ୍ଗ କୋହଲିଙ୍କ ଆଉ ଏକ ମାଇଲଷ୍ଟୋନ । ଟି୨୦ ବିଶ୍ବକପ ଇତିହାସରେ ୧୦୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ବିରାଟ କୋହଲି । ତାଙ୍କର ଏହି ଉପଲବ୍ଧି ପରେ ସେ ଟି୨୦ ବିଶ୍ବକପରେ ଚାରି ଅଙ୍କ ବିଶିଷ୍ଟ ସ୍କୋର କରିବାରେ ଭାରତରେ ପ୍ରଥମ ଓ ବିଶ୍ବରେ ଦ୍ବିତୀୟ କ୍ରିକେଟର ହୋଇପାରିଛନ୍ତି । ଏହି ତାଲିକାରେ ଶୀଲଙ୍କାର ପୂର୍ବତନ କ୍ରିକେଟର ୧୦୧୬ ରନ୍ କରି ବିଶ୍ବରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବା ପରେ ବିରାଟ କୋହଲି ଏହି ମାଇଲଷ୍ଟୋନ୍‌ ଅତିକ୍ରମ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ଟି୨୦ ବିଶ୍ବକପରେ ବିରାଟ କୋହଲିଙ୍କର ୯୮୯ ରନ୍ ରହିଥିଲା । ୧୦୦୦ ରନ୍ ଅତିକ୍ରମ କରିବା ପାଇଁ ତାଙ୍କୁ ୧୧ ରନର ଆବଶ୍ୟକ ଥିଲା । ଆଜିର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ୧୨ ରନ୍ କରିଥିଲେ । ଏହା ପରେ ସେ ୧୦୦୦ ରନ୍ ଅତିକ୍ରମ କରି ଭାରତୀୟ କ୍ରିକେଟ ଇତିହାସରେ ଆଉ ଏକ ରେକର୍ଡ କରିଛନ୍ତି ।

ଟି୨୦ ବିଶ୍ବକପ ବିଶ୍ବକପ୍‌ ବିରାଟ କୋହଲିଙ୍କର ବର୍ତ୍ତମାନ ମୋଟ ୧୦୦୧ ରନ୍‌ ରହିଛି । ଆଉ ୧୬ ରନ୍ ପରେ ବିରାଟ ମାହେଲା ଜୟବର୍ଦ୍ଧନଙ୍କ ରେକର୍ଡ ମଧ୍ୟ ଭାଙ୍ଗିବେ । ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହାଲେ ଜୟବର୍ଦ୍ଧନ ଟି୨୦ ବିଶ୍ବକପରେ ମୋଟ ୧୦୧୬ ରନ୍ କରି ଏକ ରେକର୍ଡ କରିଥିଲେ । ଜୟବର୍ଦ୍ଧନ ମାତ୍ର ୩୧ଟି ମ୍ୟାଚରେ ୩୯.୭ ହାରରେ ୧୦୧୬ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୦୦ ରନ୍‌ ରହିଛି । ବିରାଟ କୋହଲି ଟି୨୦ ବିଶ୍ବକପ ଇତିହାସରେ ଏପର୍ଯ୍ୟନ୍ତ ୧୦୦୧ ରନ୍ କରିଛନ୍ତି । ଏଥିରେ ତାଙ୍କର ୧୨ଟି ଅର୍ଦ୍ଧଶତକ ରହିଛି । ଏହା ସହିତ ସର୍ବଶ୍ରେଷ୍ଠ ସ୍କୋର୍‌ ଅପରାଜିତ ୮୯ ରନ୍ ରହିଛି ।

ସେପଟେ ପ୍ରଥମ ସ୍ଥାନରେ ମାହେଲା ଜୟବର୍ଦ୍ଧନେ ଓ ଦ୍ୱିତୀୟରେ ବିରାଟ କୋହଲି ରହିଥିବା ବେଳେ ୱେଷ୍ଟଇଣ୍ଡିଜର ଭେଟେରାନ୍ କ୍ରିକେଟର କ୍ରିସ୍ ଗେଲ୍ ୯୬୫ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ୯୧୬ ରନ୍ କରି ଚତୁର୍ଥ ସ୍ଥାନରେ ରହିଛନ୍ତି ।

Last Updated : Oct 30, 2022, 9:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.