ଲାହୋର: ପାକିସ୍ତାନ ଅଲ୍-ରାଉଣ୍ଡର ମହମ୍ମଦ ହାଫିଜ ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି । ବର୍ଷ ୨୦୦୩, ଏପ୍ରିଲ ୩ରେ ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କରଥିଲେ ହାଫିଜ୍ । ତେବେ ୧୮ ବର୍ଷର ସଫଳତମ କ୍ରିକେଟ କ୍ୟାରିୟର ପରେ ଅଲରାଉଣ୍ଡର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।
-
Hafeez announces retirement from international cricket
— Pakistan Cricket (@TheRealPCB) January 3, 2022 " class="align-text-top noRightClick twitterSection" data="
More details: https://t.co/RYLJ7gp5Ro pic.twitter.com/8PYAfaJlPW
">Hafeez announces retirement from international cricket
— Pakistan Cricket (@TheRealPCB) January 3, 2022
More details: https://t.co/RYLJ7gp5Ro pic.twitter.com/8PYAfaJlPWHafeez announces retirement from international cricket
— Pakistan Cricket (@TheRealPCB) January 3, 2022
More details: https://t.co/RYLJ7gp5Ro pic.twitter.com/8PYAfaJlPW
ଏହାମଧ୍ୟ ପଢନ୍ତୁ: India vs South Africa: ଦ୍ବିତୀୟ ଟେଷ୍ଟ ଆରମ୍ଭ, କେଏଲ ରାହୁଲ କ୍ୟାପଟେନ
ପାକିସ୍ତାନକୁ ୩୯୨ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି ହାଫିଜ୍ । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୨,୭୮୦ ରନ୍, ୨୫୩ ୱିକେଟ ସହିତ ୩୨ଟି ମ୍ୟାଚ୍ରେ ପାକିସ୍ତାନ ଟିମର ନେତୃତ୍ବ ନେଇଛନ୍ତି । ICC ଚାମ୍ପିଅନ୍ସ ଟ୍ରଫି ୨୦୧୭ ବିଜେତା ପାକିସ୍ତାନ ଟିମର ସେ ସଦସ୍ୟ ରହିଛନ୍ତି ।
ସର୍ବମୋଟ ହାଫିଜ ୩ଟି ୫୦ ଓଭର ବିଶ୍ବକପ(୨୦୦୭, ୨୦୧୧ ଓ ୨୦୧୯), ୬ଟି ଟି-୨୦ ବିଶ୍ବକପ(୨୦୦୭, ୨୦୧୦, ୨୦୧୨, ୨୦୧୪, ୨୦୧୬ ଓ ୨୦୨୧) ଓ ୩ଟି ICC ଚାମ୍ପିଅନ୍ସ ଟ୍ରଫି(୨୦୦୬, ୨୦୧୩ ଓ ୨୦୧୭) ଖେଳିଛନ୍ତି ।
ନିଜର ଅବସର କାଳୀନ ଘୋଷଣାପତ୍ରରେ ହାଫିଜ୍ ପାକିସ୍ତାନ କ୍ରିକେଟ ବୋର୍ଡ(PCB) , ସମସ୍ତ ସାଥୀ କ୍ରିକେଟର, କ୍ୟାପଟେନ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ANI