ETV Bharat / sports

Ashes: ଖାୱାଜାଙ୍କ ଦମଦାର ଶତକ, ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ - ଉସମାନ ଖାୱାଜା ଟେଷ୍ଟ ଶତକ

ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଇଂଲଣ୍ଡ ବିନ କୌଣସି ୱିକେଟ ହରାଇ ୧୩ ରନ୍‌ ସଂଗ୍ରହ କରିଛି ଓ ୪୦୩ ରନ୍‌ ପଛରେ ରହିଛି । ଉସମାନ ଖାୱାଜାଙ୍କ ୧୩୭ ରନ୍‌ର ଦମଦାର ଶତକୀୟ ଇଂନିସ ବଳରେ ୪୧୬/୮ରେ ପ୍ରଥମ ଇଂନିସ ଘୋଷଣା କରିଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

Usman Khawaja century lifts Australia in 4th Ashes Test
Ashes: ଖାୱାଜାଙ୍କ ଦମଦାର ଶତକ, ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ
author img

By

Published : Jan 6, 2022, 10:20 PM IST

ସିଡନୀ: ଐତିହାସିକ ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଖେଳାଯାଉଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଚତୁର୍ଥ ଆସେସ ଟେଷ୍ଟ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଟିମ ଦୃଢ ସ୍ଥିତିରେ ରହିଛି । ଉସମାନ ଖାୱାଜା ୧୩୭ ରନ୍‌ର ଦମଦାର ଶତକୀୟ ଇଂନିସ ଖେଳିଛନ୍ତି । ଫଳରେ ୪୧୬/୮ରେ ପ୍ରଥମ ଇଂନିସ ଘୋଷଣା କରିଛି ଅଷ୍ଟ୍ରେଲିଆ । ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଇଂଲଣ୍ଡ ବିନ କୌଣସି ୱିକେଟ ହରାଇ ୧୩ ରନ୍‌ ସଂଗ୍ରହ କରିଛି ଓ ୪୦୩ ରନ୍‌ ପଛରେ ରହିଛି । ହସିବ ହମିଦ ୨ ଓ ଜାକ୍‌ କ୍ରାୱଲେ ୨ ରନ୍‌ରେ ଅପରାଜିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ICC Women's World Cup: ଟିମ ଇଣ୍ଡିଆ ଘୋଷଣା, ପାକିସ୍ତାନ ସହ ପ୍ରଥମ ମୁକାବିଲା

ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ୩୨୧/୧ରୁ ତୃତୀୟ ଖେଳ ଆରମ୍ଭ କରିଥିବା ଉସମାନ ଖାୱାଜା ଓ ପାଟ କମିନ୍ସ ଦଳୀୟ ସ୍କୋରରେ ୧୦ ରନ୍‌ ଯୋଡିବା ପରେ ଷ୍ଟୁଆର୍ଟ ବ୍ରଡ ଚତୁର୍ଥ ଶିକାର ହୋଇଥିଲେ କମିନ୍ସ । ପରେ ମିଚେଲ ଷ୍ଟାର୍କଙ୍କ ସହ ମିଶି ଖାୱାଜା ଇଂଲିସ ବୋଲରଙ୍କୁ ନିରାଶ କରିଥିଲେ ଓ ଅଷ୍ଟମ ୱିକେଟ ଯୋଡିରେ ୬୭ ରନ୍‌ ଯୋଡିଥିଲେ । ପରେ ୧୩୭ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଖାୱାଜାଙ୍କୁ ଆଉଟ୍‌ କରି ନିଜର ୧୯ତମ ୫ ୱିକେଟ ହାସଲ କରିଥିଲେ ବ୍ରଡ୍‌ । ଏହାପରେ ୪୧୬/୮ରେ ଇଂନିସ ଘୋଷଣା କରିଥିଲା ଅଷ୍ଟ୍ରେଲିଆ ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୪୧୬/୮ ଘୋଷଣା(ଉସମାନ ଖାୱାଜା ୧୩୭, ଷ୍ଟିଭ ସ୍ମିଥ ୬୭; ଷ୍ଟୁଆର୍ଟ ବ୍ରଡ୍‌ ୫-୧୦୧); ଇଂଲଣ୍ଡ ୧୩/୦(ହସିବ ହମିଦ ୨*, ଜାକ୍‌ କ୍ରାଓଲେ ୨*; ମିଚେଲ , ଷ୍ଟାର୍କ ୦-୪) ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.