ETV Bharat / sports

Tri Series 2023: 27 ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ - ଭାରତ ବନାମ ଦକ୍ଷିଣ ଆଫ୍ରିକା ଟ୍ରାଇ ସିରିଜ

ଟି-20 ଟ୍ରାଇ ସିରିଜରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଅଧିକ ପଢନ୍ତୁ

27 ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ
Tri Series 2023
author img

By

Published : Jan 20, 2023, 10:31 AM IST

ହାଇଦ୍ରାବାଦ: ମହିଳା ଟି-20 ଟ୍ରାଇ ସିରିଜରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଟିମ । 27 ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ସ୍ମୃତି ମାନ୍ଧନାଙ୍କ ନେତୃତ୍ବରେ ଖେଳୁଥିବା ଭାରତୀୟ ଦଳ । ଡେବ୍ୟୁ ମ୍ୟାଚ ଖେଳୁଥିବା ଅମରଜୋତ କୌର ମ୍ୟାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଦକ୍ଷିଣ ଆଫ୍ରିକା ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ସ୍ମୃତି ମାନ୍ଧନା ୟାସ୍ତିକା ଭାଟିଆ ଓପନିଂ କରିଥିଲେ । ଦ୍ବିତୀୟ ଓଭରରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । ସ୍ମୃତି ମାନ୍ଧନା 7 ରନ କରି ଆୟାବୋଙ୍ଗାଙ୍କ ଶିକାର ହୋଇ ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ହରର୍ଲିନ କୌର ୟସ୍ତିକାଙ୍କୁ ଯୋଗ କରିଥିଲେ । ମାତ୍ର ସେ ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ମାତ୍ର 8 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 34ରେ ଭାରତର ଦୁଇଟି ୱିକେଟ ପତନ ହୋଇଥିଲା । ପରେ ପରେ ତୃତୀୟ ୱିକେଟ ଆକାରରେ ଜେମିମା ରୋଡ୍ରିଗ୍ୟୁ ଆଉଟ ହୋଇଥିଲେ ।

ୟାସ୍ତିକା ଭାଟିଆ ଜଗି ରଖି ଖେଳୁଥିଲେ । ଦେବିକା ଓ ୟାସ୍ତିକା ଭାରତର ରନ ଗାଡିକୁ ଆଗକୁ ନେଉଥିଲେ । ୟାସ୍ତିକା ଚୌକା ଛକା ମାରି ଦଳକୁ ଏକ ମଜବୁତ ସ୍ଥିତିକୁ ଆଣିବାକୁ ପ୍ରୟାସ ଜାରି ରଖିଥିଲେ । ହେଲେ ସେ ବେଶି ସମୟ ତିଷ୍ଠି ପାରି ନଥିଲେ । ଡେଲମି ଟୁକରଙ୍କ ବଲରେ ମାତ୍ର 35 ରନ କରି ପାଭିଲିୟନ ଫେରିଥିଲେ ୟାସ୍ତିକା । ଦଳୀୟ ସ୍କୋର 60 ଦଳ 4ଟି ୱିକେଟ ହରାଇଥିଲା ।

11 ଓଭରରେ ଭାରତର ଆଉ ଏକ ୱିକେଟ ପତନ ହୋଇଥିଲା । ଦେବିକା ବୈଦ୍ୟ 9 ରନ କରି ଆଉଟ ହୋଇଥିଲେ । ଏହାପରେ ଦୀପ୍ତି ଶର୍ମା ଓ ପଦାର୍ପଣ ମ୍ୟାଚ ଖେଳୁଥିବା ଅମରଜୋତ କୌର ସ୍ଥିତି ସମ୍ଭାଳିଥିଲେ । ଉଭଙ୍କ ଭାଗିଦାରୀରେ ଭାରତ ରନ ଶତକ ଛୁଇଁଥିଲା । ଦୁହିଁଙ୍କ ଯୋଡିକୁ ଭାଙ୍ଗିବାକୁ ଦକ୍ଷିଣ ଆଫ୍ରିକା ଖେଳାଳି କଳ ବଳ କୌଶଳ ଲଗାଇଥିଲେ ।

ଆୟାବୋଙ୍ଗାଙ୍କ ବଲରେ ଦିପ୍ତୀ ଶର୍ମା 33ରନ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଚ ହରାଇ 145 ରନ କରିଥିଲା । ଡେବ୍ୟୁ ମ୍ୟାଚ ଖେଳୁଥିବା ଅମରଜୋତ କୌର ଅପରାଜିତ 30 ବଲରେ 41 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦକ୍ଷିଣ ଆଫ୍ରିକାକୁ 146ରନ ଟାର୍ଗେଟ ଦେଇଥିଲା ଭାରତ ।

ଏହା ବି ପଢନ୍ତୁ....ମହିଳା ହକି ଟେଷ୍ଟ ସିରିଜ, ଭାରତୀୟ ମହିଳା ହକି ଦଳର ହ୍ୟାଟ୍ରିକ ବିଜୟ

146 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରଥିଲା ଦକ୍ଷିଣ ଆଫ୍ରିକା । ମାତ୍ର 9 ରନରେ ଦକ୍ଷିଣ ଆଫ୍ରିକର ପ୍ରଥମ ୱିକେଟ ପତନ ହୋଇଥିଲା । ଦିପ୍ତୀ ଶର୍ମା ଦଳ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ । ଲାଉରା ୱଭାଦତ 6 ରନ କରି ଆଉଟ ହୋଇଥିଲେ । 27ରନ ଦଳ ଆଉ ଏକ ୱିକେଟ ପତନ ହୋଇଥିଲା । ରାଜେଶ୍ବରି ଗାଏକ୍ବାର୍ଡ ଏନେକ ବୋଚଙ୍କୁ ଆଉଟ କରିଥିଲେ । ଦଳୀୟ ସ୍କୋର 54ରେ ମାରିଜାନି କେପଙ୍କୁ ପାଭିଲିୟନ ପଠାଇଥିଲେ ଦେବିକା ବୈଦ୍ୟ । ପରେ ପରେ ପୁଣି ଦେବିକା ଆଉ ଏକ ୱିକେଟ ନେଇଥିଲେ । ଡେଲିମଙ୍କୁ (0) ଆଉଟ କରିଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ଶଥକ ଛୁଇଁବା ଏକ ପ୍ରକାଶ ମୁସକିଲ ହୋଇଥିଲା । କଷ୍ଟେ ମଷ୍ଟେ ଦଳ 100 ରନ କରିଥିଲା ।

ଦଳୀୟ ସ୍କୋର 103ରେ ରାଧିକା ଯାଦବ ଚଲୋଏ ଟ୍ରଏନଙ୍କୁ ଏଲବିଡ୍ଲୁ କରିଥିଲେ । ପରେ ପରେ ନାଦିନ ଡି କ୍ଲାର୍କଙ୍କୁ ସ୍ନେହ ରାଣା ଶିକାର କରିଥିଲେ । ପୁଣି ସିନାଲୋ ଜାଫଟାଙ୍କୁ ଆଉଟ କରିଥିଲେ ଦୀପ୍ତି ଶର୍ମା । ଦଳୀୟ ସ୍କୋର 120 ରନ ମାସାବାଟା କଲାସଙ୍କ ୱିକେଟ ପତନ ହୋଇଥିଲା । ଦୀପ୍ତି ଶର୍ମାଙ୍କ ବଲର ଶିକାର ହୋଇଥିଲେ ମାସାବାଟା । ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିଲା ଦଳ । ନିର୍ଦ୍ଧାରିତ ଓଭରରେ ଦଳ 9 ୱିକେଟ ହରାଇ 120 ରନ କରିଥିଲା ଫଳରେ ଭାରତ 27 ରନ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 3ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.