ETV Bharat / sports

ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି - ଭାରତ ଆୟର୍ଲାଣ୍ଡ ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ ପୂର୍ବାନୁମାନ

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଆଜି (ମଙ୍ଗଳବାର) ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚ ଜିତି ସାରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି
ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି
author img

By

Published : Jun 28, 2022, 11:49 AM IST

ଡବଲିନ: ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଆଜି (ମଙ୍ଗଳବାର) ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚ ଜିତି ସାରିଛି ଟିମ ଇଣ୍ଡିଆ । ଆଜି ବିଜୟ ସହ ସିରିଜ ମୂଳପୋଛ କରିବାକୁ ପ୍ରୟାସ କରିବ ଭାରତ । ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଥିଲା । ଆଜି ପୂର୍ବ ତ୍ରୁଟିକୁ ସୁଧାରି ଖେଳିବ ଦଳ ।

ପ୍ରଥମ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । 20 ଓଭର ବଦଳରେ 12 ଓଭର ଖେଳ ହୋଇଥିଲା । ଆଜି ମଧ୍ୟ ବର୍ଷା ବାଧା ସୃଷ୍ଟି କରିବା ନେଇ ଆଶଙ୍କା ରହିଛି । ଭାରତ ପ୍ରଥମ ମ୍ୟାଚ ଜିତି ସାରିଥିହାକୁ ପାଗକୁ ନେଇ ଚିନ୍ତିତ ରହିଛି । ଦଳରେ ବ୍ୟାଟିଂ ବିଭାଗକୁ ନେଇ ପରିବର୍ତ୍ତନର ଆଶା କରାଯାଉଛି । ଋତୁରାଜ ଗାଏକ୍ବାର୍ଡ ଆହତ ଥିବାରୁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ କିମ୍ବା ରାହୁଲ ତ୍ରୀପାଠୀଙ୍କ ସାମିଲ କରାଯାଇପାରେ । ବୋଲିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା ନାହିଁ । ପ୍ରଥମ ମ୍ୟାଚ୍‌ରେ ୟୁଜଭେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଭଲ ରହିଥିଲା ଆଜି ମଧ୍ୟ ତାଙ୍କଠୁ ସେହି ସମାନ ପ୍ରଦର୍ଶନ ଆଶା କରାଯାଉଛି । ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କ ବୋଲିଂ ଉପରେ ମଧ୍ୟ ନଜର ରହିବ ।

ଆୟର୍ଲାଣ୍ଡ ପକ୍ଷରୁ ହ୍ୟାରୀ ଟେକ୍ଟର ପ୍ରଥମ ମୁକାବିଲାରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଆଜି ତାଙ୍କ ବ୍ୟାଟିଂକୁ ବ୍ରେକ ଦେବାକୁ ଚେଷ୍ଟା କରିବେ ଭାରତୀୟ ବୋଲର । ଟେକ୍ଟରଙ୍କୁ ଶୀଘ୍ର ଆଉଟ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଭାରତୀୟ ବୋଲର । ହ୍ୟାରୀଙ୍କୁ ଏକ ବ୍ୟାଟ ଉପହାର ଦେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ମ୍ୟାଚରେ 22 ବର୍ଷୀୟ ହ୍ୟାରୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପାଣ୍ଡ୍ୟା । ଭାରତୀୟ ସମୟ ରାତି 9ରୁ ମ୍ୟାଚ୍‌ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.