ETV Bharat / sports

IPL 2021: KKRରେ ସାମିଲ ହେଲେ ଟିମ୍ ସାଉଦି - KKRରେ ସାମିଲ ହେଲେ ଟିମ୍ ସାଉଦି

କୋଲକାତା ନାଇଟ ରାଇଡର୍ସରେ ସାମିଲ ହେଲେ ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟିମ ସାଉଦି । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ କମିନ୍ସଙ୍କ ବଦଳରେ ନାଇଟ ରାଇଡର୍ସ ଦଳରେ ସାଉଦି ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

IPL 2021: KKRରେ ସାମିଲ ହେଲେ ଟିମ୍ ସାଉଦି
IPL 2021: KKRରେ ସାମିଲ ହେଲେ ଟିମ୍ ସାଉଦି
author img

By

Published : Aug 26, 2021, 8:39 PM IST

କୋଲକାତା: କୋଲକାତା ନାଇଟ ରାଇଡର୍ସରେ ସାମିଲ ହେଲେ ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟିମ ସାଉଦି । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ କମିନ୍ସଙ୍କ ବଦଳରେ ନାଇଟ ରାଇଡର୍ସ ଦଳରେ ସାଉଦି ସାମିଲ ହୋଇଛନ୍ତି । ସେପ୍ଟେମ୍ବର ୧୯ ତାରିଖରୁ ଦୁବାଇରେ ଖେଳାଯିବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ।

ଏହି ଅବଶିଷ୍ଟ ମ୍ୟାଚ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଆରସିବି ଦଳରେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କୁ ସାମିଲ କରାଯାଇଛି । ଆଦାମ ଜାମ୍ପାଙ୍କ ବଦଳରେ ତାଙ୍କୁ ଆରସିବିରେ ସାମିଲ କରାଯାଇଛି । ଭାରତ ବିପକ୍ଷରେ ୩ ଟିକିଆ ଟି-୨୦ ସିରିଜରେ ହାସରଙ୍ଗା ମୋଟ ୭ଟି ୱିକେଟ ନେଇଥିଲେ । ଗୋଟିଏ ମ୍ୟାଚରେ ସେ ୪ଟି ୱିକେଟ ନେଇଥିଲେ ।

ଏହାସହ ଆରସିବି ଦଳରେ ଦୁଶ୍ମନ୍ତ ଚମିରା ଡାନିଏଲ ସାମ୍ସ, ଜର୍ଜ ଗାର୍ଟନଙ୍କୁ ଦଳରେ ସାମିଲ କରାଯାଇଛି । ସେପଟେ ରାଜସ୍ଥାନ ରୟାଲ୍ସ ଦଳରେ ଗ୍ଲେନ ଫିଲିପ୍ସଙ୍କୁ ଦଳରେ ସାମିଲ କରାଯାଇଛି । ସେ ଜୋଫ୍ରା ଆର୍ଚରଙ୍କ ବଦଳରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ଫିଲିପ ବର୍ତ୍ତମାନ ସୁଦ୍ଧା ୨୫ଟି ଟି-୨୦ ଖେଳି ୫୦୬ ରନ୍ କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଶତକ ସାମିଲ ରହିଥିବା ବେଳେ ଦୁଇଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ୧୪୯.୭୦ ହାରରେ ସେ ରନ ସଂଗ୍ରହ କରିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକାର ତବ୍ରେଜ ସାମ୍ସି ରାଜସ୍ଥାନ ରୟାଲ୍ସରେ ସାମିଲ କରାଯାଇଛି । ସେ ଆଣ୍ଡ୍ର୍ୟୁ ଟାଇଙ୍କ ବଦଳରେ ଦଳରେ ସାମିଲ ହେବେ ।

ପଞ୍ଜାବ କିଙ୍ଗ୍ସରେ ଅଷ୍ଟ୍ରେଲିଆନ ବୋଲର ନାଥାନ ଏଲିସଙ୍କୁ ଦଳରେ ସାମିଲ କରାଯାଇଛି । ବାଲାଂଦେଶ ବିପକ୍ଷରେ ଏଲିସ ଡେବ୍ୟୁ ମ୍ୟାଚରେ ହିଁ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଯାହାଫଳରେ ସେ କ୍ରିକେଟ ଜଗତରେ ଚର୍ଚ୍ଚାକୁ ଆସିଥିଲେ । ସେ ରିଲେ ମେରେଡିଥଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.