ETV Bharat / sports

ଅଭ୍ୟାସ ମ୍ୟାଚ୍‌ରେ ଇଶାନ୍ତ-ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ, କୋହଲି ଖୁସ୍‌ - ମହମ୍ମଦ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ

ଆନ୍ତଃଦଳ ଅଭ୍ୟାସ ମ୍ୟାଚ୍‌ରେ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନରେ ଖୁସି ଭାରତୀୟ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

'These quicks are dominating': Kohli on Ishant and Siraj
ଅଭ୍ୟାସ ମ୍ୟାଚ୍‌ରେ ଇଶାନ୍ତ-ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନରେ କୋହଲି ଖୁସ୍‌
author img

By

Published : Jun 14, 2021, 9:54 PM IST

ସାଉଥାମ୍ପଟନ: ଭାରତୀୟ କ୍ୟାପଟେନ ବିରାଟ କୋହଲି ଆନ୍ତଃଦଳ ଅଭ୍ୟାସ ମ୍ୟାଚ୍‌ରେ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନରେ ଖୁସି ଜାହିର କରିଛନ୍ତି । ସାଉଥାମ୍ପଟନରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ଜୋରଦାର ପ୍ରସ୍ତୁତି ଚଳାଇଛି ।

କୋହିଲ ସିରାଜ ଓ ଇଶାନ୍ତଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି ଏହି ଦ୍ରୁତ ବୋଲରମାନେ ପ୍ରତ୍ୟେକ ଦିନ ପ୍ରଭାବୀ ରହିଛନ୍ତି । ଜୁନ 3ରେ ସାଉଥାମ୍ପଟନରେ ପହଞ୍ଚିବାପରେ ଭାରତୀୟ ଟିମର ସମସ୍ତ ସମସ୍ତ ସଦସ୍ୟଙ୍କୁ 3ଦିନିକିଆ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବାକୁ ପଡିଥିଲା । ଆଇସୋଲେସନରେ ରହିବା ସମୟରେ ଖେଳାଳିଙ୍କୁ ନିୟମିତ କୋଭିଡ ଟେଷ୍ଟର ସାମ୍ନା କରିବାକୁ ପଡିଥିଲା । ତେବେ କ୍ବାରେଣ୍ଟିନ ସମୟ ଶେଷ ପରେ ଅଭ୍ୟାଚ ଜାରି ରଖିଛି ବିରାଟ ବାହିନୀ ।

ଜୁନ 18ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଲଢେଇ ହେବ । କିୱି ଟିମ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଶେଷ କରିସାରିଥିବାବେଳେ ଖୁବଶୀଘ୍ର WTC ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.