କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ର ଆଗାମୀ ସିଜିନ ପାଇଁ ଉନ୍ମୋଚିତ ହେଲା ନୂଆ ଜର୍ସି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାେ । ଏଥିରେ ମୁଖ୍ୟ କୋଚ୍ ୱାସିମ ଜାଫର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିମ୍ ଓଡ଼ିଶା ନୂତନ ଜର୍ସି ଉନ୍ମୋଚନ କରିଛନ୍ତି ।
MGM ମିନରାଲ୍ସ ଗୋଟିଏ ବର୍ଷ ପାଇଁ ଟିମ୍ ଓଡ଼ିଶାର ପ୍ରାୟୋଜକ ରହିଛି । ଆଗକୁ ବଡ଼ବଡ଼ କର୍ପୋରେଟ ହାଉସ ଓଡ଼ିଶା କ୍ରିକେଟକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବେ ବୋଲି କୋଚ୍ ୱାସିମ ଜାଫର ଓ ସମ୍ପାଦକ ସଞ୍ଜୟ ବେହେରା ଆଶା ରଖିଛନ୍ତି । ଏହାସହ ଆଗାମୀ BCCIର ଘରୋଇ ସିଜିନରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ସନ୍ତୋଷଜନକ ରହିବ ବୋଲି ଆଶା ବାନ୍ଧିଛି ଓସିଏ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ