ETV Bharat / sports

ନକ୍ ଆଉଟରେ ଝୁଣ୍ଟିଲା ରୋହିତ ବ୍ରିଗେଡ୍, ଟିମ୍ ଇଣ୍ଡିଆ ଉପରେ ICCର ଟଙ୍କା ବର୍ଷା

ଟି୨୦ ବିଶ୍ବକପରୁ ବାଦ ପଡିବା ସତ୍ତ୍ବେ ଟିମ୍ ଇଣ୍ଡିଆ ଉପରେ ହେବ ଟଙ୍କା ବର୍ଷା । ଅଧିକ ପଢନ୍ତୁ

ନକ୍ ଆଉଟ୍‌ରୁ ବାଦ ପଡିବା ସତ୍ତ୍ବେ ଟିମ୍ ଇଣ୍ଡିଆ ଉପରେ ICCର ଟଙ୍କା ବର୍ଷା

author img

By

Published : Nov 11, 2022, 11:01 PM IST

ହାଇଦ୍ରାବାଦ: ଟି୨୦ ବିଶ୍ବକପରୁ ବାଦ ପଡିବା ସତ୍ତ୍ବେ ଟିମ୍ ଇଣ୍ଡିଆ ଉପରେ ହେବ ଟଙ୍କା ବର୍ଷା । ବିଶ୍ବକପ ପୂର୍ବରୁ ଆଇସିସି ଚମ୍ପିଆନ୍ ଟିମ୍ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା । ଏହା ସହିତ ରନର୍ସଅପ ଟିମ୍ ଏବଂ ସେମିଫାଇନାଲରୁ ବିଦା ହୋଇଥିବା ଟିମ୍ ପାଇଁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା । ତେବେ ଭାରତ ନକ୍ ଆଉଟରୁ ବାଦ ପଡିଥିଲେ ମଧ୍ୟ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହେବ ।

ଏହା ସହିତ ସେମିଫାଇନାଲରୁ ବାଦ ପଡିଥିବା ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ଏହି ସମାନ ପୁରସ୍କାର ରାଶି ରହିଛି । ଭାରତ ସେମିଫାଇନାଲରୁ ବିଦା ହେବା ପରେ ଟିମ୍ ଇଣ୍ଡିଆକୁ ମୋଟ ୩.୨୬ କୋଟି ଟଙ୍କା ମିଳିବ ।

ପ୍ରଥମ ସେମିଫାଇନାଲରେ ପାକିସ୍ତାନଠାରୁ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ଦଳକୁ ମଧ୍ୟ ୩.୨୬ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ସେହିପରି ଚମ୍ପିଆନ୍ସ ଟିମ୍ ପାଇଁ ପୁରସ୍କାର ରାଶି ୧୩ କୋଟି ଟଙ୍କା ରହିଥିବା ବେଳେ ରନର୍ସ-ଅପ୍‌ ଟିମକୁ ଚମ୍ପିଆନ ଟିମର ଅଧା (6.52 କୋଟି ଟଙ୍କା) ପୁରସ୍କାର ରାଶି ଆକାରରେ ମିଳିବ ।

ଟି୨୦ ବିଶ୍ବକପରେ କାହାକୁ ମିଳିବ କେତେ ରାଶି

ବିଜେତା: ପ୍ରାୟ ୧୩ କୋଟି ଟଙ୍କା

ରନର୍ସ ଅପ୍‌: 6.52 କୋଟି ଟଙ୍କା

ସେମିଫାଇନାଲ: 3.26 କୋଟି ଟଙ୍କା

ସୁପର ୧୨ ରେ ବିଜୟ: ୩୨ ଲକ୍ଷ ଟଙ୍କା

ସୁପର ୧୨ରୁ ବାହାର ହେବା ଟିମ: 57 ଲକ୍ଷ

ପ୍ରଥମ ରାଉଣ୍ଡରେ ବିଜୟ: 32 ଲକ୍ଷ

ପ୍ରଥମ ରାଉଣ୍ଡରୁ ବାହାର ହେବା ଟିମ: 32 ଲକ୍ଷ ଟିମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.