ETV Bharat / sports

ICC Rankings: ବିଶ୍ୱର ଏକମାତ୍ର ଟିମ, ତିନୋଟି ଫର୍ମାଟରେ ଟପ୍-3ରେ ଭାରତ

author img

By

Published : Jan 31, 2023, 9:59 PM IST

ଏବେ ଭାରତ ତିନୋଟି ଫର୍ମାଟରେ ଟପ-୩ ମାନ୍ୟତାରେ ରହିଛି । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ

ହାଇଦ୍ରାବାଦ: ଟିମ ଇଣ୍ଡିଆର ଏବେ ଦମଦାର ଫର୍ମ ଜାରି ରହିଛି । ଭାରତ ୨୦୨୩ ବର୍ଷରେ ଏପର୍ଯ୍ୟନ୍ତ ଟି୨୦ ସିରିଜ ଏବଂ ଦିନିକିଆ ସିରିଜ ଖେଳିଛି । ଏହି ଦୁଇଟି ଫର୍ମାଟରେ ମେନ୍ ଇନ୍ ବ୍ଲୁ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ତିନିଟିକିଆ ମ୍ୟାଚ ବିଶିଷ୍ଟ ଦୁଇଟି ଘରୋଇ ସିରିଜ ଖେଳି ସାରିଛି ଟିମ ଇଣ୍ଡିଆ । ଏହି ଦୁଇଟି ସିରିଜରେ ଭାରତ ୩-୦ ରେ ଦିନିକିଆ ସିରିଜ କ୍ଲିନ ସ୍ବିପ କରିଥିଲା । ସେହିପରି ତିନି ଟିକିଆ ମ୍ୟାଚ ବିଶିଷ୍ଟ ଗୋଟିଏ ଟି୨୦ ସିରଜ କବଜା କରି ସାରିଛି ଭାରତ ।

ଦିନିକିଆରେ ସିରିଜରେ ଭାରତ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନ କରିବାରେ ସଫଳ ରହିଥିଲା । ଟିମ ଇଣ୍ଡିଆର ଏହି ସଫଳତା ପରେ ଭାରତ ICC ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଭାରତ ICC ଦିନିକିଆ ମାନ୍ୟତାରେ ୪ର୍ଥ ସ୍ଥାନରେ ରହିଥିଲା । ହେଲେ ଭ୍ରମଣକାରୀ ଟିମ ନ୍ୟୁଜିଲାଣ୍ଡକୁ ସିରିଜରେ ୩-୦ରେ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ୧ ନମ୍ବର ମାନ୍ୟତା ହାସଲ କରିଥଲା । ଏବେ ଭାରତ ତିନୋଟି ଫର୍ମାଟରେ ଟପ ୩ ମାନ୍ୟତାରେ ରହିଛି ।

ତିନୋଟି ଫର୍ମାଟରେ ଏମିତି ରହିଛି ଟିମ ଇଣ୍ଡିଆ ମାନ୍ୟତା

ଟେଷ୍ଟ ଫର୍ମାଟରେ ଭାରତ ICC ମାନ୍ୟତାରେ ୧୧୫ ରେଟିଂ ଏବଂ ୩୬୯୦ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ଟିମ ୧୨୬ ରେଟିଂ ଏବଂ ୩୬୬୮ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି । ଏହି ଦୁଇଟି ଟିମ ଫେବୃଆରୀ ୯ ତାରିଖରୁ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜ ଖେଳିବେ । ଏହି ସିରିଜରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଲେ ଟେଷ୍ଟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନ ଅକ୍ତିଆର କରିବେ ସକ୍ଷମ ହୋଇପାରିବ । ICC ଦିନିକିଆ ମାନ୍ୟତାରେ ଭାରତ ୧୧୪ ରେଟିଂ ଏବଂ ୫୦୧୦ ସହିତ ଶୀର୍ଷ ସ୍ଥାନରେ ରହିଛି । ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନ ସ୍ବିପ କରିବା ପରେ ଏହି ନମ୍ବର ୧ ମାନ୍ୟତା ହାସଲ କରିବାରେ ସଫଳ ରହିଛି । ସେହିପରି ICC ଟି୨୦ ମାନ୍ୟତାରେ ମେନ୍ ଇନ୍ ବ୍ଲୁ ୨୬୭ ରେଟିଂ ଏବଂ ୧୭,୬୩୬ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.