ETV Bharat / sports

Ind vs WI 3nd T20: ଦିନିକିଆ ପରେ ଟି-ଟ୍ବେଣ୍ଟି ମୂଳପୋଛ ଲକ୍ଷ୍ୟରେ ଭାରତ - Ind vs WI t20 match

ଆଜି (ରବିବାର) ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ ସିଲ କରିବା ପରେ ଆଜି ମ୍ୟାଚ ମୂଳପୋଛ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଦିନିକିଆ ପରେ ଟି-ଟ୍ବେଣ୍ଟି ମୂଳପୋଛ ଲକ୍ଷ୍ୟରେ ଭାରତ

author img

By

Published : Feb 20, 2022, 8:37 AM IST

କୋଲକାତା: ଆଜି (ରବିବାର) ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ ସିଲ କରିବା ପରେ ଆଜି ମ୍ୟାଚ ମୂଳପୋଛ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସେପଟେ ଦିନିକିଆ ସହ ଟି-ଟ୍ବେଣ୍ଟି ହାରିବା ପରେ ଆଜି ପ୍ରଥମ ବିଜୟ ପାଇଁ ଖେଳିବ ୱେଷ୍ଟ ଇଣ୍ଡିଜ । ଅବଶ୍ୟ ଆଜି ଯଦି ଇଣ୍ଡିଜ ମ୍ୟାଚ ଜିତେ ତେବେ ଏହା ସାନ୍ତ୍ବନାମୂଳକ ବିଜୟ ହେବ । ବିଜୟ ସହ ଗସ୍ତ ଶେଷ କରିବାକୁ ସବୁ ଶକ୍ତି ଖଟାଇବ ଇଣ୍ଡିଜ ।

ଆଜିର ମ୍ୟାଚରେ ଭାରତର ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହୋଇପାରେ । ଅନ୍ତିମ ଟି-ଟ୍ବେଣ୍ଟି ପୂର୍ବରୁ କୋହଲି ଓ ରିଷଭ ପନ୍ତଙ୍କୁ ୧୦ ଦିନିଆ ବ୍ରେକ ଦିଆଯାଇଛି । ଉଭୟ ଏହି ମ୍ୟାଚ ଖେଳିବେ ନାହିଁ । ସେମାନଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାର୍ଡ ଓ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିବ । ଋତୁରାଜ ଗାଏକ୍ବାର୍ଡ ଓପନିଂ କରିପାରନ୍ତି । ସେହିପରି ପେସ ବୋଲର ଅଭେଶ ଖାନ, ଦୀରକ ହୁଡା, ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ଏହା ବି ପଢନ୍ତୁ...ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଦଳ ଘୋଷଣା, 3 ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ

ଭାରତ ଗସ୍ତରେ ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ୱେଷ୍ଟ ଇଣ୍ଡିଜ ଦଳ ଆଜି ଏକଦାଶରେ ପରିବର୍ତ୍ତନ ଆଣିବା ସମ୍ଭାବନା କମ୍ । ଦ୍ବିତୀୟ ମ୍ୟାଚରେ ନିକୋଲସ ପୁରନ ଓ ରୋଭମାନ ପାୱେଲ ଅର୍ଦ୍ଧଶତକୀୟ ପାରି ଦଳକୁ ଆଶ୍ବସ୍ତି ଦେଇଛି । ଅଲରାଉଣ୍ଡର ରଷ୍ଟନ ଚେଜଙ୍କ ବୋଲିଂ ବେଶ ଉଚ୍ଚକୋଟୀର ରହିଛି । ଆଜିର ମ୍ୟାଚରେ ଏହି ତିନି ଖେଳାଳିଙ୍କ ଉପରେ ନଜର ରହିବ । ମୋଟିମୋଟି ଭାବେ କହିବାକୁ ଗଲେ ଆଜି ସମ୍ମାନ ପାଇଁ ଲଢିବ ୱେଷ୍ଟଇଣ୍ଡିଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.