ETV Bharat / sports

T20 World Cup: ଅଷ୍ଟ୍ରେଲିଆକୁ ୧୫୮ ରନର ଟାର୍ଗେଟ, ଶ୍ରୀଲଙ୍କାର ଧୀମା ବ୍ୟାଟିଂ

author img

By

Published : Oct 25, 2022, 9:24 PM IST

ଖେଳାଯାଉଛି ଟି୨୦ କ୍ରିକେଟ ମହାସମର । ଅଷ୍ଟ୍ରେଲିଆ ଆଗରେ ୧୫୮ ରନ ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୭ ରନ କରିଛି ଦାସୁନ ଶନକା ଦଳ । ପାଥୁମ ନିଶଙ୍କା ଏବଂ ଚରିଥ ଅସଲଙ୍କାଙ୍କ ଇନିଂସ ବଳରେ ଶ୍ରୀଲଙ୍କା ୧୫୭ ରନ କରିବାରେ ସକ୍ଷମ ହୋଇପାରିଛି ।

T20 World Cup : ଅଷ୍ଟ୍ରେଲିଆକୁ ୧୫୮ ରନର ଟାର୍ଗେଟ, ଶ୍ରୀଲଙ୍କାର ଧୀମା ବ୍ୟାଟିଂ

ପର୍ଥ (ଅଷ୍ଟ୍ରେଲିଆ): ଖେଳାଯାଉଛି ଟି୨୦ କ୍ରିକେଟ ମହାସମର । ଅଷ୍ଟ୍ରେଲିଆ ଆଗରେ ୧୫୮ ରନ ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୭ ରନ କରିଛି ଦାସୁନ ଶନକା ଦଳ । ପାଥୁମ ନିଶଙ୍କା ଏବଂ ଚରିଥ ଅସଲଙ୍କାଙ୍କ ଇନିଂସ ବଳରେ ଶ୍ରୀଲଙ୍କା ୧୫୭ ରନ କରିବାରେ ସକ୍ଷମ ହୋଇପାରିଛି ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା ଶ୍ରୀଲଙ୍କା । ହେଲେ ସିଂହଳୀ ଦଳକୁ ପ୍ରଥମରୁ ଝଟକା ଲାଗିଥିଲା । ଓପନର କୁଶଲ ମେଣ୍ଡିସ ୫ ରନ କରି ପାଭଲିୟନ ଫେରିଥିଲେ । ଏହା ସହିତ ଦଳରେ କୌଣସି ବ୍ୟାଟର ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଶ୍ରୀଲଙ୍କାର କୌଣସି ବ୍ୟାଟର ଆଜି ଅର୍ଦ୍ଧଶତକୀୟ ଇନିଂସ ଖେଳିବାରେ ବିଫଳ ରହିଛନ୍ତି । ପାଥୁମ ନିଶଙ୍କାଙ୍କ ସର୍ବାଧିକ ୪୦ ରନର ଇନିଂସ ବଳରେ ଦଳ ୧୯ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିଥିଲେ । ଶେଷ ଓଭରରେ ପାଳି ସମ୍ଭାଳିଥିଲେ ଚମିକା କରୁଣାରତ୍ନେ ଏବଂ ଚରିଥ ଅସଲଙ୍କା । ତେବେ ଡେଥ ଓଭରରେ ଶ୍ରୀଲଙ୍କା ୨୦ ରନ ସଂଗ୍ରହ କରି ୧୫୭ ରନ କରିବାରେ ସଫଳ ହୋଇପାରିଛି । ଚରିଥ ଅସଲଙ୍କା ୨୫ ବଲରୁ ୩ ଟି ଚୌକା ଏବଂ ୨ ଟି ଛକା ସହିତ ୩୮ ରନର ଇନିଂସ ଖେଳିଥିଲେ । ସେହିପରି ଚମିକା କରୁଣାରତ୍ନେ ୭ ଟି ବଲରୁ ୨ ଟି ଚୌକା ସହିତ ୧୪ ରନ କରି ଅପରାଜିତ ରହିଛନ୍ତି । ଧନଞ୍ଜୟ ଡି ସିଲଭା ୨୩ ବଲରୁ ତିନୋଟି ଚୌକା ସହିତ ୨୬ ରନ କରିଥିଲେ ।

ସେପଟେ ଅଷ୍ଟ୍ରେଲିଆର ପେଟ କମିନ୍ସ, ଜୋସ ହେଜେଲଉଡ, ମିଚେଲ ଷ୍ଟାର୍କ, ଅଷ୍ଟନ ଅଗର, ଗ୍ଲେନ ମାକ୍ସ ୱେଲ ଗୋଟିଏ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ୧୫୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.