ETV Bharat / sports

T20 world cup: ଅଷ୍ଟ୍ରେଲିଆ ସାମ୍ନାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା - ଅଷ୍ଟ୍ରେଲିଆ ସାମ୍ନାରେ ବିଜୟ ଲକ୍ଷ୍ୟ

ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୧୧୮ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 world cup: South Africa end up with a total of 118/9 vs Australia
T20 world cup: ଅଷ୍ଟ୍ରେଲିଆ ସାମ୍ନାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ
author img

By

Published : Oct 23, 2021, 5:20 PM IST

Updated : Oct 23, 2021, 6:45 PM IST

ଆବୁଧାବି: ଟି-20 ବିଶ୍ବକପ ୨୦୨୧ର ସୁପର ୧୨ ପର୍ଯ୍ୟାୟର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ୍‌ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିଥିଲା ।

ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୧୧୮ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ସଂପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆବୁଧାବିର ଧୀମା ପିଚ୍‌ରେ ଜସ ହେଜେଲଉଡ୍‌(୨/୧୯), ଆଡାମ ଜାମ୍ପା (୨/୨୧) ଓ ମିଚେଲ ଷ୍ଟାର୍କ(୨/୩୩) ଉପଯୋଗୀ ସାବ୍ୟସ୍ତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଡମ ମାର୍କ୍ରମ ଏକାକୀ ଲଢିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟରଙ୍କ ସାଥ୍‌ ମିଳିନଥିଲା । ୩୬ ବଲ୍‌ରୁ ୪୦ ରନ୍‌ର ଲଢୁଆ ଇଂନିସ ଖେଳିଛନ୍ତି । ତେବେ ଶେଷ ଭାଗରେ କାଗିସୋ ରବାଡା ୧୮ ରନ୍‌ର ଯୋଗଦାନ ପରେ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚିଥିଲା ଦକ୍ଷିଣ ଆଫ୍ରିକା । କ୍ୟାପଟେନ ତେମ୍ବା ବାଭୁମା ୧୨ ଓ କ୍ବିଣ୍ଟନ ଡିକକ୍‌ ୭ ରନ୍‌ରେ ଆଉଟ୍‌ ହେବାସହ ଟିମକୁ ନିରାଶ କରିଥିଲେ । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ କ୍ଳାସନ ଓ ମିଲର ମଧ୍ୟ ଶୀଘ୍ର ପାଭିଲିଅନ ଫେରିଥିଲେ।

ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରାୟ ସମସ୍ତ ବୋଲର ମାପିଚୁପି ବୋଲିଂ କରିଥିଲେ ଓ ୱିକେଟ ହାସଲ କରିଥିଲେ । ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ଓ ଜସ୍‌ ହେଜେଲଉଡ୍‌ ୨ଟି ଲେଖାଏଁ ୱିକେଟ ଅକ୍ତିଆ କରିଥିଲେ । ଗ୍ଳେନ ମାକ୍ସୱେଲ୍‌ ଓ ପାଟ କମିନ୍ସହଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2021, 6:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.