ETV Bharat / sports

T20 World Cup: ରୋମାଞ୍ଚକର ମ୍ୟାଚ୍‌ରେ ଜିମ୍ବାୱେକୁ ୩ ରନରେ ହରାଇଲା ବାଂଲାଦେଶ - ବାଂଲାଦେଶ ବନାମ ଜିମ୍ବାୱେ

ଚଳିତ ଟି ଟ୍ବେଣ୍ଟି ବିଶ୍ବକପରେ ସୁପର ୧୨ ରାଉଣ୍ଡର ଗ୍ରୁପ ବି ରେ ଆଜି ବାଂଲାଦେଶ ଓ ଜିମ୍ବାୱେ ପରସ୍ପରକୁ ଭେଟିଥିଲେ । ଏଥିରେ ଜିମ୍ବାୱେକୁ ୩ ରନରେ ହରାଇ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ବାଂଲାଦେଶ । ଅଧିକ ପଢନ୍ତୁ

ଜିମ୍ବାୱେକୁ 3 ରନରେ ହରାଇଲା ବାଂଲାଦେଶ
ଜିମ୍ବାୱେକୁ 3 ରନରେ ହରାଇଲା ବାଂଲାଦେଶ
author img

By

Published : Oct 30, 2022, 1:55 PM IST

ବ୍ରିସବେନ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର ୧୨ ରାଉଣ୍ଡର ଗ୍ରୁପ ବି'ରେ ଆଜି ବାଂଲାଦେଶ ଓ ଜିମ୍ବାୱେ ମଧ୍ୟରେ ମୁକାବିଲା ହୋଇଥିଲା । ଶେଷ ପର୍ଯ୍ୟନ୍ତ ବାଂଲାଦେଶ ସହ ଲଢ଼ି ମାତ୍ର ୩ ରନରେ ପରାସ୍ତ ହୋଇଛି ଜିମ୍ବାୱେ । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୫୦ ରନ କରିଥିଲା ବାଂଲାଦେଶ । ଜବାବରେ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୪୭ ରନ କରିବାକୁ ସକ୍ଷମ ହୋଇଛି । ବାଂଲାଦେଶର ଏହି ବିଜୟ ତାକୁ ସେମିର ପ୍ରବେଶ ଆଶା ଉଦଜ୍ଜୀତ ରଖିଛି ।

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୫୧ ରନ କରିଥିଲା । ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିଲା ଦଳ । ଜିମ୍ବାୱେ ବୋଲରଙ୍କ ବୋଲିଂରେ ଘାଇଲା ହୋଇଥିଲା ବାଂଲାଦେଶ । ତଥାପି ଶୃଙ୍ଖଳିତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳ ପକ୍ଷରୁ ଶାନ୍ତୋ (୭୧) ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ସୌମ୍ୟ ସରକାର ଖାତା ଖୋଲି ପାରିନଥିଲେ । ଅଧିନାୟକର ସକିବଲ ହସନ (୨୩), ଅଫିପ ହୁସେନ (୨୯), ଲିଟନ ଦାସ ୧୪ ରନ୍ କରିଥିଲେ । ଶୃଙ୍ଖଳିତ ବୋଲିଂ ବଳରେ ବିଜୟୀ ହୋଇଛି ବାଂଲାଦେଶ ।

ଏହା ବି ପଢନ୍ତୁ...T20 World Cup: ଆଜି ଅସଲ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

ବାଂଲାଦେଶର ୧୫୧ ରନ ଟାର୍ଗେଟ ପିଛା କରି ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଜିମ୍ବାୱେ । ଶେଷ ଯାଏଁ ଲଢିଥିଲା ଦଳ । ପ୍ରଥମ ଓଭର ୩ ବଲ ଚାଲିଥିବା ବେଳେ ଓପନର ୱେସ୍‌ଲେ ମାଧିବୀରଙ୍କ ୱିକେଟ୍ ଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟର ପତ୍ତନ ହୋଇଥିଲା । ଦଳ ପକ୍ଷରୁ ସିନ ୱିଲିୟମ୍ସ ଓ ରିୟାନ ବର୍ଲ ମ୍ୟାଚ୍ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ୱିଲିୟମ୍ସ ସର୍ବାଧିକ ୬୪ ରନ୍ କରିଥିବା ବେଳେ ରିୟାନ ବର୍ଲ ୨୭ କରିଥିଲେ । ଏ ଦୁହିଁଙ୍କୁ ଛାଡି ଦେଲେ ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ରନ ଛୁଇଁ ପାରି ନଥିଲେ । ଶେଷ ଓଭରରେ ଜିମ୍ବାୱେକୁ ଜିତିବା ପାଇଁ ୫ ରନ୍‌ର ଆବଶ୍ୟକତା ଥିଲା ।

ବୋଲିଂ କରୁଥିଲେ ମୋସାଡେକ ହୋସେନ । ଶେଷ ବଲ୍‌ରେ ବାନି ଶଟ ମାରିବାକୁ ଚେଷ୍ଟା କରିଥିଲେ ବି ମାତ୍ର ସିଙ୍ଗଲ ହୋଇଥିଲା । ଏହାପରେ ବାଂଲାଦେଶ ବିଜୟୀ ବୋଲି ଭାବି ସମସ୍ତେ ପଡ଼ିଆ ଛାଡ଼ି ଦେଇଥିଲେ । ହେଲେ ଏତିକିବେଳକୁ ଶେଷ ବଲଟି ନୋ ବଲ ହୋଇଥିଲା । ଫଳରେ ଜିମ୍ବାୱେକୁ ଏକ ରନ ମିଳିବା ସହ ମ୍ୟାଚ୍ ଜିତିବାକୁ ଆଉ ଏକ ସୁଯୋଗ ମିଳିଯାଇଥିଲା । ହେଲେ ଅବଶୋଷ ସୁଯୋଗର ଫାଇଦା ଉଠାଇ ପାରିଲାନି ଜିମ୍ବାୱେ । ଫଳରେ ବାଂଲାଦେଶ ଠାରୁ ୩ ରନ୍‌ରେ ପରାସ୍ତ ହୋଇଛି ଦଳ । ପ୍ରକାଶ ଥାଉ କି ପୂର୍ବ ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନରେ ହରାଇ ଚର୍ଚ୍ଚାରେ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.